Gold Rate: ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା ମୂଲ୍ୟରେ ବଡ଼ ପରିବର୍ତ୍ତନ ହୋଇଛି । ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ମୂଲ୍ୟ ୧୮୦୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୯୫,୦୫୦ ଟଙ୍କାରେ ପହଞ୍ଚିଛି। ସୁନାର ସଦ୍ୟତମ ମୂଲ୍ୟ ସମ୍ପର୍କରେ ଅଲ୍ ଇଣ୍ଡିଆ ବୁଲାନ୍ ଆସୋସିଏସନ୍ ଏହି ସୂଚନା ଦେଇଛି।
ଏହା ସହିତ, ଆଜି ୯୯.୫ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ମଧ୍ୟ ୧୮୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୯୪,୬୦୦ ଟଙ୍କାରେ ପହଞ୍ଚିଛି। ବୁଧବାର ସୁନା ମୂଲ୍ୟ ମଧ୍ୟ ହ୍ରାସ ପାଇଥିଲା।
ବୁଧବାର ଦିନ ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନାର ମୂଲ୍ୟ ୬୫୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ୯୬,୮୫୦ ଟଙ୍କାରେ ପହଞ୍ଚିଥିଲା।
ଏହା ବ୍ୟତୀତ ଗତକାଲି ୯୯.୫ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ପ୍ରତି ୧୦ ଗ୍ରାମ ୯୬,୪୦୦ ଟଙ୍କାରେ ବନ୍ଦ ହୋଇଥିଲା।
ଆପଣଙ୍କୁ କହି ରଖୁଛୁ ଯେ, ସୋମବାର ସୁନା ମୂଲ୍ୟରେ ୩୪୦୦ ଟଙ୍କାର ବଡ଼ ହ୍ରାସ ଘଟିଥିଲା। ପରେ ମଙ୍ଗଳବାର ସୁନାର ମୂଲ୍ୟ ୯୫୦ ଟଙ୍କା ବୃଦ୍ଧି ପାଇଥିଲା।
ଗତ ସପ୍ତାହରେ ଶୁକ୍ରବାର ସୁନା ମୂଲ୍ୟ ୪୮୦ ଟଙ୍କା ହ୍ରାସ ପାଇଥିଲା।
ଆବାନ୍ସ ଫାଇନାନ୍ସିଆଲ୍ ସର୍ଭିସେସର ସିଇଓ ଚିନ୍ତନ ମେହେଟ୍ଟା କହିଛନ୍ତି, "ନିବେଶକମାନେ ନିରାପଦ ସମ୍ପତ୍ତିରୁ ଦୂରେଇ ଯିବା ଯୋଗୁଁ ସୁନା ମୂଲ୍ୟ ହ୍ରାସ ପାଉଛି। ଆମେରିକା ଏବଂ ଚୀନ୍ ମଧ୍ୟରେ 90 ଦିନ ପାଇଁ ଶୁଳ୍କ ହ୍ରାସ ପାଇଁ ହୋଇଥିବା ଚୁକ୍ତିନାମା ଏକ ବଡ଼ ଧରଣର ବାଣିଜ୍ୟ ଯୁଦ୍ଧର ଆଶଙ୍କାକୁ ହ୍ରାସ କରିଛି।
ଲଗାତାର ଚତୁର୍ଥ ଦିନ ପାଇଁ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇବା ଜାରି ରହିଛି। ଗୁରୁବାର ରୂପାର ସର୍ବଶେଷ ମୂଲ୍ୟ 1,000 ଟଙ୍କା ହ୍ରାସ ପାଇ 97,000 ଟଙ୍କା ପ୍ରତି କିଲୋଗ୍ରାମ (ସମସ୍ତ ଟିକସ ସମେତ) ରେ ପହଞ୍ଚିଛି। ଗତ ବଜାର ଅଧିବେଶନରେ ରୂପା 98,000 ଟଙ୍କା ପ୍ରତି କିଲୋଗ୍ରାମରେ ବନ୍ଦ ହୋଇଥିଲା।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ତଥ୍ୟ ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़