Advertisement
Photo Details/zeeodisha/odisha2762136
photoDetails0hindi

Laba Hansda Income: ପ୍ରେମିକାର ମୃତ୍ୟୁ ପରେ ଚର୍ଚ୍ଚାରେ ଥିବା ୟୁଟ୍ୟୁବର ଲବ ହାଁସଦାଙ୍କ ରୋଜଗାର କେତେ?

Laba Hansda Income: ଯଦି ଜଣେ ବ୍ୟକ୍ତି ସ୍ୱପ୍ନ ଦେଖିବା ଏବଂ ସ୍ୱଇଚ୍ଛାରେ କାର୍ଯ୍ୟ କରିବା ଆରମ୍ଭ କରେ, ତେବେ ତାଙ୍କୁ ଲକ୍ଷ୍ୟ ହାସଲ କରିବାରେ କେହି ଅଟକାଇ ପାରିବେ ନାହିଁ। ଓଡ଼ିଶାର ମୟୂରଭଞ୍ଜର ଜଣେ ଆଦିବାସୀ ଯୁବକ ଲବ ହାଁସଦା ନିଜ ସ୍ୱପ୍ନକୁ ସାକାର କରିବାର ଉତ୍ସାହର ପ୍ରସାର କରି ଏହାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି। ସେ ପ୍ରସିଦ୍ଧ ହେବାର ସ୍ୱପ୍ନ ଦେଖିଥିଲେ ଏବଂ ପ୍ରସିଦ୍ଧ ହୋଇ ବି ଗଲେ। ଦଶମ ଶ୍ରେଣୀ ଡ୍ରପ୍-ଆଉଟ୍ ଲବ ପ୍ରସିଦ୍ଧ ହେବାର ପ୍ରୟାସରେ ଏବେ ସୁଦ୍ଧା ୪୦ ରୁ ଅଧିକ ଦେଶ ଯାତ୍ରା କରିସାରିଛନ୍ତି। ସେ ନିଜ ପାଇଁ ଏକ ଲୋକପ୍ରିୟ ନାମ ଅର୍ଜନ କରିଛନ୍ତି-ଜଣେ ଭ୍ରମଣକାରୀ ବ୍ଲଗର । 

 

1/10

ଏକ ସାକ୍ଷାତକାରରେ କହିଥିଲେ, "ମୁଁ ପ୍ରସିଦ୍ଧ ହେବାର ସ୍ୱପ୍ନ ଦେଖିଥିଲି। ମୁଁ ସେହି ଅନୁଯାୟୀ କାମ କଲି। ଜଣେ ଭ୍ରମଣକାରୀ ବ୍ଲଗର ହେବା ପାଇଁ, ମୁଁ ଇଥିଓପିଆରୁ ଚୀନ୍ ପର୍ଯ୍ୟନ୍ତ ୪୦ ଟି ଦେଶ ପରିଦର୍ଶନ କରିଛି ", ଲବ୍ ଏକ ସାକ୍ଷାତକାରରେ କହିଥିଲେ ଯେ ବିଶ୍ୱବ୍ୟାପୀ ଆଦିବାସୀ ସମ୍ପ୍ରଦାୟକୁ ଭେଟି ସେ ଖୁସି ଅନୁଭବ କରୁଛନ୍ତି।

Also Read: Laba Hansda GF Photos: ପ୍ରେମିକାର ମୃତ୍ୟୁ ପରେ ଅଡ଼ୁଆରେ ଫସିଲେ ଲବ ହାଁସଦା, ଭାଇରାଲ ହେଲା ଏହିସବୁ ଫଟୋ

Also Read: Fighter Jet Helmet Price: ବିଲିୟନ ଡଲାର ଫାଇଟର ଜେଟର ପ୍ରାଇସ ହେଲେ ଜାଣନ୍ତି କି ହେଲମେଟର ଦାମ?

2/10

ହେଲେ ଏବେ  ବଢିବାରେ ଲାଗିଛି ବହୁ ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦାଙ୍କ ଅଡ଼ୁଆ । ବିବାଦ ଘେରରେ ଫସିଯାଇଛନ୍ତି ୟୁଟ୍ୟୁବର ଲବ ହାଁସଦା ।

3/10

ତାଙ୍କ ନାଁରେ ବେଙ୍ଗାଲୁରୁର ଏଚ.ଏସ.ଆର ଲେ ଆଉଟ ଥାନାରେ ଏତଲା ହୋଇଛି  । ଲବ ହାଁସଦାଙ୍କ ପ୍ରେମିକା ସଲୋମୀ ମୁର୍ମୁ ୩ ଦିନ ତଳେ ଆତ୍ମହତ୍ୟା କରିଥିବାବେଳେ ତାଙ୍କ ମୃତ୍ୟୁ ପାଇଁ ଲବଙ୍କୁ ଦାୟୀ କରି ଥାନାରେ ଲବଙ୍କ ନାଁରେ ଏତଲା ଦେଇଛନ୍ତି ମୃତ ସଲୋମୀଙ୍କ ଭାଇ।

4/10

ଚର୍ଚ୍ଚିତ ୟୁଟ୍ୟୁବର ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର ହୋଇଥିବା ବେଳେ ତାଙ୍କ ଘର ବିହାରରେ । ଆଉ ସେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା । 

5/10

ତାଙ୍କ ପ୍ରେମିକା ଆତ୍ମହତ୍ୟା କରିବା ପରେ ଲବଙ୍କ ବିବାଦ ବଢି ଯାଇଛି। ତାଙ୍କ ନାଁରେ ହାଇଦ୍ରାବାଦରେ କେସ୍ ମଧ୍ୟ ହୋଇଛି।

6/10

ଆଉ ଏବେସୁଦ୍ଧା ଏ ସମ୍ପର୍କରେ ଲବଙ୍କର କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ, ତାଙ୍କ ଭଉଣୀ ଲବଙ୍କ ବିଷୟରେ ମୁହଁ ଖୋଲିଛନ୍ତି।

7/10

ଏପରି ଚର୍ଚ୍ଚା ହେବା ଆରମ୍ଭ ହୋଇଛି କି ଲବଙ୍କର ଅନେକ ଝିଅଙ୍କ ସହ ସମ୍ପର୍କ ଥିଲା। କେବଳ ସେତିକି ନୁହେଁ ସେ ପୂର୍ବରୁ ମଧ୍ୟ ବିବାହିତ ଏବଂ ତାଙ୍କର ଏକ ଝିଅ ମଧ୍ୟ ରହିଛି ବୋଲି ଚର୍ଚ୍ଚା ହେଉଛି। 

8/10

ହେଲେ ସେମାନଙ୍କର ପରିଚୟ ଲୁଚାଇ ବିଦେଶରେ ଅନ୍ୟ ଝିଅଙ୍କ ସହ ସମ୍ପର୍କରେ ରହୁଛନ୍ତି ଲବ।

9/10

ଏମିତି ଅନେକ ଅଭିଯୋଗ ଏବଂ ଲବଙ୍କ ନାଁରେ ଆସିବା ଆରମ୍ଭ ହୋଇଛି। ହେଲେ ଏହି ଘଟଣା ସମ୍ପର୍କରେ ଏବେ ଯାଏଁ ଲବ ହାଁସଦା ମୁହଁ ଖୋଲିନାହାଁନ୍ତି। 

 

10/10

ତେବେ ଲବ୍ ଏତେ ସବୁ ଇଣ୍ଟରନ୍ୟାସନାଲ ଟ୍ରିପ କରୁଥିବା ବେଳେ ତାଙ୍କ ଇନକମ ବାବଦରେ ମଧ୍ୟ ଗଣମାଧ୍ୟମରେ ସେ ପ୍ରକାଶ କରିଥିଲେ। ମାସକୁ ରୋଜଗାର ତାଙ୍କର ଦେଢ ଲକ୍ଷ ବୋଲି କହିଥିଲେ। 

;