ଯଦି ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପ୍ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ।
Gold And Silver Price Today: ଆରମ୍ଭ ହୋଇଛି ଜୁନ ମାସ। ମାସ ଆରମ୍ଭରୁ ସୁନା ଭରି ପିଛା ମୂଲ୍ୟ ସ୍ଥିର ରହିଛି। ତେବେ ଶୁକ୍ରବାର ବଜାର ଦର ଅନୁଯାୟୀ ୧୪ କ୍ୟାରେଟ ସୁନା ୬୦ ହଜାର ଡେଇଁଛି। ସପ୍ତାହ ଶେଷରେ ସୁନାଦର ଭରିପିଛା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିବା ଦେଖିବାକୁ ମିଳିଛି। ଆଜି ୧ ଜୁନ ୨୦୨୫ ରବିବାର ଉଭୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟରେ ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ସେପଟେ ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ ସୁନା ଭରି ପିଛା ମୂଲ୍ୟ ୬୦ ହଜାର ଡେଇଁଛି।
ବୁଲିଅନ ବଜାରର ଶୁକ୍ରବାର ଦର ଅନୁଯାୟୀ ୧୪ କ୍ୟାରେଟ ସୁନା ଭରି ପିଛା ୬୧୫୦୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ୧୮ କ୍ୟାରେଟ ସୁନା ଭରି ପିଛା ୭୭୨୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଭରି ପିଛା ୯୩୦୭୦ ଟଙ୍କାରେ ବ୍ୟବସାୟ କରିଛି।
୨୦ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ଆଜି ୮୪୮୭୦ ରହିଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୯୫୩୬୦ ଟଙ୍କାରେ ସୁନା ବଜାରରେ ବ୍ୟବସାୟ କରିଥିବା ଦେଖିବାକୁ ମିଳିଥିଲା।
Gold And Silver Price Today: ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ରବିବାର ଉଭୟ ୨୨ ଓ ୨୪ କ୍ୟାରେଟ ଭରିପିଛା ମୂଲ୍ୟ ସ୍ଥିର ରହିଛି।
୨୨ କ୍ୟାରେଟ ସୁନାର ଭରି ପିଛା ୮୯୨୦୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି।
ସେହିପରି ୨୪ କ୍ୟାରେଟ ସୁନା ଭରିପିଛା ୯୭୩୧୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି।
ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଭରି ପିଛା ୮୯୨୦୦ ଟଙ୍କାରେ କାରବାର କରୁଥିବା ବେଳେ ୨୪ କ୍ୟାରେଟ ଭରି ପିଛା ସୁନା ୯୭୩୧୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ତେବେ ସୁନା କିଣିବା ପୂର୍ବରୁ ମୂଲ୍ୟ ଯାଞ୍ଚ କରି ଆପଣ ସୁନା କିଣିପାରିବେ।
ट्रेन्डिंग फोटोज़