Gold And Silver Price Today: ମଇ ମାସ ଆରମ୍ଭରୁ ସୁନା ଭରିପିଛା ମୂଲ୍ୟରେ ଅସ୍ଥିରତା ଦେଖିବାକୁ ମିଳିଛି। ସପ୍ତାହ ଆରମ୍ଭରୁ ସୁନାଦରକୁ ନେଇ ଖୁସି ଖବର ମିଳିଛି। ଆଜି ୧୨ ମଇ ୨୦୨୫ ସୋମବାର ଉଭୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟରେ ଦରରେ ବୃହତ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ସେପଟେ ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ ସୁନା ଭରି ପିଛା ମୂଲ୍ୟ ୬୦ ହଜାର ଡେଇଁଛି।
ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ ସୁନା ଭରି ପିଛା ୬୨୧୯୦ ଟଙ୍କାରେ କାରବାର କରିଛି। ୧୮ କ୍ୟାରେଟ ସୁନା ଭରି ପିଛା ୭୮୧୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଭରି ପିଛା ୯୪୧୦୦ ଟଙ୍କାରେ ବ୍ୟବସାୟ କରିଛି।
୨୦ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ଆଜି ୮୫୮୧୦ ରହିଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୯୬୪୨୦ ଟଙ୍କାରେ ସୁନା ବଜାରରେ ବ୍ୟବସାୟ କରିଥିବା ଦେଖିବାକୁ ମିଳିଥିଲା।
Gold And Silver Price Today: ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ସୋମବାର ଉଭୟ ୨୨ ଓ ୨୪ କ୍ୟାରେଟ ଭରିପିଛା ଯଥାକ୍ରମେ ୧୬୫୦ ଓ ୧୮୦୦ ଟଙ୍କା ହ୍ରାସ ଘଟିଛି।
୨୨ କ୍ୟାରେଟ ସୁନାର ଭରି ପିଛା ୧୬୫୦ ଟଙ୍କା ହ୍ରାସ ପାଇ ୮୮୮୦୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି।
ସେହିପରି ୨୪ କ୍ୟାରେଟ ସୁନା ଭରିପିଛା ୧୮୦୦ ଟଙ୍କା ହ୍ରାସ ପାଇଁ ୯୬୮୮୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି।
ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଭରି ପିଛା ୮୮୮୫୦ ଟଙ୍କାରେ କାରବାର କରୁଥିବା ବେଳେ ୨୪ କ୍ୟାରେଟ ଭରି ପିଛା ସୁନା ୯୬୯୩୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ତେବେ ସୁନା କିଣିବା ପୂର୍ବରୁ ମୂଲ୍ୟ ଯାଞ୍ଚ କରି ଆପଣ ସୁନା କିଣିପାରିବେ।
ट्रेन्डिंग फोटोज़