Gold And Silver Price Today: ସୁନା ଗ୍ରାହକଙ୍କୁ ବଡ଼ ଝଟକା। ସପ୍ତାହ ଶେଷ ଆଡକୁ ଭରି ପିଛା ଏକ ଲକ୍ଷ ଟଙ୍କା ଛୁଇଁଛି ଦର। ଆଜି ବଜାର ଆରମ୍ଭରୁ ସୁନା ଭରି ପିଛା ମୂଲ୍ୟରେ ବୃହତ ବୃଦ୍ଧି ଦେଖିବାକୁ ମିଳିଥିଲା।
Gold And Silver Price Today: ସୁନା ଗ୍ରାହକଙ୍କୁ ବଡ଼ ଝଟକା। ସପ୍ତାହ ଶେଷ ଆଡକୁ ଭରି ପିଛା ଏକ ଲକ୍ଷ ଟଙ୍କା ଛୁଇଁଛି ଦର। ଆଜି ବଜାର ଆରମ୍ଭରୁ ସୁନା ଭରି ପିଛା ମୂଲ୍ୟରେ ବୃହତ ବୃଦ୍ଧି ଦେଖିବାକୁ ମିଳିଥିଲା। ଆଜି ୧୩ ଜୁନ ଶୁକ୍ରବାର ବଜାର ଦର ଅନୁଯାୟୀ ଉଭୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟରେ ଦରରେ ଯଥାକ୍ରମେ ୧୯୫୦ ଓ ୨୧୨୦ ଟଙ୍କା ବୃଦ୍ଧି ପାଇଛି। ସେପଟେ ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ ସୁନା ଭରି ପିଛା ମୂଲ୍ୟ ୬୦ ହଜାର ଡେଇଁଛି।
ବୁଲିଅନ ବଜାରର ଶୁକ୍ରବାର ଦର ଅନୁଯାୟୀ ୧୪ କ୍ୟାରେଟ ସୁନା ଭରି ପିଛା ମୂଲ୍ୟରେ ବୃଦ୍ଧି ପାଇ ୬୨୮୬୦ ଟଙ୍କାରେ ପହଞ୍ଚିଛି। ୧୮ କ୍ୟାରେଟ ସୁନା ଭରି ପିଛା ୭୮୯୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଭରି ପିଛା ୯୫୧୨୦ ଟଙ୍କାରେ ବ୍ୟବସାୟ କରିଛି।
୨୦ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ଆଜି ୮୬୭୩୦ ରହିଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୯୭୪୬୦ ଟଙ୍କାରେ ସୁନା ବଜାରରେ ବ୍ୟବସାୟ କରିଥିବା ଦେଖିବାକୁ ମିଳିଥିଲା।
Gold And Silver Price Today: ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ଗୁରୁବାର ଉଭୟ ୨୨ ଓ ୨୪ କ୍ୟାରେଟ ଭରିପିଛା ମୂଲ୍ୟରେ ବୃଦ୍ଧି ଘଟିଛି।
୨୨ କ୍ୟାରେଟ ସୁନାର ଭରି ପିଛା ୧୯୫୦ ଟଙ୍କା ବୃଦ୍ଧି ପାଇ ୯୨୯୫୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି।
ସେହିପରି ୨୪ କ୍ୟାରେଟ ସୁନା ଭରିପିଛା ୨୧୨୦ ଟଙ୍କା ବୃଦ୍ଧି ଏକ ଲକ୍ଷ ଟଙ୍କା ଡେଇଁଛି। ଆଜି ୨୪ କ୍ୟାରେଟ୍ ସୁନା ଭରି ପିଛା ୧,୦୧,୪୦୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି।
ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଭରି ପିଛା ୯୨୯୫୦ ଟଙ୍କାରେ କାରବାର କରୁଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୧,୦୧,୪୦୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ତେବେ ସୁନା କିଣିବା ପୂର୍ବରୁ ମୂଲ୍ୟ ଯାଞ୍ଚ କରି ଆପଣ ସୁନା କିଣିପାରିବେ।
ट्रेन्डिंग फोटोज़