Advertisement
Photo Details/zeeodisha/odisha2840806
photoDetails0hindi

Gold Rate: ମଙ୍ଗଳବାର ଦିନ ଆରମ୍ଭରୁ ଖସିଲା ସୁନା ଦର, ରାଜଧାନୀରେ ରହିଛି ଏତିକି ଟଙ୍କା

ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପ୍ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ। 

 

1/7

Gold And Silver Price Today: ସୁନା ଗ୍ରାହକଙ୍କ ପାଇଁ ଖୁସି ଖବର। ଜୁଲାଇ ମାସ ଆରମ୍ଭରୁ ଭରି ପିଛା ଏକ ଲକ୍ଷ ଟଙ୍କା ତଳକୁ ଖସିଛି ଭରିପିଛା ମୂଲ୍ୟ। ଆଜି ୧୫ ଜୁଲାଇ ମଙ୍ଗଳବାର ସୁନା ଭରି ପିଛା ମୂଲ୍ୟରେ ହ୍ରାସ ଘଟିଛି। ସେପଟେ ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ୍ ସୁନା ଭରି ପିଛା ମୂଲ୍ୟ ୬୦ ହଜାର ଡେଇଁଛି। 

2/7

ମଙ୍ଗଳବାର ଦର ଅନୁଯାୟୀ ୧୪ କ୍ୟାରେଟ୍ ସୁନା ଭରି ପିଛା ୬୩୪୧୦ ଟଙ୍କାରେ ପହଞ୍ଚିଛି। ୧୮ କ୍ୟାରେଟ ସୁନା ଭରି ପିଛା ୭୯୬୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଭରି ପିଛା ୯୫୯୪୦ ଟଙ୍କାରେ ବ୍ୟବସାୟ କରିଛି। 

3/7

୨୦ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ଆଜି ୮୭୪୯୦ ରହିଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୯୮୩୦୦ ଟଙ୍କାରେ ସୁନା ବଜାରରେ ବ୍ୟବସାୟ କରିଥିବା ଦେଖିବାକୁ ମିଳିଥିଲା।

4/7

Gold And Silver Price Today:  ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ମଙ୍ଗଳବାର ଉଭୟ ୨୨ ଓ ୨୪ କ୍ୟାରେଟ ଭରିପିଛା ମୂଲ୍ୟରେ ହ୍ରାସ ଘଟିଛି।

5/7

୨୨ କ୍ୟାରେଟ ସୁନାର ଭରି ପିଛା ୧୦୦ ଟଙ୍କା ହ୍ରାସ ପାଇ ୯୧୪୫୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି। 

6/7

ସେହିପରି ୨୪ କ୍ୟାରେଟ ସୁନା ଭରିପିଛା ମୂଲ୍ୟ ଏକ ଲକ୍ଷ ଟଙ୍କା ତଳକୁ ଖସି ଆସିଛି। ଆଜି ୨୪ କ୍ୟାରେଟ୍ ସୁନା ଭରି ପିଛା ୧୧୦ ଟଙ୍କା ହ୍ରାସ ପାଇ ୯୯୭୭୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି। 

7/7

ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଭରି ପିଛା ୯୧୪୫୦ ଟଙ୍କାରେ କାରବାର କରୁଥିବା ବେଳେ ୨୪ କ୍ୟାରେଟ ଭରି ପିଛା  ୯୯୭୭୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ତେବେ ସୁନା କିଣିବା ପୂର୍ବରୁ ମୂଲ୍ୟ ଯାଞ୍ଚ କରି ଆପଣ ସୁନା କିଣିପାରିବେ। 

;