ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପ୍ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ।
Gold And Silver Price Today: ସୁନା ଗ୍ରାହକଙ୍କ ପାଇଁ ଖୁସି ଖବର। ଆଜି ୨୩ ଜୁନ ସୋମବାର ବଜାର ଖୋଲିବା ପରେ ସୁନା ଗ୍ରାହକଙ୍କୁ ଖୁସି ଖବର ମିଳିଛି। ଦିନ ଆରମ୍ଭରୁ ସୋମବାର ସୁନା ଭରି ପିଛା ମୂଲ୍ୟରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ସେପଟେ ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ୍ ସୁନା ଭରି ପିଛା ମୂଲ୍ୟ ୬୦ ହଜାର ଡେଇଁଛି।
ଆଜି ସୋମବାର ବୁଲିଅନ ବଜାରର ଦର ଅନୁଯାୟୀ ୧୪ କ୍ୟାରେଟ୍ ସୁନା ଭରି ପିଛା ୬୩୬୬୦ ଟଙ୍କାରେ ପହଞ୍ଚିଛି। ୧୮ କ୍ୟାରେଟ ସୁନା ଭରି ପିଛା ୭୯୯୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଭରି ପିଛା ୯୬୩୨୦ ଟଙ୍କାରେ ବ୍ୟବସାୟ କରିଛି।
୨୦ କ୍ୟାରେଟ୍ ସୁନାର ଭରି ପିଛା ମୂଲ୍ୟ ଆଜି ୮୭୮୩୦ ରହିଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୯୮୬୯୦ ଟଙ୍କାରେ ସୁନା ବଜାରରେ ବ୍ୟବସାୟ କରିଥିବା ଦେଖିବାକୁ ମିଳିଥିଲା।
Gold And Silver Price Today: ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ସୋମବାର ଉଭୟ ୨୨ ଓ ୨୪ କ୍ୟାରେଟ ଭରିପିଛା ମୂଲ୍ୟରେ ହ୍ରାସ ଘଟିଛି।
୨୨ କ୍ୟାରେଟ ସୁନାର ଭରି ପିଛା ୫୦ ଟଙ୍କା ହ୍ରାସ ପାଇ ୯୨୩୦୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି।
ସେହିପରି ୨୪ କ୍ୟାରେଟ ସୁନା ଭରିପିଛା ଏକ ଲକ୍ଷ ଟଙ୍କା ଡେଇଁଛି। ଆଜି ୨୪ କ୍ୟାରେଟ୍ ସୁନା ଭରି ପିଛା ୬୦ ଟଙ୍କା ହ୍ରାସ ପାଇ ୧,୦୦,୬୯୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି।
ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଭରି ପିଛା ୯୨୩୦୦ ଟଙ୍କାରେ କାରବାର କରୁଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୧,୦୦,୬୯୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ତେବେ ସୁନା କିଣିବା ପୂର୍ବରୁ ମୂଲ୍ୟ ଯାଞ୍ଚ କରି ଆପଣ ସୁନା କିଣିପାରିବେ।
ट्रेन्डिंग फोटोज़