Gold And Silver Price Today: ଅକ୍ଷୟ ତୃତୀୟାରେ ହ୍ରାସ ପାଇଲା ସୁନାଦର। ଲଗାତାର ଭରି ପିଛା ମୂଲ୍ୟରେ ବୃଦ୍ଧି ପାଉଥିବା ବେଳେ ଆଜି ୩୦ ଏପ୍ରିଲ ୨୦୨୫ ସୋମବାର ଉଭୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟରେ ଦରରେ ଭରିପିଛା ମୂଲ୍ୟରେ ବୃହତ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି।
ବୁଲିଅନ ବଜାରର ମଙ୍ଗଳବାର ଦର ଅନୁଯାୟୀ ୧୪ କ୍ୟାରେଟ ସୁନା ଭରି ପିଛା ମୂଲ୍ୟ ୬୦ ହଜାର ଉପରେ ରହିଛି। ୧୪ କ୍ୟାରେଟ ସୁନା ଭରି ପିଛା ୬୧୯୩୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି।
୧୮ କ୍ୟାରେଟ ସୁନା ଭରି ପିଛା ୭୭୭୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଭରି ପିଛା ୯୩୭୧୦ ଟଙ୍କାରେ ବ୍ୟବସାୟ କରିଛି। ୨୦ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ଆଜି ୮୫୪୫୦ ରହିଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୯୬୦୧୦ ଟଙ୍କାରେ ସୁନା ବଜାରରେ ବ୍ୟବସାୟ କରିଥିବା ଦେଖିବାକୁ ମିଳିଥିଲା।
ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ସୋମବାର ଉଭୟ ୨୨ ଓ ୨୪ କ୍ୟାରେଟ ଭରିପିଛା ମୂଲ୍ୟରେ ବୃହତ ହ୍ରାସ ଘଟିଛି।
ଫଳରେ ୨୨ କ୍ୟାରେଟ ସୁନାର ଭରି ପିଛା ୫୦ ଟଙ୍କା ହ୍ରାସ ପାଇ ୮୯୭୫୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି। ସେହିପରି ୨୪ କ୍ୟାରେଟ ସୁନା ଭରିପିଛା ୬୦ ଟଙ୍କା ହ୍ରାସ ପାଇ ୯୭୯୧୦ ଟଙ୍କାରେ ବ୍ୟବସାୟ ଆରମ୍ଭ କରିଛି।
ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଭରି ପିଛା ୮୯୭୫୦ ଟଙ୍କାରେ କାରବାର କରୁଥିବା ବେଳେ ୨୪ କ୍ୟାରେଟ ଭରି ପିଛା ସୁନା ୯୭୯୧୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ତେବେ ସୁନା କିଣିବା ପୂର୍ବରୁ ମୂଲ୍ୟ ଯାଞ୍ଚ କରି ଆପଣ ସୁନା କିଣିପାରିବେ।
ट्रेन्डिंग फोटोज़