Advertisement
Photo Details/zeeodisha/odisha2830824
photoDetails0hindi

Gold Rate: ମଙ୍ଗଳବାର ଆରମ୍ଭରୁ ସୁନା ଦରରେ ବୃହତ ବୃଦ୍ଧି, ଭୁବନେଶ୍ୱରରେ ଏତିକି ରହିଛି ଭରି ପିଛା ମୂଲ୍ୟ

ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପ୍ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ। 

1/7

Gold And Silver Price Today: ପୁଣି ବଢିଲା ସୁନା ପିଛା ଦର। ସୁନା ଗ୍ରାହକଙ୍କ ବିନ୍ଧାଇଲା ମୁଣ୍ଡ। ଜୁଲାଇ ମାସ ଦ୍ୱିତୀୟ ସପ୍ତାହ ଆରମ୍ଭରୁ ସୁନା ଭରି ପିଛା ମୂଲ୍ୟରେ ଅସ୍ଥିରତା ଦେଖିବାକୁ ମିଳିଛି। ଆଜି ୮ ଜୁଲାଇ ମଙ୍ଗଳବାର ସୁନା ଭରି ପିଛା ମୂଲ୍ୟରେ ବୃଦ୍ଧି ଘଟିଛି। ସେପଟେ ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ୍ ସୁନା ଭରି ପିଛା ମୂଲ୍ୟ ୬୦ ହଜାର ଡେଇଁଛି। 

2/7

ମଙ୍ଗଳବାର ଦର ଅନୁଯାୟୀ ୧୪ କ୍ୟାରେଟ୍ ସୁନା ଭରି ପିଛା ୬୨୩୦୦ ଟଙ୍କାରେ ପହଞ୍ଚିଛି। ୧୮ କ୍ୟାରେଟ ସୁନା ଭରି ପିଛା ୭୮୨୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଭରି ପିଛା ୯୪୨୮୦ ଟଙ୍କାରେ ବ୍ୟବସାୟ କରିଛି। 

3/7

୨୦ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ଆଜି ୮୫୯୭୦ ରହିଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୯୬୬୦୦ ଟଙ୍କାରେ ସୁନା ବଜାରରେ ବ୍ୟବସାୟ କରିଥିବା ଦେଖିବାକୁ ମିଳିଥିଲା।

4/7

Gold And Silver Price Today:  ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ମଙ୍ଗଳବାର ଉଭୟ ୨୨ ଓ ୨୪ କ୍ୟାରେଟ ଭରିପିଛା ମୂଲ୍ୟରେ ବୃଦ୍ଧି ଘଟିଛି।

5/7

୨୨ କ୍ୟାରେଟ ସୁନାର ଭରି ପିଛା ୫୦୦ ଟଙ୍କା ବୃଦ୍ଧି ଘଟି ୯୦୬୦୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି। 

6/7

ସେହିପରି ୨୪ କ୍ୟାରେଟ ସୁନା ଭରିପିଛା ମୂଲ୍ୟ ଏକ ଲକ୍ଷ ଟଙ୍କା ତଳକୁ ଖସି ଆସିଛି। ଆଜି ୨୪ କ୍ୟାରେଟ୍ ସୁନା ଭରି ପିଛା ୫୫୦ ଟଙ୍କା ବୃଦ୍ଧି ପାଇ ୯୮୮୪୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି। 

7/7

ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଭରି ପିଛା ୯୦୬୦୦ ଟଙ୍କାରେ କାରବାର କରୁଥିବା ବେଳେ ୨୪ କ୍ୟାରେଟ ଭରି ପିଛା  ୯୮୮୪୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ତେବେ ସୁନା କିଣିବା ପୂର୍ବରୁ ମୂଲ୍ୟ ଯାଞ୍ଚ କରି ଆପଣ ସୁନା କିଣିପାରିବେ। 

;