Indus Waters Treaty: ଶନିବାର ଦିନ ଭାରତ ହଠାତ୍ ଝେଲମ୍ ନଦୀର ଜଳସ୍ତର ବୃଦ୍ଧି କରିବା ଫଳରେ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କ ସୃଷ୍ଟି ହୋଇଛି। PoK କହିଛି ଯେ ଭାରତ କୌଣସି ପୂର୍ବ ଚେତାବନୀ ବିନା ଉରି ଡ୍ୟାମରୁ ପାଣି ଛାଡିଛି।
Trending Photos
Indus Waters Treaty: ଶନିବାର ଦିନ ଭାରତ ହଠାତ୍ ଝେଲମ୍ ନଦୀର ଜଳସ୍ତର ବୃଦ୍ଧି କରିବା ଫଳରେ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କ ସୃଷ୍ଟି ହୋଇଛି। PoK କହିଛି ଯେ ଭାରତ କୌଣସି ପୂର୍ବ ଚେତାବନୀ ବିନା ଉରି ଡ୍ୟାମରୁ ପାଣି ଛାଡିଛି। କହିରଖୁଛୁ ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ସମେତ ଅନେକ ବଡ଼ ପଦକ୍ଷେପ ନେଇଛି। ଭାରତ କହିଛି ଯେ ପହଲଗାମ ଆକ୍ରମଣର ଦୋଷୀମାନଙ୍କୁ କେବେବି ଛାଡିବ ନାହିଁ।
ଯେତେବେଳେ ଭାରତ ପକ୍ଷରୁ ପାଣି ଛଡ଼ାଗଲା ପିଓକେର ହଟିଆନ ବାଲା ଜିଲ୍ଲାରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲା ଏବଂ ଲୋକଙ୍କୁ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିଛି। ପିଓକେ ଏହାକୁ ଅନ୍ତର୍ଜାତୀୟ ମାନଦଣ୍ଡ ଏବଂ ସିନ୍ଧୁ ଜଳ ଚୁକ୍ତିନାମା (Indus Waters Treaty) ର ଉଲ୍ଲଂଘନ ବୋଲି କହିଛି।
ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ ପିଓକେର ରାଜଧାନୀ ମୁଜାଫରାବାଦ ଏବଂ ଚାକୋଠି ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲାଉଡସ୍ପିକର ମାଧ୍ୟମରେ ନଦୀର ଜଳସ୍ତର ଦ୍ରୁତ ବୃଦ୍ଧି ସମ୍ପର୍କରେ ଏକ ଚେତାବନୀ ଜାରି କରାଯାଇଥିଲା। ପ୍ରଶାସନ ଲୋକଙ୍କୁ ଘର ଖାଲି କରିବାକୁ କହିଥିଲା ଏବଂ ସେମାନଙ୍କୁ ଘର ଛାଡି ପଳାଇବାକୁ ପଡିଛି।
Muzaffarabad, PoJK | Heavy water flow in Jhelum River after sudden release from India today. Locals report rising water levels. pic.twitter.com/WtuvD2goUM
— Tar21Operator (@Tar21Operator) April 26, 2025
ଭାରତ ଝେଲମରେ ସାଧାରଣ ଅପେକ୍ଷା ଅଧିକ ପାଣି ଛାଡିବା ଯୋଗୁଁ ଝେଲମ ନଦୀ ବନ୍ୟାଗ୍ରସ୍ତ ହୋଇଥିବାରୁ ପିଓକେ ପ୍ରଶାସନ ଝେଲମ ନଦୀ ନିକଟରେ ରହୁଥିବା ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ କହିଛି। ଏହା ଯୋଗୁଁ ପଶୁପକ୍ଷୀ ଏବଂ ଫସଲର ମଧ୍ୟ ବିପୁଳ କ୍ଷତି ହୋଇଥିବା ରିପୋର୍ଟ ରହିଛି।
ପିଓକେ ସରକାର ଭାରତ ଉପରେ ଜାଣିଶୁଣି "ୱାଟର ଟେରୋରିଜିମ୍" ପ୍ରସାର କରୁଥିବା ଅଭିଯୋଗ ଆଣିଛି ଏବଂ କହିଛି ଯେ ପୂର୍ବରୁ ସୂଚନା ନ ଦେବା ସିନ୍ଧୁ ଜଳ ଚୁକ୍ତିନାମାର ଉଲ୍ଲଂଘନ। ଏହି ଚୁକ୍ତିନାମା ଅନୁଯାୟୀ, ଉଭୟ ଦେଶକୁ ପାଣି ଛାଡ଼ିବା ବିଷୟରେ ପୂର୍ବରୁ ସୂଚନା ଦେବାକୁ ପଡିଥାଏ। ପିଓକେ ପ୍ରଶାସନ କହୁଛି ଯେ ଭାରତ ଦ୍ୱାରା ପାଣି ଛାଡିବା ଯୋଗୁଁ ଏକ ବଡ଼ ସମସ୍ୟା ଉପୁଜିଛି ଏବଂ ଏହି ମାମଲାରେ ଭାରତ ପକ୍ଷରୁ କୌଣସି ଉତ୍ତର ଆସିନାହିଁ।