Viral Video: ଅଭିନେତ୍ରୀ କାବେରୀ ପାଢୀ ନିଜ ଅଭିନୟ ମାଧ୍ୟମରେ ଯାତ୍ରା ଜଗତ ଏବଂ ଦର୍ଶକଙ୍କ ମହଲରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଏକାଧିକ ଯାତ୍ରାନୁଷ୍ଠାନରେ କାମ କରିବା ପରେ ବର୍ତ୍ତମାନ କାବେରୀ ଶିବାନୀ ଗଣନାଟ୍ୟ ସହ ଯୋଡି ହୋଇ ରହିଛନ୍ତି । ଅଭିନୟକୁ ଛାଡିଦେଲେ ସୋସିଆଲ ମିଡିଆରେ କାବେରୀଙ୍କର ଲୋକପ୍ରିୟତା ଖୁବ ଭଲ ରହିଛି । କାବେରୀ ଅନେକ ସମୟରେ ରିଲ୍ସ ତିଆରି କରି ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସେୟାର କରିଥାନ୍ତି । ନିକଟରେ ଯାତ୍ରା ମଞ୍ଚରେ କାବେରୀ ଏହି ରିଲ୍ ସୁଟ୍ କରିଥିଲେ ।