Odisha Weather Updates: ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଗାଙ୍ଗେୟ-ପଶ୍ଚିମବଙ୍ଗ ଉପତ୍ୟକା ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ନୂଆପଡ଼ା ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଭାରୀ ବର୍ଷା ହେବ।
ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ନୂଆପଡ଼ା ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଭାରୀ ବର୍ଷା ହେବ। ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଝଡ଼ବର୍ଷା ସହିତ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ବହିପାରେ ପବନ।
୧୨ ତାରିଖ ଯାଏଁ ରାଜ୍ୟକୁ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆସନ୍ତାକାଲିଠୁ ବର୍ଷା ପରିମାଣ ସାମାନ୍ୟ କମିପାରେ। ଗାଙ୍ଗେୟ-ପଶ୍ଚିମବଙ୍ଗ ଉପତ୍ୟକା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିଛି।
ଆଗାମୀ ୨ ରୁ ୩ ଦିନ ଯାଏଁ ଏହା ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ ମଧ୍ୟ ଦେଇ ଗତିକରିବାର ସମ୍ଭାବନା ରହିଛି।
ଏପଟେ ପଶ୍ଚିମ ଓଡ଼ିଶାରେ ବର୍ଷା ବିତ୍ପାତ। ଝାରସୁଗୁଡ଼ା ଜିଲ୍ଲାକୁ ବେହାଲ୍ କରିଛି ଲଗାଣ ବର୍ଷା। ବିଭିନ୍ନ ସ୍ଥାନରେ ବନ୍ୟା ଭଲି ସ୍ଥିତି।
ଜଳବନ୍ଦୀ ହୋଇଛି ଝାରସୁଗୁଡ଼ା ଜିଲ୍ଲାର ପ୍ରସିଦ୍ଧ କୋଇଲିଘୁଘର ଶୈବପୀଠ। ମନ୍ଦିର ଭିତରେ ପଶିଛି ବନ୍ୟା ପାଣି। ମୁଖ୍ୟ ମନ୍ଦିର ଚଟାଣକୁ ଲାଗି ପ୍ରବାହିତ ହେଉଛି ପ୍ରଖର ସୁଅ।
ଆଜି ସକାଳ ସାଢେ ୮ ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଏସବୁ ଜିଲ୍ଲାଗୁଡିକ ହେଉଛି ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ସମ୍ବଲପୁର । ଘଡ଼ଘଡ଼ି ସହିତ ବିଜୁଳି ହେବାର ସମ୍ଭାବନା ରହିଛି ।
ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନଙ୍କୁ କହାଯାଇଛି । ଝାରସୁଗୁଡା, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ବର, ଭଦ୍ରକ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ବି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ट्रेन्डिंग फोटोज़