Odisha Rain Update: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ତେବେ, ପାଣିପାଗ ବିଭାଗ ଆଜି କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି। ତେବେ, ଆସନ୍ତୁ ଜାଣିବା କେଉଁସବୁ ଜିଲ୍ଲାରେ ବର୍ଷା ନେଇ ସତର୍କତା ଜାରି ହୋଇଛି।...
ପଶ୍ଚିମବଙ୍ଗ ଗାଙ୍ଗେୟ ଉପତ୍ୟାକା ତଥା ପାଶ୍ବବର୍ତ୍ତୀ ଝାଡ଼ଖଣ୍ତ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଘୂର୍ଣ୍ଣିବଳୟ ସମୁଦ୍ରପତ୍ତନ ଠାରୁ ୭.୬ କିମି ଉପର ଯାଏଁ ବ୍ୟାପିଛି। ଏହାସାଙ୍ଗକୁ ମୌମୁମୀ ଜନିତ ନିମ୍ନରେଖା ପଞ୍ଜାବ ଅମ୍ରିତସହରରୁ ବାହାରି ଲଘୁଚାପ କ୍ଷେତ୍ରର ମଧ୍ୟସ୍ଥଳ ଦେଇ ଦକ୍ଷିଣ ପୂର୍ବ ଦିଗରେ ବଙ୍ଗୋପସାଗର ଯାଏଁ ଲମ୍ବିଛି। ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଏହି ପାଣିପାଗ ୧୫ ତାରିଖ ଯାଏଁ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।
ଏହାବି ପଢନ୍ତୁ : Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?
ଗତ ୨୪ ଘଣ୍ଟାରେ ମୟୂରଭଂଜ ଜିଲ୍ଲାର ସ୍ଥାନେ ସ୍ଥାନେ ୧୦ ସେଣ୍ଟିମିଟରରୁ ଅଧିକ ବର୍ଷା ରେକର୍ଡ଼ ହୋଇଛି। ବରଗଡ଼, ସୁନ୍ଦରଗଡ, ସମ୍ବଲପୁର,ଦେବଗଡ, ସୋନପୁର ଆଦି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ରେକର୍ଡ଼ ହୋଇଛି।
ଆଜି (ଗୁରୁବାର) ବିଶେଷକରି, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,କଟକ, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ,ଢେଙ୍କାନାଳ,କେନ୍ଦୁଝର, ମୟୂରଭଂଜ, ପୁରୀ, ଖୋର୍ଦ୍ଧା,ନୟାଗଡ, ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।
ଜୁନ୍ ୧ ରୁ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୩୯୮.୮ ମିମି ବର୍ଷା ହୋଇଛି। ସ୍ବାଭାବିକ ବର୍ଷା ୨୯୫ ମିମି ତୁଳନାରେ ଏହା ୩୫ ପ୍ରତିଶତ ଅଧିକ ରହିଛି।
ଦେବଗଡ଼, କୋରାପୁଟ୍, ବୌଦ୍ଧ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ମୟୂରଭଂଜ ଜିଲ୍ଲାରେ ଅତ୍ୟାଧିକ ବର୍ଷା ରେକର୍ଡ଼ ହୋଇଛି।
ସେହିପରି,ଢେଙ୍କାନାଳ, କଟକ, କେନ୍ଦ୍ରାପଡା, ସୋନପୁର, କେନ୍ଦଝର, କନ୍ଦମାଳ,ଭଦ୍ରକ, ବାଲେଶ୍ବର, ବରଗଡ଼ ଓ ମାଲକାନଗିରି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି।
ଗଜପତି ଓ ନୂଆପଡା ଜିଲ୍ଲାରେ ଅଭାବୀ ବର୍ଷା ହୋଇଥିବା ବେଳେ ୧୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି।
ट्रेन्डिंग फोटोज़