Odisha Rain Update: ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି ରହିଛି। ତେବେ, ଏହାରି ଭିତରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ କିଛି ସ୍ଥାନରେ ଆଜି ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ସବୁ ଜିଲ୍ଲାରେ ବର୍ଷା ହେବ...
ଛତିଶଗଡ଼ ଓ ଏହାର ପାଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୃର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଆସନ୍ତାକାଲି ଠାରୁ ପ୍ରବଳ ବର୍ଷା ହୋଇପାରେ।
ଆସନ୍ତାକାଲି ବିଶେଷକରି,ମୟୂରଭଂଜ,କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଜଗତସିଂହପୁରରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।
୧୪ ତାରିଖରେ ମୟୂରଂଜ, କେନ୍ଦୁଝର ସମେତ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ଦେବଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆଜି ବିଶେଷକରି, ବାଲେଶ୍ବର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଂଜ,କେନ୍ଦୁଝର,ସୁନ୍ଦରଗଡ, ନବରଙ୍ଗପୁର,ମାଲକାନଗିରି , ନୂଆପଡା ଓ କୋରାପୁଟ୍ ରେ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି।
ସେହିପରି, ୧୩ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା,ବରଗଡ, ସମ୍ବଲପୁର,ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର,ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ତି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ୍ ଓ ମାଲକାନଗିରିର କିଛି ସ୍ଥାନରେ ବର୍ଷା ହେବା ସହ ବିଜୁଳି ଘଡ଼ଘଡ଼ି ହେବା ନେଇ ସମ୍ଭାବନା ରହିଛି।
ट्रेन्डिंग फोटोज़