Advertisement
Photo Details/zeeodisha/odisha2804059
photoDetails0hindi

Weather Updates: ପବନ ସହ ୪ ଦିନ ଭଲ ବର୍ଷା

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ହାଲୁକା ପବନ ସହିତ ଆଗାମୀ ୪ ଦିନ ଭଲ ବର୍ଷା ହେବ। କିଛି ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

1/6

ପାଣିପାଗ କହିବା ଅନୁଯାୟୀ ରାଜ୍ୟରେ ମୌସୁମୀ ପୁଣି ଥରେ ସକ୍ରିୟ ହୋଇଯାଇଥିବା ବେଳେ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଟ୍ରଫ୍‌ଲାଇନ୍‌ ବରଗଡ଼ ଜିଲ୍ଲା ହୋଇ ଚାନ୍ଦବାଲି ପର୍ଯ୍ୟନ୍ତ ଗତି କରୁଛି। 

2/6

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଆଉ କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବା ସହ ଆସନ୍ତା ୨ ଦିନ ମଧ୍ୟରେ ସାରା ଓଡ଼ିଶାରେ ମୌସୁମୀ ସକ୍ରିୟ ହେବାକୁ ପାଗ ଅନୁକୂଳ ହେଉଛି। ଫଳରେ ରାଜ୍ୟରେ ଆସନ୍ତା ୪ ଦିନ ଭଲ ବର୍ଷା ହେବା ଆଶା କରାଯାଉଛି। 

3/6

ଆସନ୍ତା ୨ ଦିନରେ ଓଡ଼ିଶା ସମେତ ସମ୍ପୂର୍ଣ୍ଣ ବିଦର୍ଭ ଓ ଛତିଶଗଡ଼ରେ ମୌସୁମୀ ସକ୍ରିୟ ହୋଇଯିବା ସହ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର କିଛି କିଛି ସ୍ଥାନରେ ସକ୍ରିୟ ହେବାକୁ ବାତାବରଣ ଅନୁକୂଳ ହେଉଛି। 

4/6

ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସହ ପବନର ଝଟ୍‌କା ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ଏଣୁ ଏହି ୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ‌

5/6

ଏଥିସହ ଝାରସୁଗୁଡ଼ା, ଦେବଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅବଶିଷ୍ଟ ଓଡ଼ିଶ‌ାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି।

6/6

ଏଣୁ ଏସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୮ ତାରିଖ ଦିନ କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ୨୦ ତାରିଖ ଯାଏଁ ଅଳ୍ପ ବହୁତ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

;