Advertisement
Photo Details/zeeodisha/odisha2673675
photoDetails0hindi

Weekly Tarot Reading: ନୂଆ ସପ୍ତାହରେ ଶୁକ୍ରାଦିତ୍ୟ ଏବଂ ବୁଧାଦିତ୍ୟ ରାଜଯୋଗ, ପଢନ୍ତୁ ରାଶିଫଳ

Weekly Horoscope Tarot Reading, 10 to 16 March 2025: ମାର୍ଚ୍ଚ ୧୦ ରୁ ୧୬ ମଧ୍ୟରେ ବୁଧାଦିତ୍ୟ ରାଜଯୋଗ ସହିତ ଶୁକ୍ରାଦିତ୍ୟ ରାଜଯୋଗର ଶୁଭ ମିଶ୍ରଣ ଗଠନ ହେବାକୁ ଯାଉଛି।

1/13

ମେଷ ରାଶି

ଟାରୋ କାର୍ଡର ଗଣନା ଅନୁଯାୟୀ, ନୂଆ ସପ୍ତାହରେ କର୍ମକ୍ଷେତ୍ରରେ ନିୟମ କଡ଼ାକଡ଼ି ପାଳନ କରିବାକୁ ପଡିବ । ନଚେତ୍ ଆପଣ କ୍ଷତି ସହିପାରନ୍ତି । ହୋଲି ପର୍ବ ଆପଣଙ୍କ ଜୀବନରେ ନୂଆ ରଙ୍ଗ ଭରିଦେବ । ବନ୍ଧୁ ଏବଂ ପରିବାର ସହିତ ଭଲ ସମ୍ପର୍କ ବଜାୟ ରଖିବେ । କୌଣସି କାର୍ଯ୍ୟକୁ ନେଇ ଅତ୍ୟଧିକ ଉତ୍ସାହିତ ହୁଅନ୍ତୁ ନାହିଁ । ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତୁ । କଠିନ ପରିଶ୍ରମ ଏବଂ ନିଷ୍ଠାର ସହ ଆଗକୁ ବଢ଼ନ୍ତୁ।

2/13

ବୃଷ ରାଶି

ଟାରୋ କାର୍ଡର ଗଣନା ଅନୁସାରେ, ନୂଆ ସପ୍ତାହଟି ଆପଣଙ୍କ ପାଇଁ ନୂଆ ସୁଯୋଗ ଆଣିଦେବ। ସମ୍ପର୍କରେ ଉନ୍ନତି ହେବ । ପୁରୁଣା ସମସ୍ୟାର ସମାଧାନ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ହଠାତ୍ ସଫଳତା ମିଳିପାରେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିଛି । କଠିନ ପରିଶ୍ରମ ଜାରି ରଖନ୍ତୁ ଦେଖିବେ ସଫଳତା ମିଳିବ ।

3/13

ମିଥୁନ ରାଶି

ଟାରୋ କାର୍ଡର ଗଣନା ଅନୁଯାୟୀ, ନୂଆ ସପ୍ତାହଟି ଆପଣଙ୍କ ପାଇଁ ଉତ୍ସାହରେ ପରିପୂର୍ଣ୍ଣ ହେବ। ନୂତନ ସମ୍ପର୍କ ଗଢ଼ିବାରେ ଆପଣ ସକ୍ଷମ ହେବେ । ବ୍ୟକ୍ତିଗତ ଜୀବନରେ ଉନ୍ନତି ଆସିବ। ଘରକୁ ଅତିଥିଙ୍କ ଆଗମନ ହୋଇପାରେ । ଅସୁସ୍ଥ ଥିଲେ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ବ୍ୟବସାୟରେ ଭଲ ଲାଭ ପାଇବେ ।

4/13

କର୍କଟ ରାଶି

ପାରିବାରିକ ଏବଂ ସାମାଜିକ କ୍ଷେତ୍ରରେ ସକ୍ରିୟ ରହିବେ । ହୋଲି ପର୍ବ ଆପଣଙ୍କ ପାଇଁ ପ୍ରେମ ଏବଂ ଆଧ୍ୟାତ୍ମିକତା ଆଣିଦେବ। ପିତାମାତାଙ୍କଠାରୁ ସମର୍ଥନ ପାଇବେ । ନିଜ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ବଜାୟ ରଖନ୍ତୁ।

5/13

ସିଂହ ରାଶି

ନୂଆ ସପ୍ତାହରେ ସାମାଜିକ ସ୍ତରରେ ଲାଭ ପାଇବେ । ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବା କାରଣରୁ ଉତ୍ସାହିତ ରହିବେ। ମାନସିକ ଏବଂ ଆଧ୍ୟାତ୍ମିକ ଶକ୍ତି ବୃଦ୍ଧି ପାଇବ। ସମ୍ପର୍କୀୟମାନେ ଆପଣଙ୍କୁ ଅଧିକ ଗୁରୁତ୍ୱ ଦେବେ । ସାହସର ସହ ନେଇଥିବା ନିଷ୍ପତ୍ତିରୁ ଆପଣ ଲାଭ ପାଇବେ।

6/13

କନ୍ୟା ରାଶି

ଆପଣଙ୍କ ପାଇଁ ସପ୍ତାହଟି ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟବସାୟରେ ଅଧିକ ଲାଭ ପାଇବେ । ସମ୍ପର୍କୀୟମାନଙ୍କ ସହିତ ସମ୍ପର୍କ ମଜବୁତ ହେବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ । ଘରେ ପରିବେଶ ଭଲ ରହିବ । ଘରକୁ ସମ୍ପର୍କୀୟଙ୍କ ଆଗମନ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଚାପ ବଢିପାରେ। ସପ୍ତାହ ଶେଷରେ ଭ୍ରମଣର ଯୋଜନା କରିପାରନ୍ତି ।

7/13

ତୁଳା ରାଶି

ନୂଆ ସପ୍ତାହଟି ନୂଆ ଆଶା ସୃଷ୍ଟି କରିବ । ନିଜ ମଧ୍ୟରେ ସକାରାତ୍ମକ ପରିବର୍ତ୍ତନ ଘଟିବ। କଠିନ ପରିଶ୍ରମର ଉପଯୁକ୍ତ ପୁରସ୍କାର ଆପଣ ପାଇବେ । କର୍ମକ୍ଷେତ୍ରରେ ପ୍ରଗତି କରିବେ। ସ୍ୱପ୍ନ ପୂରଣ କରିବାର ସମୟ ଆସିଛି। ଆଶାବାଦୀ ହୁଅନ୍ତୁ ଏବଂ ନିଜ ମଧ୍ୟରେ ବିଶ୍ୱାସ ରଖନ୍ତୁ। ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ନ୍ତୁ ଦେଖିବେ କ୍ୟାରିୟରରେ ସକରାତ୍ମକ ଫଳ ପାଇବେ ।

8/13

ବିଛା ରାଶି

ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କୁ ଭେଟିବାର ସୁଯୋଗ ପାଇବେ। କାହା ସହ ବିବାଦ ଥିଲେ ତାହା ଆପୋଷ ବୁଝାମଣା ମଧ୍ୟରେ ଦୂର ହେବ । ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିବେ। ଭୟକୁ ପଛରେ ପକାଇ ଆଗକୁ ବଢ଼ନ୍ତୁ।

9/13

ଧନୁ ରାଶି

ଆପଣଙ୍କ ପାଇଁ ସମୟ ସକାରାତ୍ମକ ପରିବର୍ତ୍ତନ ଆଣିଦେବ । ଜୀବନରେ ବହୁତ ଖୁସି ପାଇବେ । ନୂଆ ଏବଂ ପୁରୁଣା ବନ୍ଧୁମାନଙ୍କ ସହିତ ସାକ୍ଷାତ ହେବ। ମହିଳାମାନଙ୍କୁ ପରିବାରରରୁ ସମର୍ଥନ ମିଳିବ। ନିଜ ପ୍ରିୟ ଖାଦ୍ୟ ଖାଇବାକୁ ମିଳିପାରେ । ଜୀବନରେ ହସ ଖୁସି ଫେରି ଆସିବ।

10/13

ମକର ରାଶି

ନୂଆ ସପ୍ତାହଟି ଆପଣଙ୍କ ପାଇଁ ସମୃଦ୍ଧି ଏବଂ ପ୍ରଗତି ଆଣିଦେବ। ନିଜ ମଧ୍ୟରେ ସୃଜନଶୀଳତାର ବିକାଶ ହେବ । ପରିବାର ଏବଂ ସମ୍ପର୍କକୁ ସୁଦୃଢ଼ ​​କରିବାର ଉପଯୁକ୍ତ ସମୟ । ପରିବାର ସହିତ ସମୟ ବିତାଇବାକୁ ମନ ଭିତରେ ଇଚ୍ଛା ରହିବ।

11/13

କୁମ୍ଭ ରାଶି

ଆପଣଙ୍କ ପାଇଁ ସପ୍ତାହଟି ମିଶ୍ରିତ ଫଳାଫଳ ପ୍ରଦାନ କରିବ । କୌଣସି ଏକ ଘଟଣାକୁ ନେଇ ମନ ସାମାନ୍ୟ ଦୁଃଖ ହୋଇପାରେ । ମାନସିକ ସ୍ଥିତି ଟିକେ ଅସ୍ଥିର ହୋଇପାରେ। ନିଜ ଭାବନାକୁ ବୁଝନ୍ତୁ । ଅନ୍ୟମାନଙ୍କଠାରୁ ଅତ୍ୟଧିକ ଆଶା କରନ୍ତୁ ନାହିଁ। ନିଜ ଉପରେ ଆତ୍ମବିଶ୍ୱାସ ରଖନ୍ତୁ । ଖାଦ୍ୟପେୟର ଉପଯୁକ୍ତ ଯତ୍ନ ନିଅନ୍ତୁ।

12/13

ମୀନ ରାଶି

ନିଜ ମଧ୍ୟରେ ସନ୍ତୁଳନ ବଜାୟ ରଖିବାକୁ ପଡିବ। ହୋଲି ଆପଣଙ୍କ ପାଇଁ ଖୁସି ଏବଂ ଆନନ୍ଦ ଆଣିଦେବ। ନୂଆ ବନ୍ଧୁ ଆପଣଙ୍କୁ ମିଳିପାରନ୍ତି । କିଛି ଭଲ ଖବର ମିଳିପାରେ । ନିଜ ଭାବନା ଏବଂ କାର୍ଯ୍ୟ ମଧ୍ୟରେ ସନ୍ତୁଳନ ବଜାୟ ରଖନ୍ତୁ। ବୁଦ୍ଧିମାନ ଭାବରେ ନିଷ୍ପତ୍ତି ନିଅନ୍ତୁ । ନିଜ ମଧ୍ୟରେ ସକାରାତ୍ମକ ମନୋଭାବ ରଖନ୍ତୁ ।

13/13

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

;