NEET PG 2025 ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। NEET PG ପରୀକ୍ଷାର ସମୟସୂଚୀ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ NEET PG ପରୀକ୍ଷା ଗୋଟିଏ ସିଫ୍ଟରେ କରାଯିବ। ପୂର୍ବରୁ ପ୍ରକାଶିତ ସୂଚୀ ଅନୁଯାୟୀ ପରୀକ୍ଷା ଦୁଇଟି ସିଫ୍ଟରେ ହେବାର ଥିଲା।
Trending Photos
NEET PG ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। NEET PG ପରୀକ୍ଷାର ସମୟସୂଚୀ ସମ୍ପର୍କରେ ସୁପ୍ରିମକୋର୍ଟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ NEET PG ପରୀକ୍ଷା ଗୋଟିଏ ସିଫ୍ଟରେ କରାଯିବ। ପୂର୍ବରୁ ପ୍ରକାଶିତ ସମୟସୂଚୀ ଅନୁଯାୟୀ ପରୀକ୍ଷା ଦୁଇଟି ସିଫ୍ଟରେ ହେବାର ଥିଲା।
ଦେଶର ବିଭିନ୍ନ କେନ୍ଦ୍ରରେ NEET PG 2025 ପରୀକ୍ଷା ଗୋଟିଏ ସିଫ୍ଟରେ କରାଯିବ। ଆଜି ୩୦ ମେ ୨୦୨୫ ରେ ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନାକୁ ଚ୍ୟାଲେଞ୍ଜ କରି ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଗୋଟିଏ ସିଫ୍ଟରେ ପରୀକ୍ଷା କରିବାକୁ ରାୟ ଦେଇଥିଲେ। ପରୀକ୍ଷା ଜୁନ ୧୫ ରେ CBT ମୋଡ୍ ରେ କରାଯିବ। ପୂର୍ବରୁ ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନା ପାଇଁ ଏକ ସୂଚୀ ପ୍ରକାଶ କରାଯାଇଥିଲା।
ଶୁକ୍ରବାର ଦିନ ସୁପ୍ରିମକୋର୍ଟ NEET PG 2025 ପରୀକ୍ଷା ଦୁଇଟି ସିଫ୍ଟରେ ନୁହେଁ ବରଂ ଗୋଟିଏ ସିଫ୍ଟରେ କରିବାକୁ ଜାତୀୟ ପରୀକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱଚ୍ଛତା ସୁନିଶ୍ଚିତ କରି ଗୋଟିଏ ସିଫ୍ଟରେ ପରୀକ୍ଷା ପରିଚାଳନା କରିବା ପାଇଁ ବ୍ୟବସ୍ଥା କରିବାକୁ କୋର୍ଟ NBEକୁ ନିର୍ଦ୍ଦେଶ ଦେଇଛନ୍ତି।
ଜୁନ୍ ୧୫ ତାରିଖରେ ହେବାକୁ ଥିବା ପରୀକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ଏବେ ବି ସମୟ ବାକି ଅଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ କେନ୍ଦ୍ରଗୁଡ଼ିକୁ ଚିହ୍ନଟ କରିବା ପାଇଁ ସଂସ୍ଥା ପାଖରେ ଏବେ ବି ପର୍ଯ୍ୟାପ୍ତ ସମୟ ଅଛି।