Sushant Singh Rajput Case: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଭିନେତାଙ୍କ ମୃତ୍ୟୁ ମାମଲାରେ ସିବିଆଇ ପକ୍ଷରୁ କ୍ଲୋଜର ରିପୋର୍ଟ ଦାଖଲ କରାଯାଇଛି।
Trending Photos
Sushant Singh Rajput Case: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଏକ ବଡ଼ ପଦକ୍ଷେପ ନେଇଛି। ପିଟିଆଇ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ସୁଶାନ୍ତ ସିଂହଙ୍କ ମାମଲାରେ ସିବିଆଇ କ୍ଲୋଜର ରିପୋର୍ଟ ଦାଖଲ କରିଛି। ଆପଣଙ୍କୁ କହିରଖୁଛୁ ଯେ, ୪ ବର୍ଷ ତଳେ ଘଟିଥିବା ସୁଶାନ୍ତ ସିଂହଙ୍କ ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା।
ସୂଚନାଯୋଗ୍ୟ, ଜୁନ୍ ୨୦୨୦ରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ମିଳିଥିଲା । ସୁଶାନ୍ତଙ୍କ ମୃତ୍ୟୁକୁ ପ୍ରଥମେ ଆତ୍ମହତ୍ୟା ବୋଲି ବିବେଚନା କରାଯାଉଥିଲା, କିନ୍ତୁ ପରେ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଥିଲା । ତେଣୁ ଅଗଷ୍ଟ ୨୦୨୦ରେ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଥିଲା। ସୁଶାନ୍ତଙ୍କ ପରିବାର ସଦସ୍ୟଙ୍କ ସମେତ ପ୍ରଶଂସକମାନେ ଏହି ମାମଲାରେ ସତ୍ୟ ବାହାର କରିବାକୁ କ୍ରମାଗତ ଭାବେ ଦାବି କରିଆସୁଥିଲେ।
ସୁଶାସ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଦୀର୍ଘଦିନ ଧରି ତଦନ୍ତ ପ୍ରକ୍ରିୟା ଚଳାଇଥିଲା । ସୁଶାନ୍ତଙ୍କ ପ୍ରେମିକା ବୋଲି କୁହାଯାଉଥିବା ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ନିକଟତର ଲୋକଙ୍କ ବୟାନ ରେକର୍ଡ କରିଥିଲା ସିବିଆଇ । ସୁଶାନ୍ତଙ୍କ ଡାକ୍ତରୀ ରେକର୍ଡ ଗୁଡିକୁ ମଧ୍ୟ ଯାଞ୍ଚ କରାଯାଇଥିଲା। ଏମ୍ସ ଫୋରେନସିକ୍ ବିଶେଷଜ୍ଞମାନେ ସିବିଆଇକୁ ଦେଇଥିବା ରିପୋର୍ଟରେ କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁରେ 'ବିଷ କିମ୍ବା ଗଳାକାଟି ହତ୍ୟା' ଦାବିକୁ ସମର୍ଥନ କରିବା ପାଇଁ କୌଣସି ପ୍ରମାଣ ମିଳିନାହିଁ।
ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାପା ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ରିୟା ସୁଶାନ୍ତଙ୍କ ଟଙ୍କାକୁ ଅପବ୍ୟବହାର କରିଥିଲେ। କିନ୍ତୁ ପରେ ରିୟା ଏକ ଗଣମାଧ୍ୟମରେ ସାକ୍ଷାତକାର ଦେବା ସମୟରେ ଏହି ଅଭିଯୋଗ ଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲେ।
ତେବେ ବର୍ତ୍ତମାନ ସିବିଆଇ କ୍ଲୋଜର ରିପୋର୍ଟ କୋର୍ଟରେ ପହଞ୍ଚିଛି । ଆଗକୁ ଏହା କୋର୍ଟଙ୍କ ଉପରେ ନିର୍ଭର କରେ ଯେ, ସେ ଏହି ଫଳାଫଳ ସହିତ ସହମତ ହେବେ ନା ତଦନ୍ତକୁ ଆଗକୁ ବଢାଇବା ପାଇଁ ନିର୍ଦ୍ଦେଶ ଦେବେ। ସୁଶାନ୍ତଙ୍କ ଲକ୍ଷ ଲକ୍ଷ ପ୍ରଶଂସକମାନେ ଏହି ମାମଲାର ସତ୍ୟାସତ୍ୟ ଜାଣିବାକୁ ବହୁ ଦିନ ଧରି ଦାବି କରିଆସୁଛନ୍ତି।
Also Read- Lucky Zodiac Sign: ୨୩ ମାର୍ଚ୍ଚରେ ବୁଦ୍ଧାଦିତ୍ୟ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ
Also Read- ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଆଲୋଚନା