popular reality show "didi no 1" : ଜୀ-ସାର୍ଥକର ''ଦିଦି ନମ୍ବର ୧'' ଯାକପଟ ରାଉଣ୍ଡରେ ବାଜି ମାରିଲେ କଳାହାଣ୍ଡିର ତୁଲାସା ନାୟକ
Advertisement
Article Detail0/zeeodisha/odisha2336089

popular reality show "didi no 1" : ଜୀ-ସାର୍ଥକର ''ଦିଦି ନମ୍ବର ୧'' ଯାକପଟ ରାଉଣ୍ଡରେ ବାଜି ମାରିଲେ କଳାହାଣ୍ଡିର ତୁଲାସା ନାୟକ

zee sarthak popular reality show: ଜୀ ସାର୍ଥକର  ''ଦିଦି ନମ୍ବର ୧'' କାର୍ଯ୍ୟକ୍ରମ ଦର୍ଶକଙ୍କ ଭଲ ପାଇବା ସାଉଁଟିଛି ଓ ପହଞ୍ଚିଛି ଯାକପଟ ରାଉଣ୍ଡରେ ଯାହାର ପ୍ରଥମ ବିଜେତା ହୋଇଛନ୍ତି କଳାହାଣ୍ଡିର ତୁଲାସା ନାୟକ ।

zee sarthak
zee sarthak

zee sarthak reality show: ଓଡ଼ିଶାର ଘରେ ଘରେ ପରିଚିତ, ରାଜ୍ୟର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଜୀ ସାର୍ଥକର ଗୋଟିଏ ପରେ ଗୋଟିଏ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ଦର୍ଶକଙ୍କ ମନ ଜିତିନେଉଛି । କେବଳ ଧାରାବାହିକ ନୁହେଁ ବରଂ ରିଆଲିଟି ସୋ ମାଧ୍ୟମରେ ମଧ୍ୟ ସଫଳତାର ସହ ଆଗକୁ ବଢି ଚାଲିଛି । 

ସମ୍ପୂର୍ଣ ଓଡିଆ ଜାତି ଓ ଆମ ରାଜ୍ୟର ପ୍ରଥା, ପରମ୍ପରାକୁ ନେଇ ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଲିପିଙ୍କ ଉପସ୍ଥାପନାରେ ''ଦିଦି ନମ୍ବର ୧'' ଦର୍ଶକଙ୍କ ଭଲ ପାଇବା ସାଉଁଟିଛି ଓ ପହଞ୍ଚିଛି ଯାକପଟ ରାଉଣ୍ଡରେ ଯାହାର ପ୍ରଥମ ବିଜେତା ହୋଇଛନ୍ତି କଳାହାଣ୍ଡିର ତୁଲାସା ନାୟକ ।

''ଦିଦି ନମ୍ବର ୧'' ର ଏହି ସିଜିନର ପ୍ରଥମ ବିଜେତା ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ତୁଲାସା ନାୟକ । ଓଡ଼ିଶାର ୬ଟି ଜିଲ୍ଲାର ୬ ଜଣ ପ୍ରତିଯୋଗୀ ଥିଲେ ।ଏହି ରିଏଲିଟି ସୋ ର ଫିନାଲେ ରାଉଣ୍ଡରେ ସମସ୍ତଙ୍କୁ ପଛରେ ପକାଇ ବିଜୟୀ ହୋଇଥିଲେ ତୁଲାସା । ଅଡିସନ ମାଧ୍ୟମରେ ଆସିଥିବା ନାରୀ ମାନେ ନିଜର କର୍ମମୟ ଓ ଗତିଶୀଳ ଜୀବନ ସହିତ ଲୁକ୍କାୟିତ ପ୍ରତିଭାକୁ ଏହି ମଞ୍ଚରେ ପରିପ୍ରକାଶ କରିଥିଲେ।ଯାହା ସେମାନଙ୍କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ । 

ଦର୍ଶକ ଏବଂ ପ୍ରତିଯୋଗୀଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ‘ଦିଦି ନମ୍ବର-୧’ ରିଅଲିଟି ସୋର ଏହି ସିଜନରେ, ନୂଆ ନୂଆ ଖେଳ ସହ ଆହୁରି ଅଧିକ ମଜାଦାର ହୋଇଛି ଓ ପ୍ରତିଯୋଗୀମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ଉପହାର ମଧ୍ୟ ନେଇ ଆସିଛି ।ନିଜର ଚୁଲବୁଲି ଅନ୍ଦାଜ ସହ ଲିପି ମହାପାତ୍ର ଏହାର ଉପସ୍ଥାପନା ଜାରି ରଖିଛନ୍ତି ଓ ପ୍ରତିଯୋଗୀଙ୍କ ମନ ଜିତିଛନ୍ତି ବୋଲି ସବୁ ସମୟରେ ପ୍ରତିଯୋଗୀମାନେ କହିଛନ୍ତି ।

ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହି କାର୍ଯକ୍ରମ ଏକ ବଡ଼ ମାଧ୍ୟମ ହୋଇଛି ବୋଲି କହିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ୍ ।

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

;