Rahul Gandhi: ମୃତ ସୌମ୍ୟାଙ୍କ ବାପାଙ୍କ ସହ କଥା ହେଲେ ରାହୁଲ, ଶୁଣନ୍ତୁ କଣ କଥା ହେଲେ ବଳରାମ
Advertisement
Article Detail0/zeeodisha/odisha2842308

Rahul Gandhi: ମୃତ ସୌମ୍ୟାଙ୍କ ବାପାଙ୍କ ସହ କଥା ହେଲେ ରାହୁଲ, ଶୁଣନ୍ତୁ କଣ କଥା ହେଲେ ବଳରାମ

ଭୁବନେଶ୍ୱର: ମୃତ ସୌମ୍ୟାଙ୍କ ପରିବାର ସହ ଏହି ଦୁଃଖଦ ସମୟରେ ଛିଡ଼ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ। ଆଜି ପ୍ରାୟ ସକାଳ ୮ଟା ସମୟରେ ସୌମ୍ୟାଙ୍କ ବାପା ବଳରାମଙ୍କ ସହିତ ଫୋନ ଯୋଗେ କଥା ହୋଇଥିଲେ। ଏହି ବାର୍ତ୍ତାଳାପ ସମୟରେ ସୌମ୍ୟାଶ୍ରୀଙ୍କ ପିତାଙ୍କ ସହ କଥା ହୋଇ ତାଙ୍କୁ ସମବେଦନା ଜଣାଇଥିଲେ ।

Rahul Gandhi: ମୃତ ସୌମ୍ୟାଙ୍କ ବାପାଙ୍କ ସହ କଥା ହେଲେ ରାହୁଲ, ଶୁଣନ୍ତୁ କଣ କଥା ହେଲେ ବଳରାମ

Rahul Gandhi: ଭୁବନେଶ୍ୱର: ମୃତ ସୌମ୍ୟାଙ୍କ ପରିବାର ସହ ଏହି ଦୁଃଖଦ ସମୟରେ ଛିଡ଼ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ। ଆଜି ପ୍ରାୟ ସକାଳ ୮ଟା ସମୟରେ ସୌମ୍ୟାଙ୍କ ବାପା ବଳରାମଙ୍କ ସହିତ ଫୋନ ଯୋଗେ କଥା ହୋଇଥିଲେ। ଏହି ବାର୍ତ୍ତାଳାପ ସମୟରେ ସୌମ୍ୟାଶ୍ରୀଙ୍କ ପିତାଙ୍କ ସହ କଥା ହୋଇ ତାଙ୍କୁ ସମବେଦନା ଜଣାଇଥିଲେ । ଏନେଇ ଶ୍ରୀ ଗାନ୍ଧୀ ଟ୍ୱିଟ ଯୋଗେ ସୂଚନା ପ୍ରଦାନ କରିଛନ୍ତି। ଏଠାରେ କହି ରଖୁ କି ଯୌନ ନିର୍ଯାତନା ସହିଥିବା ଆତ୍ମଦାହୀ ସୌମ୍ୟାଶ୍ରୀଙ୍କର ସୋମବାର ବିଳମ୍ବିତ ରାତିରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । 

 

ଏନେଇ ରାହୁଲ ନିଜ ଏକ୍ସରେ ଲେଖିଛନ୍ତି, ଓଡ଼ିଶାର ବାଲେଶ୍ବରରେ ନ୍ୟାୟ ପାଇଁ ଲଢ଼ି ପ୍ରାଣ ହରାଇଥିବା ସାହସୀ ଝିଅର ପିତାଙ୍କ ସହ କଥା ହେଲି । ତାଙ୍କ କଣ୍ଠରେ ଝିଅର ଯନ୍ତ୍ରଣା, ସ୍ୱପ୍ନ ଏବଂ ସଂଘର୍ଷ ଅନୁଭବ କଲି । ତାଙ୍କୁ ଆଶ୍ୱସ୍ତ କଲି ଯେ କଂଗ୍ରେସ ଦଳ ଏବଂ ମୁଁ ପ୍ରତ୍ୟେକ ପଦକ୍ଷେପରେ ତାଙ୍କ ସହିତ ଅଛୁ । ଯାହା ଘଟିଛି ତାହା କେବଳ ଅମାନବୀୟ ଏବଂ ଲଜ୍ଜାଜନକ ନୁହେଁ, ବରଂ ସମଗ୍ର ସମାଜ ପାଇଁ ଏକ କ୍ଷତ । ଆମେ ଯେକୌଣସି ମୂଲ୍ୟରେ ନିଶ୍ଚିତ କରିବୁ ଯେ ପୀଡିତାଙ୍କ ପରିବାର ସମ୍ପୂର୍ଣ୍ଣ ନ୍ୟାୟ ପାଆନ୍ତି ।

 

ସେପଟେ ବିରୋଧି ବିଜୁ ଜନତା ଦଳ ପକ୍ଷରୁ ଲୋୟର ପିଏମଜିରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି। ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ । ବିଜେଡି କର୍ମୀ ଓ ପୁଲିସ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।ଅରୁଣ ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଲା ପୁଲିସ । ଏଫ୍‌ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ତୀବ୍ର ହେଉଛି ପ୍ରତିବାଦ । 

;