LOC: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଆକ୍ସନ ମୁଡରେ ଭାରତ । ବିଳମ୍ବିତ ରାତିରୁ ଜମ୍ମୁ-କାଶ୍ମୀର ବନ୍ଦିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଭାରତୀୟ ସେନା ଗୁଳିରେ ଟଳି ପଡିଛି ଲସ୍କର-ଏ-ତୋଏବାର ଟପ୍ କମାଣ୍ଡର ଅଲତାଫ୍ ଲାଲ୍ଲି।
Trending Photos
LOC: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଆକ୍ସନ ମୁଡରେ ଭାରତ । ବିଳମ୍ବିତ ରାତିରୁ ଜମ୍ମୁ-କାଶ୍ମୀର ବନ୍ଦିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଭାରତୀୟ ସେନା ଗୁଳିରେ ଟଳି ପଡିଛି ଲସ୍କର-ଏ-ତୋଏବାର ଟପ୍ କମାଣ୍ଡର ଅଲତାଫ୍ ଲାଲ୍ଲି। ଏହା ସହ ୨ ଜଣ ସୁରକ୍ଷା କର୍ମୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ଜଡିତ ସନ୍ଦିଗ୍ଧ ଲସ୍କର ଆତଙ୍କବାଦୀଙ୍କ ଧରିବାକୁ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।
ALSO READ: Gold Rate Today: ଗ୍ରାହକଙ୍କୁ ଖୁସି କରିଦେବ ଆଜିର ସୁନା ରେଟ୍, ଭୁବନେଶ୍ବରରେ ଭରି ପିଛା ଏତିକି ରହିଛି ଦର
ALSO READ: Chandra Gochar 2025: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବେ ଚନ୍ଦ୍ର,ମାଲାମାଲ୍ ହେବା ସହ ଚାକିରିରେ ମିଳିବ ପଦୋନ୍ନତି!
ଏହି ସର୍ଚ୍ଚ ଅପରେସନ୍ ଏନକାଉଣ୍ଟରରେ ବଦଳିଯାଇଥିଲା। ଆଜି ସକାଳୁ ବନ୍ଦିପୋରା ଅଞ୍ଚଳରେ ଏନକାଉଣ୍ଟର ଜୋରଦାର ହୋଇଥିଲା। ଭାରତୀୟ ସେନା ଆତଙ୍କବାଦଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ଅଞ୍ଚଳରେ ଘେରାବନ୍ଦୀ କରି ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସେପଟେ,ପହଲଗାମ୍ ଆକ୍ରମଣରେ ସମ୍ପୃକ୍ତ ଥିବା ୨ ସ୍ଥାନୀୟ ଆତଙ୍କବାଦୀଙ୍କ ଘରକୁ ଜମ୍ମୁ-କାଶ୍ମୀର ପ୍ରଶାସନ ଓ ସୁରକ୍ଷାକର୍ମୀ ମାଟିରେ ମିଶାଇ ଦେଇଛନ୍ତି । ଲସ୍କର ଆତଙ୍କବାଦୀ ଆଦିଲ୍ ଥୋକର ଘରେ ବୁଲଡୋଜର ଚଢାଇ ଦିଆଯାଇଥିବା ବେଳେ ଆଉ ଜଣେ ଆତଙ୍କୀ ଆସିଫ୍ ଶେଖ୍ ଘରକୁ ବୋମାରେ ଉଡାଇ ଦିଆଯାଇଛି ।