ତହୱୁର ରାଣାକୁ ଦିଲ୍ଲୀ ଆଣିବା ସମୟରେ ଲାଲକିଲା-ଜାମା ମସଜିଦକୁ ବୋମା ବିସ୍ଫୋରଣ ଧମକ
Advertisement
Article Detail0/zeeodisha/odisha2712643

ତହୱୁର ରାଣାକୁ ଦିଲ୍ଲୀ ଆଣିବା ସମୟରେ ଲାଲକିଲା-ଜାମା ମସଜିଦକୁ ବୋମା ବିସ୍ଫୋରଣ ଧମକ

ଦିଲ୍ଲୀର ପାଲମ ବିମାନବନ୍ଦରରେ ରହୱରଙ୍କ ବିମାନ ଅବତରଣ କରିବା ପୂର୍ବରୁ, ଲାଲକିଲ୍ଲା ଏବଂ ଜାମା ମସଜିଦକୁ ବୋମା ମାଡ଼ କରିବା ନେଇ ଫୋନ୍ ମାଧ୍ୟମରେ ଧମକ ଦିଆଯାଇଥିଲା। ଏହି ଘଟଣାକୁ ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ ଅଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ତହୱୁର ରାଣାକୁ ଦିଲ୍ଲୀ ଆଣିବା ସମୟରେ ଲାଲକିଲା-ଜାମା ମସଜିଦକୁ ବୋମା ବିସ୍ଫୋରଣ ଧମକ

bomb threat call: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଆମେରିକାରୁ ଭାରତ ଅଣାଯିବା ସମୟରେ ଏକ ଧମକ ମିଳିଛି । ଦିଲ୍ଲୀର ପାଲମ ବିମାନବନ୍ଦରରେ ରହୱରଙ୍କ ବିମାନ ଅବତରଣ କରିବା ପୂର୍ବରୁ, ଲାଲକିଲ୍ଲା ଏବଂ ଜାମା ମସଜିଦକୁ ବୋମା ମାଡ଼ କରିବା ନେଇ ଫୋନ୍ ମାଧ୍ୟମରେ ଧମକ ଦିଆଯାଇଥିଲା। ଏହି ଘଟଣାକୁ ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ ଅଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ଦିଲ୍ଲୀ ପୋଲିସ ସୂଚନା ଅନୁଯାୟୀ, ତଦନ୍ତକାରୀ ସଂସ୍ଥାଗୁଡ଼ିକ ଉଭୟ ସ୍ଥାନର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛନ୍ତି । କିନ୍ତୁ କିଛି ସନ୍ଦେହଜନକ ଜିନିଷ ଠାବ ହୋଇନାହିଁ । ଦିଲ୍ଲୀ ପୋଲିସ କହିଛି ଯେ, ଏହି କଲ୍ ନକଲି ଥିଲା ।

ଦିଲ୍ଲୀ ଅଗ୍ନିଶମ ବିଭାଗର ଅଧିକାରୀଙ୍କ କହିବାନୁଯାୟୀ, ଗୁରୁବାର ସକାଳ ୯ଟା୩ ସମୟରେ ସ୍ମାରକୀ ପରିସରରେ ଏକ ବୋମା ଥିବା ସୂଚନା ମିଳିଥିଲା। ତେଣୁ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରତ୍ୟେକ କୋଣ ଅନୁକୋଣ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ କୌଣସି ସ୍ଥାନରେ କିଛିବି ସନ୍ଦେହଜନକ ଜିନିଷ ମିଳିନଥିଲା। ବର୍ତ୍ତମାନ ପୋଲିସ ଜାଣିବାକୁ ଚେଷ୍ଟା କରୁଛି ଯେ, ଏହି ଧମକପୂର୍ଣ୍ଣ କଲ୍ କିଏ କରିଥିଲା? ବର୍ତ୍ତମାନ ଏହା ସମ୍ପର୍କରେ ଅନୁସନ୍ଧାନ ଜାରି ରହିଛି ।

ଆପଣଙ୍କୁ କହି ରଖୁଛୁ ଯେ, ଜାତୀୟ ତଦନ୍ତ ଏଜେନ୍ସି (NIA)ର ପ୍ରୟାସ ପରେ, ଆମେରିକାର କୋର୍ଟ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣାର ଭାରତ ଫେରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଆମେରିକାରୁ ଭାରତ ଅଣାଯାଇଛି । ରାଣାଙ୍କୁ NIA କୋର୍ଟରେ ହାଜର କରାଯିବ ।

Also Read- Ayodhya Ram Mandir: ଅକ୍ଷୟ ତୃତୀୟାରେ ରାମଙ୍କ ଦରବାରରେ ହେବ ପ୍ରତିମା ସ୍ଥାପନ- ଚମ୍ପତ ରାୟ

;