Team India: ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବ ଟିମ୍ ଇଣ୍ଡିଆ! ଜାଣନ୍ତୁ କ'ଣ କହୁଛି ସମୀକରଣ?
Advertisement
Article Detail0/zeeodisha/odisha2712498

Team India: ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବ ଟିମ୍ ଇଣ୍ଡିଆ! ଜାଣନ୍ତୁ କ'ଣ କହୁଛି ସମୀକରଣ?

Cricket at Los Angeles 2028 Olympics: ୧୨୮ ବର୍ଷ ପରେ ପୁଣି ଥରେ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଫେରିବ। ଅଲିମ୍ପିକ୍ସରେ ପୁରୁଷ ଏବଂ ମହିଳା ଉଭୟ ଦଳ ଖେଳିବେ। ଉଭୟ ବର୍ଗରେ ୬ଟି ଦଳ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼ିବେ। ବୁଧବାର ଦିନ ଅଲିମ୍ପିକ୍ ଆୟୋଜକମାନେ ଏହା ନିଶ୍ଚିତ କରିଛନ୍ତି। 

Cricket at Los Angeles 2028 Olympics
Cricket at Los Angeles 2028 Olympics

Cricket at Los Angeles 2028 Olympics​: ୧୨୮ ବର୍ଷ ପରେ ପୁଣି ଥରେ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଫେରିବ। ଅଲିମ୍ପିକ୍ସରେ ପୁରୁଷ ଏବଂ ମହିଳା ଉଭୟ ଦଳ ଖେଳିବେ। ଉଭୟ ବର୍ଗରେ ୬ଟି ଦଳ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼ିବେ। ବୁଧବାର ଦିନ ଅଲିମ୍ପିକ୍ ଆୟୋଜକମାନେ ଏହା ନିଶ୍ଚିତ କରିଛନ୍ତି। ୧୯୦୦ ମସିହାରେ ପ୍ୟାରିସରେ ଅନୁଷ୍ଠିତ ଅଲିମ୍ପିକ୍ ଗେମ୍ସରେ କ୍ରିକେଟକୁ ପ୍ରଥମେ ସାମିଲ କରାଯାଇଥିଲା। ସେହି ସମୟରେ କେବଳ ଫ୍ରାନ୍ସ ଏବଂ ଗ୍ରେଟ୍ ବ୍ରିଟେନ କ୍ରିକେଟରେ ଅଂଶଗ୍ରହଣ କରୁଥିଲେ। ଏହି ଦୁଇ ଦଳ ମଧ୍ୟରେ ଏକ ଦୁଇ ଦିନିଆ ମ୍ୟାଚ୍ ଖେଳାଯାଇଥିଲା ଯାହାକୁ ଏକ ଅଣଆନୁଷ୍ଠାନିକ ଟେଷ୍ଟ ମ୍ୟାଚ୍‌ର ମାନ୍ୟତା ମିଳିଛି। ଭାରତୀୟ କ୍ରିକେଟ୍ ଦଳ ପାଖରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାର ସୁଯୋଗ ଅଛି।

T20 ଫର୍ମାଟରେ ଖେଳାଯିବ ମ୍ୟାଚ୍‌
ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଟି-୨୦ ଫର୍ମାଟରେ ଖେଳାଯିବ। ଯେଉଁଥିରେ ଛଅଟି ଦଳ ପୁରୁଷ ଏବଂ ମହିଳା ଉଭୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ପୁରୁଷ ଏବଂ ମହିଳା ଉଭୟଙ୍କ ପାଇଁ ୯୦ ଜଣ ଖେଳାଳିଙ୍କ କୋଟା ଆବଣ୍ଟିତ ହୋଇଥିବାରୁ ପ୍ରତ୍ୟେକ ଦଳ ୧୫ ଜଣିଆ ଦଳ ଚୟନ କରିପାରିବେ। ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ରେ ୧୨ ଟି ପୂର୍ଣ୍ଣାଙ୍ଗ ସଦସ୍ୟ ଅଛନ୍ତି - ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ଆୟର୍ଲାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍ ଏବଂ ଜିମ୍ବାୱେ। ଏହା ବ୍ୟତୀତ ୯୪ ଟି ଦେଶ ସହଯୋଗୀ ସଦସ୍ୟ ଅଟନ୍ତି। ଟି-୨୦ କ୍ରିକେଟରେ ଭାରତ ବର୍ତ୍ତମାନ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦଳ। ନିକଟରେ ଭାରତ ଟି-୨୦ ବିଶ୍ୱକପ୍ ଜିତିଛି। ତେଣୁ ଅଲମ୍ଫିକ୍ସରେ ଭାରତକୁ ଗୋଲ୍ଡ ମାଡାଲ ଜିତିବା ସହଜ ହେବା କୁହାଯାଉଛି। 

କିପରି ଯୋଗ୍ୟତା ଅର୍ଜନ କରିବେ ଦଳ?
୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍ ପାଇଁ ଯୋଗ୍ୟତା ପ୍ରକ୍ରିୟା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ କିନ୍ତୁ ଆୟୋଜକ ଦେଶ ଭାବରେ ଆମେରିକା ସିଧାସଳଖ ପ୍ରବେଶ ପାଇବାକୁ ଯାଉଛି। ପ୍ରତ୍ୟେକ ବର୍ଗର ବାକି ପାଞ୍ଚଟି ଦଳ ଯୋଗ୍ୟତା ମାଧ୍ୟମରେ ସେମାନଙ୍କର ସ୍ଥାନ ନିଶ୍ଚିତ କରିବେ। ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ICC ରାଙ୍କିଙ୍ଗରେ ଶ୍ରେଷ୍ଠ ପାଞ୍ଚଟି ଦଳକୁ ଆମେରିକା ସହିତ ଅଲିମ୍ପିକ୍ ଗେମ୍ସରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ବୋଲି ବିଶ୍ୱାସ କରାଯାଉଛି। ଆଗାମୀ ଅଲିମ୍ପିକ୍ ଗେମ୍ସରେ ସାମିଲ କରିବା ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (IOC) ଯେଉଁ ପାଞ୍ଚଟି ଖେଳକୁ ଅନୁମୋଦନ କରିଥିଲା, ସେଥିମଧ୍ୟରୁ କ୍ରିକେଟ୍ ଅନ୍ୟତମ। ଅନ୍ୟ ଚାରୋଟି ଖେଳ ହେଉଛି ବେସବଲ୍/ସଫ୍ଟବଲ୍, ଫ୍ଲାଗ୍ ଫୁଟବଲ୍, ଲାକ୍ରୋସ୍ ଏବଂ ସ୍କ୍ୱାସ୍।

ଅଲିମ୍ପିକ୍ସରେ ୨୨ ପଦକ ବୃଦ୍ଧି ପାଇଥିଲା ଲସ୍ ଆଞ୍ଜେଲସ୍
ଏହି ସମୟରେ ବୁଧବାର ଦିନ IOC କାର୍ଯ୍ୟନିର୍ବାହୀ ବୋର୍ଡ ଅଲିମ୍ପିକ୍ ଗେମ୍ସ ୨୦୨୮ ପାଇଁ ପ୍ରତିଯୋଗିତା ସୂଚୀ ଏବଂ ଖେଳାଳିଙ୍କ କୋଟାକୁ ଅନୁମୋଦନ କରିଛି। ଏହି ଖେଳଗୁଡ଼ିକରେ ପ୍ୟାରିସ୍ ଅଲିମ୍ପିକ୍ ୨୦୨୪ ଅପେକ୍ଷା ୨୨ଟି ଅଧିକ ପଦକ ଇଭେଣ୍ଟ ରହିବ। IOC ୨୦୨୮ ଅଲିମ୍ପିକ୍ ପାଇଁ ରେକର୍ଡ ୩୫୧ ପଦକ ଇଭେଣ୍ଟକୁ ଅନୁମୋଦନ କରିଛି କିନ୍ତୁ ଖେଳାଳିଙ୍କ ସଂଖ୍ୟା ୧୦,୫୦୦ ରହିବ। ଖେଳାଳିଙ୍କ ସଂଖ୍ୟାରେ ନୂତନ ଖେଳର ୬୯୮ ଜଣ ଖେଳାଳି ମଧ୍ୟ ଅନ୍ତର୍ଭୁକ୍ତ। ଅଲିମ୍ପିକ୍ ଗେମ୍ସର ଇତିହାସରେ ପ୍ରଥମ ଥର ପାଇଁ, ଦଳଗତ କ୍ରୀଡାରେ ପୁରୁଷ ଏବଂ ମହିଳା ଖେଳାଳିଙ୍କ ସଂଖ୍ୟା ସମାନ ହେବ।

;