IPL 2025 Points Table: ଗୁଜରାଟ ଟାଇଟାନ୍ସର ବିଜୟ ଯୋଗୁଁ RCB ହେଲା କ୍ଷତି, ଦେଖନ୍ତୁ କେଉଁ ସ୍ଥାନରେ ଅଛି କେଉଁ ଦଳ?
Advertisement
Article Detail0/zeeodisha/odisha2708227

IPL 2025 Points Table: ଗୁଜରାଟ ଟାଇଟାନ୍ସର ବିଜୟ ଯୋଗୁଁ RCB ହେଲା କ୍ଷତି, ଦେଖନ୍ତୁ କେଉଁ ସ୍ଥାନରେ ଅଛି କେଉଁ ଦଳ?

IPL 2025 Points Table: ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଦଳ IPLର ୧୮ ତମ ସିଜିନରେ ଚମତ୍କାର ପ୍ରଦର୍ଶନ କରୁଛି। ଏହି ଦଳ ନିଜ ଚତୁର୍ଥ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏଠାରେ ଦେଖନ୍ତୁ ପଏଣ୍ଟ ଟେବୁଲରେ କେଉଁ ସ୍ଥାନରେ କେଉଁ ଦଳ ଅଛି?

 

IPL 2025 Points Updated Table
IPL 2025 Points Updated Table

IPL 2025 Points Table Updated: ଆଇପିଏଲ୍ ୨୦୨୫ ସିଜିନରେ ଏପର୍ଯ୍ୟନ୍ତ ୧୯ଟି ମ୍ୟାଚ୍ ଖେଳାଯାଇଛି। ଯେଉଁଥିରେ ଅକ୍ଷର ପଟେଲଙ୍କ ଅଧିନାୟକତ୍ୱରେ ଖେଳୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଅଛି। ଯେତେବେଳେ କି  ଗୁଜରାଟ ଟାଇଟାନ୍ସ ଦଳ ଏବେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଗୁଜରାଟ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୭ ୱିକେଟରେ ବିଜୟୀ ହୋଇ ଗୁରୁତ୍ୱପୂର୍ଣ୍ଣ ୨ ପଏଣ୍ଟ ପାଇଛି ଏବଂ ଏବେ ୪ଟି ମ୍ୟାଚ୍ ରୁ ୩ ବିଜୟ ପରେ ୧.୦୩୧ ନେଟ୍ ରନ୍ ରେଟ୍ ସହିତ ୬ ପଏଣ୍ଟ ହାସଲ କରିଛି। ରବିବାର ମ୍ୟାଚ୍ ପରେ ପଏଣ୍ଟ ଟେବୁଲର ତଳେ ଥିବା ସନରାଇଜର୍ସ ହାଇଦ୍ରାବାଦ ଦଳର ନେଟ୍ ରନ୍ ରେଟ୍ ଆହୁରି ଖରାପ ହୋଇଯାଇଛି।

ଗୁଜୁରାଟର ବିଜୟରେ RCBକୁ ହେଲା କ୍ଷତି
ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଗୁଜରାଟ ଟାଇଟାନ୍ସର ବିଜୟ ପରେ ପୂର୍ବରୁ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଥିବା ଆରସିବି ଦଳ ଏବେ ତୃତୀୟ ସ୍ଥାନରେ ପହଞ୍ଚିଛି। RCB ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ୍ ଖେଳିଛି। ଯେଉଁଥିରେ ସେମାନେ ଦୁଇଟି ଜିତିଛି ଏବଂ ଗୋଟିଏ ହାରିଛି। RCB ଦଳର ନେଟ୍ ରନ୍ ରେଟ୍ ହେଉଛି ୧.୧୪୯। ଚତୁର୍ଥ ସ୍ଥାନରେ ରହିଛି ପଞ୍ଜାବ କିଙ୍ଗ୍ସର ଦଳ। ଯିଏ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ୍ ଖେଳିଛନ୍ତି ଏବଂ ଦୁଇଟିରେ ବିଜୟୀ ହୋଇଛି। ଯେଉଁଥିରେ ଦଳର ନେଟ୍ ରନ୍ ରେଟ୍ ୦.୦୭୪ ରହିଛି।

fallback

KKR ଏବଂ ଲକ୍ଷ୍ନୌ ଏହି ନମ୍ୱରରେ ରହିଛି
ଆମେ ଯଦି ପଏଣ୍ଟ ଟେବୁଲରେ ଡିଫେଣ୍ଡିଂ ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ବିଷୟରେ କଥା ହେବା ତେବେ ଏହି ଦଳ ୪ଟି ମ୍ୟାଚ୍ ରୁ ୨ଟି ଜିତି ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି। ଯେତେବେଳେ ଲକ୍ଷ୍ନୌ ସୁପରଜ୍ୟାଣ୍ଟସର ଦଳ ମଧ୍ୟ ୪ଟି ମ୍ୟାଚ୍ ରୁ ୨ଟି ବିଜୟ ସହିତ ଷଷ୍ଠ ସ୍ଥାନରେ ଅଛି। ଚଳିତ ସିଜିନରେ ୫ଟି ମ୍ୟାଚରେ ଚତୁର୍ଥ ପରାଜୟ ସହ ସନରାଇଜର୍ସ ହାଇଦ୍ରାବାଦ ଦଳ ପାଇଁ ପ୍ଲେଅଫ ପାଇଁ ରାସ୍ତା ବହୁତ କଷ୍ଟକର ହୋଇଯାଇଛି। ଦଳର ନେଟ୍ ରନ ରେଟ୍ ମଧ୍ୟ -୧.୬୨୯ କୁ ହ୍ରାସ ପାଇଛି।

;