Mohammad Yousuf: ପାକିସ୍ତାନ କ୍ରିକେଟରେ ପୁଣି ବବାଲ୍, ହଠାତ୍ ଇସ୍ତଫା ଦେଲେ ବ୍ୟାଟିଂ କୋଚ୍; ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha2799860

Mohammad Yousuf: ପାକିସ୍ତାନ କ୍ରିକେଟରେ ପୁଣି ବବାଲ୍, ହଠାତ୍ ଇସ୍ତଫା ଦେଲେ ବ୍ୟାଟିଂ କୋଚ୍; ଜାଣନ୍ତୁ କାରଣ

Mohammad Yousuf Resigns: ମହମ୍ମଦ ୟୁସୁଫ ନିଜେ ଏହାକୁ ନିଜେ ନିଶ୍ଚିତ କରିଛନ୍ତି। ୟୁସୁଫ କହିଛନ୍ତି ଯେ ସେ ତାଙ୍କର ଇସ୍ତଫାପତ୍ର ପଠାଇସାରିଛନ୍ତି, ଯାହାକୁ ଗତ ସପ୍ତାହରେ ପିସିବି ଗ୍ରହଣ କରିଥିଲା। ୟୁସୁଫ ଏହା ଉପରେ ଅଧିକ ବୟାନ ଦେବାକୁ ମନା କରି ଦେଇଛନ୍ତି। ଏହାକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛନ୍ତି।

ହଠାତ୍ ଇସ୍ତଫା ଦେଲେ ବ୍ୟାଟିଂ କୋଚ୍ ମହମ୍ମଦ ୟୁସୁଫ୍
ହଠାତ୍ ଇସ୍ତଫା ଦେଲେ ବ୍ୟାଟିଂ କୋଚ୍ ମହମ୍ମଦ ୟୁସୁଫ୍

Mohammad Yousuf Resigns: ପାକିସ୍ତାନ କ୍ରିକେଟ୍ ସବୁବେଳେ କିଛି ନା କିଛି କାରଣ ପାଇଁ ଖବରରେ ରହିଥାଏ। କେତେବେଳେ ପାକିସ୍ତାନ କ୍ରିକେଟ୍ ଦଳ ଚୟନକୁ ନେଇ ତ ଆଉ କେତେବେଳେ କୋଚ୍ ଷ୍ଟାଫ୍ ସମେତ ଖେଳାଳିକୁ ନେଇ ଖବର ଚର୍ଚ୍ଚାରେ ରହିଥାଏ। ଏବେ ପାକିସ୍ତାନ କ୍ରିକେଟକୁ ନେଇ ଆଉ ଏକ ବଡ଼ ଖବର ଆସିଛି। ପାକିସ୍ତାନର ପୂର୍ବତନ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ତଥା ଟେଷ୍ଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ୟୁସୁଫ୍ ଲାହୋରସ୍ଥିତ ନ୍ୟାସନାଲ୍ କ୍ରିକେଟ୍ ଏକାଡେମୀ (NCA)ରେ ନିଜ ବ୍ୟାଟିଂ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି।

ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଯଦିଓ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ଅଫିସିଆଲେ ବୟାନ ଜାରି କରିନାହିଁ। ତଥାପି ମହମ୍ମଦ ୟୁସୁଫ ନିଜେ ଏହାକୁ ନିଜେ ନିଶ୍ଚିତ କରିଛନ୍ତି। ୟୁସୁଫ କହିଛନ୍ତି ଯେ ସେ ତାଙ୍କର ଇସ୍ତଫାପତ୍ର ପଠାଇସାରିଛନ୍ତି, ଯାହାକୁ ଗତ ସପ୍ତାହରେ ପିସିବି ଗ୍ରହଣ କରିଥିଲା। ୟୁସୁଫ ଏହା ଉପରେ ଅଧିକ ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି। ଏହାକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛନ୍ତି।

ମହମ୍ମଦ ୟୁସୁଫ ପାକିସ୍ତାନ କ୍ରିକେଟର ସବୁଠାରୁ ନିର୍ଭରଯୋଗ୍ୟ ଏବଂ ଅଭିଜ୍ଞ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ। କ୍ରିକେଟରୁ ଅବସର ନେବା ପରେ ସେ କୋଚ୍ ଭାବରେ ନଜର ଆସିଥିଲେ ଏବଂ ବହୁ ବର୍ଷ ଧରି NCA ରେ ବ୍ୟାଟିଂ କୋଚ୍ ଦାୟିତ୍ୱ ତୁଲାଇଥିଲେ। ସେ କେବଳ ୧୯ ବର୍ଷରୁ କମ୍ ଦଳ ସହିତ ନୁହେଁ ବରଂ ପାକିସ୍ତାନର ବରିଷ୍ଠ ଦଳ ସହିତ ମଧ୍ୟ ବ୍ୟାଟିଂ କୋଚ୍ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ କୋଚିଂରେ ଅନେକ ଯୁବ ବ୍ୟାଟସମ୍ୟାନ ଅନ୍ତର୍ଜାତୀୟ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଦଳର ଅଂଶ ହୋଇଥିଲେ।

ଏହି ଘଟଣା ସହିତ ଜଡିତ ଏକ ବିଶ୍ୱସ୍ତ ସୂତ୍ର ଅନୁଯାୟୀ ମହମ୍ମଦ ୟୁସୁଫ ପ୍ରକୃତରେ ପିସିବିର ସାମ୍ପ୍ରତିକ ନିଷ୍ପତ୍ତିରେ କ୍ଷୁବ୍ଧ ଥିଲେ। ବୋର୍ଡ ପୂର୍ବତନ ଦ୍ରୁତ ବୋଲର ଆକିବ ଜାଭେଦଙ୍କୁ ଏନସିଏର ନୂତନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଥିଲା। ଯାହା ୟୁସୁଫଙ୍କୁ ବହୁତ କ୍ଷୁବ୍ଧ କରିଥିଲା। ସେ ବିଶ୍ୱାସ କରୁଥିଲେ ଯେ ତାଙ୍କର ବରିଷ୍ଠତା ଏବଂ ଏନସିଏରେ ତାଙ୍କର ଦୀର୍ଘ ସମୟର ସେବାକୁ ବିଚାର କରି ଏହି ପଦବୀ ତାଙ୍କୁ ଦିଆଯିବା ଉଚିତ ଥିଲା। ଏହି ଅସନ୍ତୋଷ ଯୋଗୁଁ ୟୁସୁଫ ପିସିବିକୁ ତାଙ୍କର ଇସ୍ତଫାପତ୍ର ପଠାଇଥିଲେ, ଯାହାକୁ ବର୍ତ୍ତମାନ ବୋର୍ଡ ଗ୍ରହଣ କରିଛି।

;