WTC ଫାଇନାଲ ଜିତିବା ପରେ ମାଲାମାଲ ହେଲା ଦକ୍ଷିଣ ଆଫ୍ରିକା; ଭାରତ ପାଇଲା ୧୨ କୋଟି ଟଙ୍କା, ଆଉ ପାକିସ୍ତାନ?
Advertisement
Article Detail0/zeeodisha/odisha2800948

WTC ଫାଇନାଲ ଜିତିବା ପରେ ମାଲାମାଲ ହେଲା ଦକ୍ଷିଣ ଆଫ୍ରିକା; ଭାରତ ପାଇଲା ୧୨ କୋଟି ଟଙ୍କା, ଆଉ ପାକିସ୍ତାନ?

WTC 2025 final prize money: ଫାଇନାଲ୍ ମ୍ୟାଚ୍ ବିଜୟ ସହିତ ଦକ୍ଷିଣ ଆଫ୍ରିକା କେବଳ ବିଶ୍ୱ ଟେଷ୍ଟ ଚାମ୍ପିଅନ ହୋଇନାହିଁ ବରଂ ଏହି ଦଳର ଖେଳାଳିମାନେ ମଧ୍ୟ ମାଲମାଲ ହୋଇ ଯାଇଛନ୍ତି। ଟେଷ୍ଟ ଗଦା ବ୍ୟତୀତ ଦକ୍ଷିଣ ଆଫ୍ରିକାକୁ ପ୍ରାୟ ୩୧.୦୫ କୋଟି ଟଙ୍କା ପୁରସ୍କାର ରାଶି ମଧ୍ୟ ମିଳିଛି।

 

WTC ଫାଇନାଲ ଜିତିବା ପରେ ମାଲାମାଲ ହେଲା ଦକ୍ଷିଣ ଆଫ୍ରିକା
WTC ଫାଇନାଲ ଜିତିବା ପରେ ମାଲାମାଲ ହେଲା ଦକ୍ଷିଣ ଆଫ୍ରିକା

WTC 2025 final prize money: ଶନିବାର ଦିନ ଦକ୍ଷିଣ ଆଫ୍ରିକା ଲର୍ଡସରେ ଅନୁଷ୍ଠିତ ଫାଇନାଲରେ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଟାଇଟଲ ଜିତିବା ସହିତ ୨୭ ବର୍ଷର ICC ଟ୍ରଫି ମରୁଡ଼ିର ଅନ୍ତ ଘଟାଇଛି। ବିଜୟ ପାଇଁ ୨୮୨ ରନ୍ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଏଡେନ୍ ମାର୍କରାମଙ୍କ ଶତକ ଏବଂ ଅଧିନାୟକ ଟେମ୍ବା ବାଭୁମାଙ୍କ ଅର୍ଦ୍ଧଶତକ ବଳରେ ଲକ୍ଷ୍ୟ ହାସଲ କରି ନେଇଥିଲେ। ୧୯୯୮ ମସିହାରେ ICC ନକ୍ଆଉଟ୍ ଟ୍ରଫି (ବର୍ତ୍ତମାନ ICC ଚାମ୍ପିଅନ୍ସ ଟ୍ରଫି ଭାବରେ ଜଣାଶୁଣା) ପରେ ଏହା ଦକ୍ଷିଣ ଆଫ୍ରିକାର ପ୍ରଥମ ICC ଟ୍ରଫି ଥିଲା।

କେଉଁ ଦଳ ପାଇଲା କେତେ ଟଙ୍କା?
ଫାଇନାଲ୍ ମ୍ୟାଚ୍ ବିଜୟ ସହିତ ଦକ୍ଷିଣ ଆଫ୍ରିକା କେବଳ ବିଶ୍ୱ ଟେଷ୍ଟ ଚାମ୍ପିଅନ ହୋଇନାହିଁ ବରଂ ଏହି ଦଳର ଖେଳାଳିମାନେ ମଧ୍ୟ ମାଲମାଲ ହୋଇ ଯାଇଛନ୍ତି। ଟେଷ୍ଟ ଗଦା ବ୍ୟତୀତ ଦକ୍ଷିଣ ଆଫ୍ରିକାକୁ $୩.୬ ନିୟୁତ (ପ୍ରାୟ ୩୧.୦୫ କୋଟି ଟଙ୍କା) ପୁରସ୍କାର ରାଶି ମଧ୍ୟ ମିଳିଛି। ପରାଜୟ ସତ୍ତ୍ୱେ ଅଷ୍ଟ୍ରେଲିଆ ଉପବିଜେତା ଭାବରେ $୨.୧୬ ନିୟୁତ (ପ୍ରାୟ ୧୮.୬୩ କୋଟି ଟଙ୍କା) ପାଇଛି। ଟିମ୍ ଇଣ୍ଡିଆ ଏଥର ଟେଷ୍ଟ ଚାମ୍ପିଅନସିପ୍ ଟେବୁଲରେ ତୃତୀୟ ସ୍ଥାନ ଅଧିକାର କରିଥିଲା ​​ଏବଂ ପୁରସ୍କାର ରାଶି ଭାବରେ ୧୨.୪୨ କୋଟି ଟଙ୍କା ପାଇଛି। ଭାରତ ପ୍ରଥମ ସିଜିନ୍ ଏବଂ ଦ୍ୱିତୀୟ ସିଜିନ୍ ରେ ଲଗାତାର ଫାଇନାଲରେ ପହଞ୍ଚିଥିଲା କିନ୍ତୁ ଟାଇଟଲ୍ ଜିତି ପାରିନଥିଲା। ପ୍ରଥମ ଥର ପାଇଁ ଦଳ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିଲା। ଯେତେବେଳେ କି ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆ ଟାଇଟଲ୍ କବଜା କରିଥିଲା।

ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଏହି ଚକ୍ର ପାଇଁ ପ୍ରାୟ ୧୦.୨୬ କୋଟି ଟଙ୍କା ପାଇଥିଲା। ଇଂଲଣ୍ଡ ପଞ୍ଚମ ସ୍ଥାନରେ ରହି ପ୍ରାୟ ୮.୨ କୋଟି ଟଙ୍କା ପାଇଛି। WTC ଚକ୍ର ଷଷ୍ଠ ସ୍ଥାନରେ ଶେଷ କରିଥିବା ଶ୍ରୀଲଙ୍କାକୁ ପ୍ରାୟ ୭.୧୭ କୋଟି ଟଙ୍କା ମିଳିବ। ଏହି ରାଉଣ୍ଡରେ ବାଂଲାଦେଶ ଦଳ ସପ୍ତମ ସ୍ଥାନରେ ରହିଛି। ଏହି ଦଳକୁ ପ୍ରାୟ ୬.୧୫ କୋଟି ଟଙ୍କା ମିଳିଛି। ୱେଷ୍ଟଇଣ୍ଡିଜ୍ ଦଳ ଅଷ୍ଟମ ସ୍ଥାନରେ ରହିଥିଲା ଏବଂ ଏହି ଦଳକୁ ପ୍ରାୟ ୫.୧୩ କୋଟି ଟଙ୍କା ମିଳିଛି। ପାକିସ୍ତାନ ଦଳ ନବମ ସ୍ଥାନରେ ସବୁଠାରୁ ତଳେ ଥିଲା। ତେଣୁ ଏହି ଦଳକୁ ପ୍ରାୟ ୪.୧୦ କୋଟି ଟଙ୍କା ମିଳିଛି।

;