IPL 2025 ରୁ ବାହାରି ଗଲେ ଏହି ୯ ଖେଳାଳି, ଜଣେ ନିଜ ଦଳ ପାଇଁ ନେଇଥିଲେ ସର୍ବାଧିକ ୱିକେଟ୍
Advertisement
Article Detail0/zeeodisha/odisha2761856

IPL 2025 ରୁ ବାହାରି ଗଲେ ଏହି ୯ ଖେଳାଳି, ଜଣେ ନିଜ ଦଳ ପାଇଁ ନେଇଥିଲେ ସର୍ବାଧିକ ୱିକେଟ୍

IPL 2025: ଅଷ୍ଟ୍ରେଲିୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଅବଶିଷ୍ଟ ମ୍ୟାଚ୍ ପାଇଁ ଭାରତ ନ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେଅଫ୍ ଆଶାକୁ ଏକ ବଡ଼ ଧକ୍କା ଦେଇଛି। ୧୭ ମଇରେ ପୁଣି ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବା ମଧ୍ୟରେ ଷ୍ଟାର୍କ ହେଉଛନ୍ତି ସବୁଠାରୁ ବଡ଼ ଅଷ୍ଟ୍ରେଲିୟ କ୍ରିକେଟର।

IPL 2025 ରୁ ବାହାରିଲେ ଏହି ୯ ଖେଳାଳି
IPL 2025 ରୁ ବାହାରିଲେ ଏହି ୯ ଖେଳାଳି

IPL 2025: ଅଷ୍ଟ୍ରେଲିୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଅବଶିଷ୍ଟ ମ୍ୟାଚ୍ ପାଇଁ ଭାରତ ନ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେଅଫ୍ ଆଶାକୁ ଏକ ବଡ଼ ଧକ୍କା ଦେଇଛି। ୧୭ ମଇରେ ପୁଣି ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବା ମଧ୍ୟରେ ଷ୍ଟାର୍କ ହେଉଛନ୍ତି ସବୁଠାରୁ ବଡ଼ ଅଷ୍ଟ୍ରେଲିୟ କ୍ରିକେଟର।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ଯୋଗୁଁ ମେ ୮ ତାରିଖରେ IPL ସ୍ଥଗିତ ରଖାଯାଇଥିଲା। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ପରେ ଲିଗ୍ ଏବେ ପୁନଃ ଆରମ୍ଭ ହେଉଛି। ବିଭିନ୍ନ ଦଳର ବିଦେଶୀ ଖେଳାଳିଙ୍କ ସ୍ଥିତିର ଏକ ବିଶ୍ଳେଷଣ ଏଠାରେ ଦିଆଯାଇଛି। ଯେଉଁଥିରୁ କେତେକ ସେମାନଙ୍କର ପ୍ରତ୍ୟାବର୍ତ୍ତନ ନିଶ୍ଚିତ କରିଛନ୍ତି ତ ଆଉ କେତେକ ଫେରିବାର ସମ୍ଭାବନା ଅଛି। କିଛି ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରୁ ବାହାରି ଯିବାକୁ ନିଷ୍ପତ୍ତି ନେଇଛନ୍ତି କିମ୍ବା ସେମାନଙ୍କର ସାମିଲ ହେବା ସନ୍ଦେହଜନକ ରହିଛି।

  • ଦିଲ୍ଲୀ କ୍ୟାପିଟାଲ୍ସରୁ (Delhi Capitals) ଜେକ୍ ଫ୍ରେଜର-ମ୍ୟାକଗର୍କ, ମିଚେଲ ଷ୍ଟାର୍କ, ଟ୍ରିଷ୍ଟାନ ଷ୍ଟବସ୍  ବାହାରି ଯାଇଛନ୍ତି। ଏହା ସମେତ ମୁସ୍ତାଫିଜୁର ରହମାନ, ସେଦିକୁଲ୍ଲା ଅଟଲ, ଡୋନୋଭାନ ଫେରେରା, ଦୁଷ୍ମାନଥା କାମିରା ଏହି ଦଳରେ ସାମିଲ ହୋଇଛନ୍ତି।
  • କୋଲକାତା ନାଇଟ୍ ରାଇଡର୍ସରୁ (Kolkata Knight Riders) ମୋଇନ୍ ଅଲି, ରୋଭମ୍ୟାନ୍ ପାୱେଲ୍ ବାହାରି ଯାଇଛନ୍ତି। ସୁନୀଲ ନାରିନ, ଆଣ୍ଡ୍ରେ ରସେଲ, କ୍ୱିଣ୍ଟନ ଡି କକ, ସ୍ପେନ୍ସର ଜନସନ, ରହମାନୁଲ୍ଲା ଗୁରୁବାଜ, ଅନ୍ରିଚ ନର୍ଟେଜେ ସାମିଲ ହୋଇଛନ୍ତି।
  • ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ (Royal Challengers Bangalore) ଟିମ୍ ଡେଭିଡ୍, ରୋମାରିଓ ସେଫର୍ଡ, ଲୁଙ୍ଗି ଏନଗିଡି, ଫିଲ୍ ସଲ୍ଟ, ଜାକବ୍ ବେଥେଲ୍, ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍, ଜୋଶ୍ ହାଜେଲଉଡ୍, ନୁୱାନ୍ ଥୁସାରା ସାମିଲ ହୋଇଛନ୍ତି।
  • ମୁମ୍ବାଇ ଇଣ୍ଡିଆନ୍ସରେ (Mumbai Indians) ମିଚେଲ ସାଣ୍ଟନର, ବେଭନ ଜାକବସ୍, ଟ୍ରେଣ୍ଟ ବୋଲ୍ଟ, ୱିଲ୍ ଜ୍ୟାକ୍ସ, ରିକେଲଟନ୍, କର୍ବିନ୍ ବୋଶ୍ ସାମିଲ ହୋଇଛନ୍ତି।
  • ସନରାଇଜର୍ସ ହାଇଦ୍ରାବାଦରେ (Sunrisers Hyderabad) ପ୍ୟାଟ୍ କମିନ୍ସ, ଟ୍ରାଭିସ୍ ହେଡ୍, ହେନ୍ରିଚ୍ କ୍ଲାସେନ୍, ୱିଆନ୍ ମଲଡର୍, ଇଶାନ୍ ମାଲିଙ୍ଗା, କାମିଣ୍ଡୁ ମେଣ୍ଡିସ୍ ସାମିଲ ହୋଇଛନ୍ତି।
  • ରାଜସ୍ଥାନ ରୟାଲ୍ସରେ (Rajasthan Royals) ୱାନିଣ୍ଡୁ ହାସାରଙ୍ଗା, ଶିମ୍ରନ୍ ହେଟମିର୍, ଫଜଲହକ୍ ଫାରୁକି, କ୍ୱେନା ମଫାକା, ଲୁଆନ୍-ଡ୍ରେ ପ୍ରିଟୋରିୟସ୍ ସାମିଲ ହୋଇଛନ୍ତି ଏବଂ ଜୋଫ୍ରା ଆର୍ଚ୍ଚର, ମହିଷ ତିକ୍ଷ୍ସଣା ବାହାରି ଯାଇଛନ୍ତି।
  • ଚେନ୍ନାଇ ସୁପର କିଙ୍ଗ୍ସରେ (Chennai Super Kings) ନୁର ଅହମ୍ମଦ, ଡିୱାଲ୍ଡ ବ୍ରୁଇସ୍, ମାଥିଶା ପାଥିରାନା, ଡିଭନ୍ କନୱେ, ରଚିନ୍ ରବିନ୍ଦ୍ର ସାମିଲ ହୋଇଛନ୍ତି। ସାମ୍ କରାନ୍, ଜେମି ଓଭରଟନ୍ ବାହାରି ଯାଇଛନ୍ତି।
  • ଲକ୍ଷ୍ନୌ ସୁପର ଜାଏଣ୍ଟସରେ (Lucknow Super Giants) ଏଡେନ୍ ମାର୍କମ, ମିଚେଲ୍ ମାର୍ଶ, ମାଥ୍ୟୁ ବ୍ରେଜ୍କେ, ଡେଭିଡ୍ ମିଲର୍, ନିକୋଲାସ୍ ପୁରନ୍, ଶାମାର ଜୋସେଫ୍, ୱିଲ୍ ଓ'ରୌର୍କେ ଆଦି ଖେଳାଳି ସାମିଲ ହୋଇଛନ୍ତି।
  • ପଞ୍ଜାବ କିଙ୍ଗ୍ସରେ (Punjab Kings) ମାର୍କୋ ଜେନସେନ୍, ଜାଭିୟର ବାର୍ଟଲେଟ୍, ମିଚେଲ୍ ଓୱେନ୍, କାଇଲ୍ ଜାମିସନ୍ ଆଦି ଖେଳାଳି ସାମିଲ ହୋଇଛନ୍ତି।
  • ଗୁଜରାଟ ଟାଇଟାନ୍ସରେ ରସିଦ ଖାନ, ଆଫଗାନିସ୍ତାନ କରିମ ଜନତ, କାଗିସୋ ରାବାଡା, ଶେରଫେନ ରାଉଟରଫୋର୍ଡ, ଜୋସ ବଟଲର, ଜେରାଲ୍ଡ କୋଟଜୀ ଆଦି ଖେଳାଳି ଯୋଡି ହୋଇଛନ୍ତି।

ଆଇପିଏଲର ଏହି ରୋମାଞ୍ଚକର ସିଜିନରେ ସମସ୍ତଙ୍କ ନଜର ଏବେ କେଉଁ ଖେଳାଳିମାନେ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଏବଂ ସେମାନଙ୍କ ଦଳ ପ୍ଲେଅଫରେ ପ୍ରବେଶ ପାଇଁ କେଉଁ ରଣନୀତି ଗ୍ରହଣ କରୁଛନ୍ତି ତାହା ଉପରେ ରହିଛି ।

;