ହଇଜାରେ ପ୍ରାଣ ହରାଇଥିବା ରୋଗୀଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ଵଜନଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ନବୀନ । ରାଜ୍ୟ ସରକାର ହଇଜା ସ୍ଥିତିକୁ ହାଲକା ଭାବେ ନେବା ସମସ୍ତଙ୍କୁ ବିଚଳିତ କରୁଛି । ହଇଜାର ବ୍ୟାପକତାକୁ ରୋକିବାକୁ ରାଜ୍ୟ ସରକାର ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ନବୀନ କହିଛନ୍ତି ।
Trending Photos
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ହଇଜା ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ଦୀର୍ଘ ବର୍ଷ ଧରି ଯାହା ଦେଖିବାକୁ ମିଳିନଥିଲା ତାହା ବର୍ତ୍ତମାନ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିବାକୁ ଲାଗିଲାଣି । ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକରେ ହଇଜା ସ୍ଥିତି ଭୟଙ୍କର ହେଲାଣି । ହଇଜାରେ ୧୪ ଜଣ ପ୍ରାଣ ହରାଇବା ମୋତେ ବ୍ୟଥିତ କରିଛି ବୋଲି ନବୀନ କରିଛନ୍ତି ।
ହଇଜାରେ ପ୍ରାଣ ହରାଇଥିବା ରୋଗୀଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ଵଜନଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ନବୀନ । ରାଜ୍ୟ ସରକାର ହଇଜା ସ୍ଥିତିକୁ ହାଲକା ଭାବେ ନେବା ସମସ୍ତଙ୍କୁ ବିଚଳିତ କରୁଛି । ହଇଜାର ବ୍ୟାପକତାକୁ ରୋକିବାକୁ ରାଜ୍ୟ ସରକାର ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ନବୀନ କହିଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ, ବିଶେଷ କରି ଯାଜପୁରରେ କାୟା ମେଲାଉଛି ଝାଡ଼ାବାନ୍ତି। ଆଉ ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ଜୀବନ ଯାଇଥିବା ବେଳେ, ଚିକିତ୍ସା ପାଇଁ ମେଡିକାଲ ଯାଉଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ଖଇରାବାଦ ଓ କୋଟବସନ୍ତ ଅଞ୍ଚଳର ୨ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ସ୍ଥିତି କିଭଳି ନିୟନ୍ତ୍ରଣ ହେବ ସେ ନେଇ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ।
ଅନ୍ୟପଟେ, ଯାଜପୁର ହଇଜା ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ । ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ୍ ।
Also Read- Accident News: ଭୁବନେଶ୍ବରରେ ବସ୍ ଦୁର୍ଘଟଣା, ୭ ଗୁରୁତର, ୨୫ରୁ ଅଧିକ ଯାତ୍ରୀ ଆହତ
Also Read- Weekly Lucky Zodiac Sign: ନୂଆ ସପ୍ତାହରେ ଗୁରୁ ଆଦିତ୍ୟ ରାଜଯୋଗ, ୫ ରାଶି ପାଇଁ ଶୁଭ