ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣା, ଅଭିଯୁକ୍ତ ଓ ପୀଡ଼ିତା ବାପାଙ୍କ ମୋବାଇଲ୍‌ ସିଜ୍‌
Advertisement
Article Detail0/zeeodisha/odisha2875178

ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣା, ଅଭିଯୁକ୍ତ ଓ ପୀଡ଼ିତା ବାପାଙ୍କ ମୋବାଇଲ୍‌ ସିଜ୍‌

ପ୍ରତିକ୍ରିୟାରେ ଏସପି କହିଛନ୍ତି ଯେ, ପ୍ରାଥମିକ ପ୍ରମାଣ ଆଧାରରେ ପ୍ରମୋଦ ବେହେରାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ପ୍ରମୋଦ ମୋବାଇଲ୍‌ରେ ୬୦ ଅଶ୍ଲୀଳ ଭିଡିଓ ଥିବାର ପ୍ରମାଣ ମିଳିଛି ।

ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣା, ଅଭିଯୁକ୍ତ ଓ ପୀଡ଼ିତା ବାପାଙ୍କ ମୋବାଇଲ୍‌ ସିଜ୍‌

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ କାଠିଆପଡ଼ା ଯୁବତୀ ମୃତ୍ୟୁ ଘଟଣାରେ ଗଣମାଧ୍ୟମକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି । ପ୍ରତିକ୍ରିୟାରେ ଏସପି କହିଛନ୍ତି ଯେ, ପ୍ରାଥମିକ ପ୍ରମାଣ ଆଧାରରେ ପ୍ରମୋଦ ବେହେରାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ପ୍ରମୋଦ ମୋବାଇଲ୍‌ରେ ୬୦ ଅଶ୍ଲୀଳ ଭିଡିଓ ଥିବାର ପ୍ରମାଣ ମିଳିଛି ।

ଏସପିଙ୍କ ସୂଚନା ଅନୁଯାୟୀ, ଜୁଲାଇ ୧୭ରେ ପୀଡ଼ିତାର ବାପାଙ୍କ ପାଖକୁ ଗୋଟିଏ ଅଶ୍ଳୀଳ ଭିଡିଓ ପଠାଇଥିଲା ଅଭିଯୁକ୍ତ । ସେହି ସମାନ ଦିନ ଆଉ ୪ରୁ ୫ ଜଣଙ୍କ ପାଖକୁ ମଧ୍ୟ ଭିଡିଓ ପଠାଇଥିଲା । ଘଟଣା ଦିନ ସକାଳ ୭ଟା ୩୪ ମିନିଟ୍ ସମୟରେ ଯୁବତୀଙ୍କ ମୋବାଇଲକୁ କଲ୍‌ କରିଥିଲା । ପୋଲିସ ଉଭୟ ଅଭିଯୁକ୍ତ ଓ ପୀଡ଼ିତା ବାପାଙ୍କ ମୋବାଇଲ୍‌ ସିଜ୍‌ କରି ସାରିଛି । ବର୍ତ୍ତମାନ ସୁଦ୍ଧା କେବଳ ଅଭିଯୁକ୍ତ ପ୍ରମୋଦ ତଦନ୍ତ ପରିସରଭୁକ୍ତ ଅଛନ୍ତି । ଅଭିଯୁକ୍ତ ପ୍ରମୋଦଙ୍କ ନାଁରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବାର ଦଫା ଲାଗିଛି । SFSL, ଏଫ୍‌ଏମଟି, ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ସବୁ ସ୍ପଷ୍ଟ ହେବ ବୋଲି ଏସପି କହିଛନ୍ତି । ସିସିଟିଭି ଫୁଟେଜ୍‌ରେ ପୀଡ଼ିତାଙ୍କ ବାପା, ମା’ଙ୍କ ଯିବା ଆସିବା ଦୃଶ୍ୟ ମିଳିଛି ଏବଂ ଅଭିଯୁକ୍ତ ପ୍ରମୋଦଙ୍କ ବାପାଙ୍କ ଏତଲା ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଏସପି । ଅନ୍ୟପଟେ, ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ମାମଲାରେ ଗିରଫ ପ୍ରେମିକ ପ୍ରମୋଦ ବେହେରାକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଟ୍ଟାମୁଣ୍ଡାଇ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି।

ସୂଚନାଯୋଗ୍ୟ, ପ୍ରମୋଦ ବେହେରାଙ୍କୁ ଗିରଫ ପୋଲିସ ଗିରଫ କରିବା ପରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଗରେ ଶତାଧିକ ଲୋକ ଧାରଣା ଦେଇଛନ୍ତି। କାଠିଆପଡ଼ା ପୀଡ଼ିତାଙ୍କ ପୁରୁଷ ବନ୍ଧୁ ପରିବାର ଲୋକ ଧାରଣା ଦେଇଛନ୍ତି । ଅଭିଯୁକ୍ତ ପ୍ରମୋଦ ବେହେରାଙ୍କ ବାପା ଆତ୍ମାହୁତି ଧମକ ଦେଇଛନ୍ତି । ପ୍ରତିଷେଧକ ବ୍ୟବସ୍ଥା ପାଇଁ ଅଗ୍ନିଶମ ବାହିନୀ ଗାଡ଼ି ସହ ପହଞ୍ଚିଛନ୍ତି । କିଛି ଅଘଟଣ ଏଡ଼ାଇବାକୁ ପୋଲିସ ଓ ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି । ପ୍ରମୋଦ ବେହେରାଙ୍କ ବାପା କହିଛନ୍ତି ଯେ, 'ମୋ ପୁଅ ପ୍ରତି ଅନ୍ୟାୟ ହୋଇଛି, ଏବେ ରାଜନୀତି ହେଉଛି', 'ମୁଁ ଗରିବ ବୋଲି ନ୍ୟାୟ ପାଉନି, ବାଧ୍ୟ ହୋଇ ଆତ୍ମହତ୍ୟା କରିବି' ।

Also Read- World Continental Bronze: ୧୦୦ ମିଟର ହର୍ଡଲ୍ସରେ ପ୍ରଜ୍ଞା ପ୍ରଶାନ୍ତି ସାହୁ ପ୍ରଥମ

Also Read- ଚନ୍ଦ୍ରଭାଗା ସମୁଦ୍ରରେ ଅଘଟଣ, ବୁଡିଗଲେ ୩ ଯୁବକ

;