ଚନ୍ଦ୍ରଭାଗା ସମୁଦ୍ରରେ ଅଘଟଣ, ବୁଡିଗଲେ ୩ ଯୁବକ
Advertisement
Article Detail0/zeeodisha/odisha2875150

ଚନ୍ଦ୍ରଭାଗା ସମୁଦ୍ରରେ ଅଘଟଣ, ବୁଡିଗଲେ ୩ ଯୁବକ

ଇକୋରିଟ୍ରିଟ୍ ନିକଟରେ ମୃତ ୨ ଯୁବକ ଭୁବନେଶ୍ବରର ହୋଇଥିବା ସମୟରେ ଅନ୍ୟ ମୃତ ଯୁବକ ପାହାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । 

ଚନ୍ଦ୍ରଭାଗା ସମୁଦ୍ରରେ ଅଘଟଣ, ବୁଡିଗଲେ ୩ ଯୁବକ

କୋଣାର୍କ: ଚନ୍ଦ୍ରଭାଗା ସମୁଦ୍ରରେ ଆଜି ପୃଥକ ସ୍ଥାନରେ ବୁଡ଼ିଯାଇ ୩ ଯୁବକଙ୍କ ମୃତ୍ୟୁ ହୋଇଛି । ଚନ୍ଦ୍ରଭାଗା ଇକୋରିଟ୍ରିଟ୍ ନିକଟରେ ବୁଡ଼ି ୨ ଯୁବକ ମୃତ୍ୟୁ ହୋଇଥିବା ସମୟରେ ଆଉ କିଛି ଦୂରରେ ବୁଡ଼ି ଅନ୍ୟ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି ।

ଇକୋରିଟ୍ରିଟ୍ ନିକଟରେ ମୃତ ୨ ଯୁବକ ଭୁବନେଶ୍ବରର ହୋଇଥିବା ସମୟରେ ଅନ୍ୟ ମୃତ ଯୁବକ ପାହାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ସାଙ୍ଗମାନଙ୍କ ସହ ସମୁଦ୍ରରେ ଗାଧୋଉଥିବା ବେଳେ ଜୁଆର ଟାଣି ନେଇଥିଲା । ଉଦ୍ଧାରକାରୀ ଦଳ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ମୃତ ୩ ଯୁବକଙ୍କ ପରିବାର ଲୋକେ ଏ ନେଇ ସୂଚନା ପାଇବା ପରେ ଶୋକର ଲହରୀ ଖେଳିଯାଇଛି ।

Also Read- Yuti 2025: ଗୁରୁ ଏବଂ ଶୁକ୍ରଙ୍କ ପ୍ରଭାବ, ୨୧ ଅଗଷ୍ଟରୁ ୩ ରାଶିର ଭାଗ୍ୟ ଚମକିବ

Also Read- Gold Rate: ଏହି ସପ୍ତାହରେ କେତେ ପରିବର୍ତ୍ତନ ହେଲା ସୁନା ଦର ? ଜାଣନ୍ତୁ

;