Patrapada Accident:ପାତ୍ରପଡ଼ା ଦୁର୍ଘଟଣା: ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା
Advertisement
Article Detail0/zeeodisha/odisha2876918

Patrapada Accident:ପାତ୍ରପଡ଼ା ଦୁର୍ଘଟଣା: ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା

ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମାରେ ଭୁବନେଶ୍ୱରସ୍ଥିତ ପାତ୍ରପଡ଼ା ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଦିନ ୮ ବର୍ଷର ଝିଅ ରେଶମାର ମୃତ୍ୟୁ ହୋଇଥିବା ବେଳେ ଗତକାଲି ମା ରେବତୀ ଆଖି ବୁଜିଛନ୍ତି। ସେପଟେ ଗୁରୁତର ହୋଇଥିବା କୁନି ପୁଅ ଏବେ ମଧ୍ୟ ଏମସରେ ଚିକିତ୍ସାଧିନ ରହିଛନ୍ତିଷ। ତେବେ ଏହି

Patrapada Accident:ପାତ୍ରପଡ଼ା ଦୁର୍ଘଟଣା: ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା

Patrapada Accident: ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମାରେ ଭୁବନେଶ୍ୱରସ୍ଥିତ ପାତ୍ରପଡ଼ା ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଦିନ ୮ ବର୍ଷର ଝିଅ ରେଶମାର ମୃତ୍ୟୁ ହୋଇଥିବା ବେଳେ ଗତକାଲି ମା ରେବତୀ ଆଖି ବୁଜିଛନ୍ତି। ସେପଟେ ଗୁରୁତର ହୋଇଥିବା କୁନି ପୁଅ ଏବେ ମଧ୍ୟ ଏମସରେ ଚିକିତ୍ସାଧିନ ରହିଛନ୍ତିଷ। ତେବେ ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିଛନ୍ତି। 

ଏଠାରେ କହି ରଖୁ କି ପାତ୍ରପଡ଼ା ନିକଟରେ ଥାର୍ ଗାଡ଼ି ଧକ୍କାରେ ମା' ଓ ଝିଅଙ୍କ ମୃତ୍ୟୁ ଘଟଣାରେ ଗତକାଲି ସୋମବାର ଫୁଲେଶ୍ବରୀବସ୍ତି ବାସିନ୍ଦା ରାସ୍ତା ଉପରେ ମୃତଦେହ ଥିବା ଆମ୍ବୁଲାନ୍ସ ରଖି ରାସ୍ତାରୋକ କରିଛନ୍ତି। ଉତ୍ତ୍ଯକ୍ତ ଲୋକେ ଟାୟାର୍ ଜାଳି ଜାତୀୟ ରାଜପଥ-୧୬କୁ ଦେଢ଼ଘଣ୍ଟା ଧରି ଅବରୋଧ କରି ରଖିଥିଲେ। ଫଳରେ ଜାତୀୟ ରାଜପଥରେ ଅଖଚକ ବନ୍ଦ ହୋଇଯାଇଥିଲା। ମୃତକଙ୍କ ପରିବାରକୁ ଆର୍ଥିକ ଅନୁକମ୍ପା, ଅଭିଯୁକ୍ତ ଥାର୍ ଗାଡ଼ିଚାଳକକୁ ଗିରଫ ଓ ଫୁଟ୍ ଓଭରବ୍ରିଜ୍ ସ୍ଥାନାନ୍ତରଣ ଦାବିରେ ବିକ୍ଷୋଭକାରୀ ଅଡ଼ି ବସିଥିଲେ। ଫଳରେ ଗୋହିରିଆ ଛକଠାରୁ ବରମୁଣ୍ଡା ପର୍ଯ୍ୟନ୍ତ ଓଭରବ୍ରିଜ୍ ଉପରେ ରାସ୍ତା ଜାମ୍ ହୋଇଯାଇଥିଲା। 

ଅନୁରୂପ ଭାବେ ପାତ୍ରପଡ଼ା, ଆଇଗିଣିଆ, କଳିଙ୍ଗବିହାର ଛକ ନିକଟରେ ସର୍ଭିସ୍ ରୋଡ୍‌କୁ ଉତ୍ତ୍ଯକ୍ତ ଲୋକମାନେ ବନ୍ଦ କରି ରଖିବା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଭିଡ଼ରେ ବହୁ ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଥିଲା ରାଜପଥର ଉଭୟ ପିଟେ ଯାଉଥିବା ଲୋକେ ହନ୍ତସନ୍ତ ହୋଇଥିଲେ। ଡିସିପି ଜଗମୋହନ ମୀନା ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିବା ସତ୍ତ୍ବେ ଲୋକେ ଧାରଣାରୁ ହଟିନଥିଲେ। ତେବେ ପୋଲିସ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲା। ପରିବାର ଲୋକଙ୍କ ଅନୁରୋଧ କ୍ରମେ ରାସ୍ତାରୋକ ହଟିଥିଲା।

ସେପଟେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ରେବତୀ ଓ ତାଙ୍କ ଝିଅଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିବା ସହିତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ଆତ୍ମୀୟଙ୍କୁ ୮ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଉତ୍ତ୍ଯକ୍ତ ଲୋକମାନଙ୍କ କହିବା ମୁତାବକ ବାରମ୍ବାର ଏହି ସ୍ଥାନରେ ଦୁର୍ଘଟଣା ଘଟୁଛି। ଫୁଟ୍ ଓଭରବ୍ରିଜ୍ ନିର୍ମାଣ ସମୟରେ ଏହାକୁ ଭୁଲ୍ ସ୍ଥାନରେ ନିର୍ମାଣ କରାଯାଉଛି ବୋଲି ସତର୍କ କରାଯାଇଥିଲା । ମାତ୍ର ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରିନଥିଲା । ଯାହାର ପରିଣାମ ସ୍ବରୂପ ଏଭଳି ଅଘଟଣ ସବୁବେଳେ ଘଟୁଛି | ଗତିରୋଧକ ଥିଲେ ମଧ୍ୟ କେହି ମାନୁନାହାନ୍ତି । ଫଳରେ ଅକାରଣରେ ମୂଲ୍ୟବାନ ଜୀବନ ଚାଲିଯାଉଛି ବୋଲି ଲୋକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

;