ED Raid: ରାଜା ଚକ୍ରଙ୍କ ଘରେ ପୁଣି ଚଢ଼ାଉ
Advertisement
Article Detail0/zeeodisha/odisha2834207

ED Raid: ରାଜା ଚକ୍ରଙ୍କ ଘରେ ପୁଣି ଚଢ଼ାଉ

ED Raid: ବିଜେଡି ନେତା ରାଜା ଚକ୍ରଙ୍କ ବାସଭବନରେ ଆଜି ପୁଣିଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଚଢ଼ାଉ ହୋଇଛି। ଅର୍ଥ ହେରଫେର ଏବଂ ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲା ସହ ଏହି ଚଢ଼ଉ ସମ୍ପୃକ୍ତ ଥିବା ଜଣାପଡ଼ିଛି।

ରାଜା ଚକ୍ରଙ୍କ ଘରେ ପୁଣି ଚଢ଼ାଉ
ରାଜା ଚକ୍ରଙ୍କ ଘରେ ପୁଣି ଚଢ଼ାଉ

ଭୁବନେଶ୍ୱର: ବିଜେଡି ନେତା ରାଜା ଚକ୍ରଙ୍କ ବାସଭବନରେ ଆଜି ପୁଣିଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଚଢ଼ାଉ ହୋଇଛି। ଅର୍ଥ ହେରଫେର ଏବଂ ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲା ସହ ଏହି ଚଢ଼ଉ ସମ୍ପୃକ୍ତ ଥିବା ଜଣାପଡ଼ିଛି।  କେନ୍ଦୁଝର ଜିଲ୍ଲା ଜଗନ୍ନାଥପୁରସ୍ଥିତ ତାଙ୍କ ଘରେ ଏହି ଚଢ଼ଉ ପାଇଁ ସ୍ୱତନ୍ତ୍ର ପୁଲିସ ମୁତ୍ତୟନ କରାଯାଇଛି।   

 ଖଣିଜ ଅଞ୍ଚଳର ଲୋକଙ୍କ ସହାୟତା ପାଇଁ ଗଠନ କରାଯାଇଥିବା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ଟ୍ରାନ୍ସପୋର୍ଟିଂ କୋ-ଆପେରେଟିଭ୍ ସୋସାଇଟିକୁ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରିଥିବା ନେଇ ରାଜା ଚକ୍ରଙ୍କ ବିରୋଧରେ ଆରୋପ ରହିଛି। ପ୍ରାୟ ୧୫୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ତାଙ୍କ ବିରୋଧରେ ରହିଛି। ଏ ବାବଦରେ ପୂର୍ବରୁ ଇଡି ଚଢ଼ଉ କରିଥିଲା। ରାଜା ଏବେ ଗିରଫ ହୋଇ ଜେଲରେ ରହିଛନ୍ତି।

;