Odisha Bandh: ଆସନ୍ତା ୧୭ ତାରିଖରେ କଂଗ୍ରେସ୍ ପକ୍ଷରୁ ଓଡ଼଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଏହି ଦିନ ହେବାକୁ ଥିବା ନିଯୁକ୍ତି ପରୀକ୍ଷା ସ୍ଥଗିତ କରିଛି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ।
Trending Photos
Odisha Bandh: ଆସନ୍ତା ୧୭ ତାରିଖରେ କଂଗ୍ରେସ୍ ପକ୍ଷରୁ ଓଡ଼଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଏହି ଦିନ ହେବାକୁ ଥିବା ନିଯୁକ୍ତି ପରୀକ୍ଷା ସ୍ଥଗିତ କରିଛି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ । ଆସନ୍ତା ୧୭ ତାରିଖରେ ହେବାକୁ ଥିବା ସେବକ,ସେବିକା, ଆଦିବାସୀ ଭାଷା ଶିକ୍ଷକ (ଟିଏଲଟି) ପ୍ରିଲିମ୍ ନିଯୁକ୍ତି ନେଇ ପରୀକ୍ଷା କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ହେଲେ ଓଡି଼ଶା ବନ୍ଦ ପାଇଁ ଏହି ପରୀକ୍ଷା ସ୍ଥଗିତ ରଖାଯାଇଛି। ଆଗାମୀ ଦିନର ପରୀକ୍ଷା କେବେ ହେବ ସେନେଇ ସୂଚନା ପ୍ରଦାନ କରାଯିବ। ଏନେଇ ପରୀକ୍ଷାର୍ଥୀମାନ ଓଏସଏସଏସସି ଓ୍ବେବସାଇଟ୍ ରେ ଯାଞ୍ଚ କରିବାକୁ କୁଯାଇଛି।
ଓଏସଏସଏସସି ପକ୍ଷରୁ ସୂଚନା ଦିଆଯାଇଛି ଯେ, ଗତ ଜୁନ୍ ୧୭ ତାରିଖରେ ବିଜ୍ଞପ୍ତି ନମ୍ବର ୧୩୩୩ରେ ସେବକ /ସେବିକା , ଟିଏଲଟିର ପ୍ରିଲିମ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହିପରି, କମିଶନରେଟ୍ ପୋଲିସ୍ ପକ୍ଷରୁ ଆଜି ହେବାକୁ ଥିବା ସପ୍ତମ ଓଡ଼ିଶା ସତନ୍ତ୍ର ସଶସ୍ତ୍ର ବାହିନୀ(ଓଏସଏପି) ଠାରେ ଗୃହରକ୍ଷୀ ନିଯୁକ୍ତିର ଶାରୀରିକ ପରୀକ୍ଷାକୁ ୨ ଦିନ ପାଇଁ ସ୍ଥଗିତ କରାଯାଇଛି। ୧୮ ତାରିଖରେ ସମାନ ସ୍ଥାନ ଓ ସମୟରେ ଏହି ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।
ସୂଚନା ଯୋଗ୍ୟ, ଫକୀର ମୋହନ ମହାବିଦ୍ୟାଳରେ ଛାତ୍ରୀଙ୍କ ଆତ୍ମହୁତି ଘଟଣା ନେଇ ଆଜି ବିଜଡ଼ି ପକ୍ଷରୁ ଲୋକସେବା ଭବନ ଘେରଉ ହେଉଥିବା ବେଳେ ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଆବେଦନକାରୀଙ୍କ ଯାତାୟତ କରିବାରେ ଅସୁବିଧାକୁ ଦୃଷ୍ଟିରେ ରଖି ଏପରି ନିସ୍ପତ୍ତି ନିଆଯାଇଛି।