Prime Minister Naendra Modi: ସେପ୍ଟେମ୍ବରରେ ଓହରିବେ କି ମୋଦୀ?
Advertisement
Article Detail0/zeeodisha/odisha2835218

Prime Minister Naendra Modi: ସେପ୍ଟେମ୍ବରରେ ଓହରିବେ କି ମୋଦୀ?

ଭୁବନେଶ୍ୱର: ଚଳିତ ବର୍ଷ ଶେଷ ଆଡ଼କୁ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ରହିବେ ନା ନାହିଁ? ବୟସର ଇଙ୍ଗିତକୁ ମାନି ମୋଦୀ କ’ଣ ଇସ୍ତଫା ଦେବେ କି? ଲାଲ୍‍ କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କ ଭଳି ସେ କ’ଣ ମାର୍ଗଦର୍ଶକ ହେବେ?

Prime Minister Naendra Modi: ସେପ୍ଟେମ୍ବରରେ ଓହରିବେ କି ମୋଦୀ?

Prime Minister Naendra Modi: ଭୁବନେଶ୍ୱର: ଚଳିତ ବର୍ଷ ଶେଷ ଆଡ଼କୁ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ରହିବେ ନା ନାହିଁ? ବୟସର ଇଙ୍ଗିତକୁ ମାନି ମୋଦୀ କ’ଣ ଇସ୍ତଫା ଦେବେ କି? ଲାଲ୍‍ କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କ ଭଳି ସେ କ’ଣ ମାର୍ଗଦର୍ଶକ ହେବେ? ଏଭଳି ପ୍ରଶ୍ନ ଏବେ ଜାତୀୟ ସ୍ତରର ବିଭିନ୍ନ ମିଡିଆରେ ଚର୍ଚ୍ଚା ହେଉଛି। ଆଉ ଏ ଚର୍ଚ୍ଚା ପଛର କାରଣ ହେଉଛି ଆଉ ୨ ମାସ ପରେ ପ୍ରଧାନମନ୍ତ୍ରୀ ମୋଦୀ ୭୫ ବର୍ଷ ବୟସରେ ପାଦ ଦେବାକୁ ଯାଉଛନ୍ତି। ଅବଶ୍ୟ ୨୦୨୯ ଯାଏ ସେ ପ୍ରଧାନମନ୍ତ୍ରୀ ରହିବେ ବୋଲି ପୂର୍ବରୁ ଗୃହମନ୍ତ୍ରୀ ସ୍ପଷ୍ଟ କରିଛନ୍ତି କିନ୍ତୁ ନିକଟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସଂଘ ଚାଳକ ମୋହନ ଭାଗବତ ପୁଣିଥରେ ଏପରି ଟିପ୍ପଣୀ ଦେଇ ବିବାଦକୁ ତେଜିଛନ୍ତି। 

ବିଜେପିର ଅଭିଭାବକ କହିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ବୁଝାଏ। ଦେଶରେ ନୈତିକତା, ସଂଗଠନ ଏବଂ ରାଷ୍ଟ୍ରବାଦକୁ ପ୍ରଚାର ପ୍ରସାର କରୁଥିବା ଏହି ସଂଘ ବିଜେପିର ମାର୍ଗଦର୍ଶକ। ଅପରପକ୍ଷେ ଏକଦା ସଂଘର ସକ୍ରିୟ ପ୍ରଚାରକ ଥିବା ନରେନ୍ଦ୍ର ଦାମୋଦର ଦାସ ମୋଦୀ ହେଉଛନ୍ତି ଏବେ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ। ବିଜେପିର ପ୍ରଥମ ପ୍ରଧାନମନ୍ତ୍ରୀ ଯାହାଙ୍କ ନେତୃତ୍ୱରେ ଭାରତ ଅନେକ ସଫଳତା ଓ ଶୀର୍ଷତ୍ୱ ହାସଲ କରିଥିବା ବେଳେ ଲୋକଙ୍କ ଲଗାତାର ଆସ୍ଥା ଜିତି ଚାଲିଛନ୍ତି। ଲଗାତାର ୩ଥର ପ୍ରଧାନମନ୍ତ୍ରୀ ହୋଇ ସେ  କିର୍ତ୍ତିମାନ ସ୍ଥାପନ କରିଛନ୍ତି। ହେଲେ  ଏବେ ତାଙ୍କ ରାସ୍ତାରେ ଆସିଛି ବୟସ କଣ୍ଟା।  ଆଉ କିଛି ମାସ ପରେ ତାଙ୍କୁ ୭୫ ହେବାକୁ ଯାଉଛି। ସେପ୍ଟେମ୍ବର ୩୦, ୧୯୫୦ ମସିହାରେ ଜନ୍ମ ନରେନ୍ଦ୍ର ମୋଦୀଙ୍କୁ ଏହି ବୟସ ଛୁଇଁବ। ଆଉ ପ୍ରଥା ଓ ପରମ୍ପରାକୁ ଆଧାର କରି ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ କି? ଏ ନେଇ ଚାଲିଥିବା ଆଲୋଚନାରେ ନିଆଁ ଚେଙ୍ଗିଛନ୍ତି ସ୍ୱୟଂ ସଂଘ ମୁଖ୍ୟ ମୋହନ ଭାଗବତ। 

ନାଗପୁରଠାରେ ପୂର୍ବତନ ସଂଘ ଆଦର୍ଶବାଦୀ ମୋରପନ୍ତ ପିଙ୍ଗଳେଙ୍କ ଜୀବନୀ ଆଧାରିତ ପୁସ୍ତକ ଉନ୍ମୋଚନ କରିବା ଅବସରରେ ମୋହନ ଭାଗବତ ଯେଉଁ ବୟାନ ରଖିଛନ୍ତି ତାହା ଏ ଚର୍ଚ୍ଚାକୁ ଖୋରାକି ଯୋଗାଇଛି। ମୋହନ କହିଛନ୍ତି, ଯେତେବେଳେ ଆପଣ ୭୫ ବର୍ଷରେ ପହଞ୍ଚୁଛନ୍ତି, ଜାଣନ୍ତୁ ଆପଣଙ୍କୁ ଅଟକିବାକୁ ହେବ। ଅନ୍ୟମାନଙ୍କୁ ବାଟ ଛାଡ଼ିବାକୁ ପଡ଼ିବ। ଖାଲି ସେତିକି ନୁହେଁ ଏହା ଶ୍ରୀ ପିଙ୍ଗଳେ ମଧ୍ୟ କହିଥିବା ସେ ମନେ ପକାଇଛନ୍ତି। ମୋରପନ୍ତଙ୍କ ବକ୍ତବ୍ୟକୁ ଉଦ୍ଧାର କରି  ଶ୍ରୀ ଭାଗବତ କହିଛନ୍ତି ‘ଯଦି ଆପଣଙ୍କୁ ୭୫ ପରେ ଉପଢୌକନ ମିଳୁଛି, ଆପଣ ଜାଣନ୍ତୁ ଆପଣଙ୍କୁ ଅଟକିବାକୁ ହେବ। ଆପଣ ବୃଦ୍ଧ ହେଲେଣି। ଅନ୍ୟମାନଙ୍କୁ ଆପଣ ବାଟ ଦେଖାଇବାକୁ ପଡ଼ିବ। 

ବୟସର ଇଙ୍ଗିତରେ ଆପଣ ଏକ ଔଜଲ୍ୟମାନ ସମ୍ମାନସ୍ପଦ ବିଦାୟ ନେବାର ଆବଶ୍ୟକତା ଉପରେ ଶ୍ରୀ ଭାଗବତ ଗୁରୁତ୍ୱ ଦେଇଥିଲେ। ଭାଗବତଙ୍କ ଏହି ଇଙ୍ଗିତକୁ ଏବେ ରାଜନୀତିକ ସମୀକ୍ଷକମାନେ ମୋଦୀଙ୍କ ଆଡ଼କୁ ମୋଡ଼ୁଛନ୍ତି। ଶ୍ରୀ ମୋଦୀ ଆସନ୍ତା ସେପ୍ଟେମ୍ବର ୩୦ରେ ୭୫ରେ ପହଞ୍ଚିବେ। ସେ ଏହି ସମୟରେ କ’ଣ ପ୍ରଧାନମନ୍ତ୍ରୀ ପଦବୀରୁ ଓହରିବେ? ସେ କ’ଣ ରାଜନୀତିରୁ ସନ୍ନ୍ୟାସ ନେବେ?

ଏ ବିଷୟରେ ଆଗରୁ ବି ଚର୍ଚ୍ଚା ହୋଇଛି। ଏହା ଉପରେ ମତାମତ ରଖି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ବିଜେପି ସମ୍ବିଧାନରେ ଏପରି କିଛି ଉଲ୍ଲେଖ ନାହିଁ। କିନ୍ତୁ ପୂର୍ବ ଉଦାହରଣକୁ ଦେଖିଲେ ବରିଷ୍ଠ ନେତା ଲାଲ୍କୃରଷ୍ଠ ଆଡ୍ଭାମନୀ, ମୁରଲୀ ମନୋହର ଯୋଶୀ ପ୍ରମୁଖ ନେତାଙ୍କୁ ୭୫ ବର୍ଷରୁ ଅଧିକ କାରଣରୁ  ମାର୍ଗଦର୍ଶକ ଭାବେ ବିଜେପି ନିଯୁକ୍ତ କରିଥିଲା। ଏହା ସେତେବେଳେ ରାଜନୀତିକ ଆବଶ୍ୟକତା ହୋଇଥାଇପାରେ। କିନ୍ତୁ ଏବେ ମୋଦୀ ଏବେବି ଲୋକପ୍ରିୟ ରହିଛନ୍ତି। ୨୦୨୪ ନିର୍ବାଚନରେ ତାଙ୍କରି ନାମରେ ବିଜେପି କ୍ଷମତାକୁ ଆସିଛି।  ବିଦେଶରେ ଭାରତର ଶକ୍ତି ବଢ଼ିଛି। ପୁଣି ଏବେ ବି ମୋଦୀ ଏକଦମ୍‍ ଫିଟ୍‍ ଆଣ୍ଡ ଫାଇନ ରହିଛନ୍ତି। ଏଣୁ ଏପରି ମୁହୂର୍ତ୍ତରେ ସେ କ’ଣ ପ୍ରଧାନମନ୍ତ୍ରୀ ପଦବୀରୁ ଓହରିବାକୁ ପସନ୍ଦ କରିବେ? ଏହା ତ ସମୟ କହିବ କିନ୍ତୁ ଚର୍ଚ୍ଚା ସମୟକୁ ଅପେକ୍ଷା ନ କରିପାରେ। ଆଉ ଏ ଚର୍ଚ୍ଚା ମୋଦୀଙ୍କ ପ୍ରତିଚ୍ଛବି ସହ ବିଜେପିର ସାଂଗଠନିକ ମଜଭୁତିକୁ ମଧ୍ୟା ପ୍ରଭାବିତ କରିପାରେ।

;