ଭୂକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ ନେପିଡା ନିକଟରେ ବୋଲି କୁହାଯାଉଛି। ଗତକାଲି ମିଆଁମାରରେ ଦୁଇଥର ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାଫଳରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଅନେକ ଧନଜୀବନ ହାନୀ ହୋଇଛି । ପ୍ରଶାସନ ସଜାଗ ହୋଇ ପରିସ୍ଥିତି ଉପରେ ନଜର ରଖିଛି।
Trending Photos
Another earthquake hits myanmar: ମିଆଁମାରରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା 5.1 ଥିବା ଜଣାପଡିଛି । ଭୂକମ୍ପ ଫଳରେ ଅନେକ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଭୂକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ ନେପିଡା ନିକଟରେ ବୋଲି କୁହାଯାଉଛି। ଗତକାଲି ମିଆଁମାରରେ ଦୁଇଥର ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାଫଳରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଅନେକ ଧନଜୀବନ ହାନୀ ହୋଇଛି । ପ୍ରଶାସନ ସଜାଗ ହୋଇ ପରିସ୍ଥିତି ଉପରେ ନଜର ରଖିଛି।
ଶୁକ୍ରବାର ଦିନ ମିଆଁମାରରେ ୭.୭ ତୀବ୍ରତାର ଭୟଙ୍କର ଭୂମିକମ୍ପ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଶୁକ୍ରବାର ରାତି ୧୧:୫୬ (ସ୍ଥାନୀୟ ସମୟ) ସମୟରେ ମିଆଁମାରରେ ଭୂକମ୍ପ ତାଣ୍ଡବ ରଚିଥିଲା । ଯାହାର ତୀବ୍ରତା ଥିଲା ରିକ୍ଟର ସ୍କେଲରେ ୪.୨ । NCS ଅନୁଯାୟୀ, ସଦ୍ୟତମ ଭୂମିକମ୍ପଟି 10 କିଲୋମିଟର ଗଭୀରତାରେ ହୋଇଥିବା ସୂଚନା । ଯାହା ଫଳରେ ପରବର୍ତ୍ତୀ ଝଟକା ହେବାର ମଧ୍ୟ ସମ୍ଭାବନା ରହିଛି। ଭୂକମ୍ପ କାରଣରୁ ମିଆଁମାରର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୦୦୨ ଜଣଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି ଏବଂ ୧୬୭୦ ଜଣ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ମିଆଁମାରର ଭୂମିକମ୍ପ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ସହାୟତାର ହାତ ବଢ଼ାଇଛି ଭାରତ । ଭାରତ ପକ୍ଷରୁ ସହାୟତା ପାଇଁ ଆରମ୍ଭ ହୋଇଛି ଅପରେସନ୍ ‘ବ୍ରହ୍ମା’ । ଉଦ୍ଧାର ପାଇଁ ଭାରତରୁ ୮୦ ଜଣିଆ NDRF ଟିମ୍ ମିଆଁମାର ଗସ୍ତରେ ଯାଇଛନ୍ତି । ୧୫ ଟନ୍ର ରିଲିଫ୍ ସାମଗ୍ରୀ ମଧ୍ୟରେ ଟେଣ୍ଟ୍, ବ୍ଲାଙ୍କେଟ୍, ସ୍ଲିପିଙ୍ଗ ବ୍ୟାଗ୍, କିଟ୍ସ, ଜେନେରେଟର ବାୟୁସେନା ବିମାନରେ ପଠାଯାଇଛି ।
Also Read- Top 10 News: ୧୨ରେ ଓଡ଼ିଶା ଆସିବେ ଜେପି ନଡ୍ଡା, କଂଗ୍ରେସ ବିଧାୟକଙ୍କୁ ଅଟକାଇଲା ପୋଲିସ ଏବଂ ଅନ୍ୟ ଖବର
Also Read- Weekly Tarot Reading: ନୂଆ ସପ୍ତାହରେ ଗଜକେଶରୀ ରାଜଯୋଗ, ୩ ରାଶିକୁ ଆର୍ଥିକ ଲାଭ