Operation Sindoor : ଭାରତୀୟ ସେନାକୁ ନବୀନଙ୍କ ଅଭିନନ୍ଦନ
Advertisement
Article Detail0/zeeodisha/odisha2746283

Operation Sindoor : ଭାରତୀୟ ସେନାକୁ ନବୀନଙ୍କ ଅଭିନନ୍ଦନ

ଅପରେସନ୍‍ ସିନ୍ଦୁରରେ ଆତଙ୍କୀଙ୍କ ବିରୁଦ୍ଧରେ ହୋଇଥିବା ସଫଳ ଆକ୍ରମଣ ପାଇ: ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆଦିଲ୍ଲୀରେ ସେ କହିଛନ୍ତି ‘ ଆମର ସେନା ସଫଳତାପୂର୍ବକ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଥିବା ନେଇ ମୁଁ ସୂଚନା ପାଇଛି। ଏଥିଲାଗି ମୁଁ ସେନାବାହିନୀକୁ ହୃଦୟରୁ ଧନ୍ୟବା

Operation Sindoor : ଭାରତୀୟ ସେନାକୁ ନବୀନଙ୍କ ଅଭିନନ୍ଦନ

Operation Sindoor : ଅପରେସନ୍‍ ସିନ୍ଦୁରରେ ଆତଙ୍କୀଙ୍କ ବିରୁଦ୍ଧରେ ହୋଇଥିବା ସଫଳ ଆକ୍ରମଣ ପାଇ: ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆଦିଲ୍ଲୀରେ ସେ କହିଛନ୍ତି ‘ ଆମର ସେନା ସଫଳତାପୂର୍ବକ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଥିବା ନେଇ ମୁଁ ସୂଚନା ପାଇଛି। ଏଥିଲାଗି ମୁଁ ସେନାବାହିନୀକୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛି। ଏହାସହ ନବୀନ ନିଜ ଏକ୍ସ ହ୍ୟାଣ୍ଡଲରେ ‘ଜୟ ହିନ୍ଦ’ ବୋଲି ଉଲ୍ଲେଖ କରିଛନ୍ତି।  

 

ନବୀନ ଏବେ ଦିଲ୍ଲୀରେ ରହିଛନ୍ତି। ଆଜି ସକାଳେ ଋଷ ଦୂତାବାସ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଫଳକ ଉନ୍ମୋଚନ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ।  ଦ୍ୱତୀୟ ବିଶ୍ୱଯୁଦ୍ଧ ସମୟରେ ନାଜିବାଦ ବିରୁଦ୍ଧରେ ଋଷ ସେନାକୁ ସହାୟତା କରିଥିବାରୁ ବିଜୁ ପଟ୍ଟନାୟକଙ୍କ ସ୍ମୃତିଚାରଣ କରାଯାଇଥିଲା। 

ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ଅସୀମ ସାହସିକତା ପ୍ରଦର୍ଶନ କରି  ପ୍ରବାଦ ପୁରୁଷ ବିଜୁ  ପଟ୍ଟନାୟକ ଷ୍ଟାଲିନ ଗ୍ରାଡ଼ ଅଭିଯାନରେ ସାମିଲ ହୋଇ ଅବରୁଦ୍ଧ ଲାଲ ବାହିନୀକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଲାଲ ବାହିନୀ ର ବିଜୟ ପଥ ସୁଗମ କରିଥିଲେ। ବିଜୁବାବୁଙ୍କ ଏହି  ମହାନ ଅବଦାନ କୁ ସମ୍ମାନ ଜଣାଇ ଆଜି  ନୂଆ ଦିଲ୍ଲୀ ରୁଷ ଦୁତାବାସ ରେ ଏକ ସ୍ୱତନ୍ତ୍ର ଫଳକ ଉନ୍ମୋଚିତ ହୋଇଛି। 
ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ରୁଷ ର ରାଷ୍ଟ୍ରଦୂତ ମିଃ ଡେନିଷ ଆଲିପୋଭ  ପୂର୍ବରୁ ବିଜୁବାବୁ ଙ୍କ ସୁପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ   ନବୀନଙ୍କୁ  ସ୍ୱତନ୍ତ୍ର  ଭାବରେ ନିମନ୍ତ୍ରଣ  କରିଥିଲେ। ଏହି ନିମନ୍ତ୍ରଣ ରକ୍ଷା କରି  ନବୀନ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆସନ୍ତା ୯ ତାରିଖରେ ମଧ୍ୟ ନବୀନ ଋଷ ଦୂତାବାସରେ ଉପସ୍ଥିତ ରହିବେ। 

ଦ୍ଵିତୀୟ ବିଶ୍ୱ ଯୁଦ୍ଧ ରେ ନାଜିବାଦ ବିରୁଦ୍ଧରେ ରୁଷିଆର ବିଜୟ ଉତ୍ସବର ୮୦ତମ ବାର୍ଷିକୀ ଚଳିତ ମଇ ନଅ ତାରିଖ ଦିନ ପାଳନ କରାଯାଉଛି। ଏହି ଅବସରରେ ଆଜି ଦିଲ୍ଲୀସ୍ଥିତ ରୁଷିଆ ଦୂତାବାସରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯିବା କାର୍ଯ୍ୟକ୍ରମ କରହିଛି।   ଏଥିରେ ନବୀନ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ।

;