Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ରାଜ୍ୟରେ ପ୍ରଥମ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ
ଜ୍ୟରେ ଏବର୍ଷ ବଢୁଥିବା କରୋନା ସଂକ୍ରମଣ ଭିତରେ ଜଣଙ୍କ ମୃତ୍ୟୁ ଚର୍ଚ୍ଚାକୁ ନେଇ ବଢ଼ିଛି ଚିନ୍ତା । କୁହାଯାଉଛି, ଭୁବନେଶ୍ବରରେ ସଂପୃକ୍ତ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ ସଂପୃକ୍ତ ବ୍ୟକ୍ତି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ତେବେ ଏହି ବ୍ୟକ୍ତି ଜଣକ କୋଭିଡ୍ ସହ ବହୁବିଧ ତଥା ଜଟିଳ ରୋଗରେ ବି ଆକ୍ରାନ୍ତ ଥିଲେ । ତଥାପି ତାଙ୍କର ମୃତ୍ୟୁ କୋଭିଡ୍ ସଂକ୍ରମଣରୁ ହେଲା ନା ବହୁବିଧ ରୋଗ କାରଣରୁ ହେଲା, ସେନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା କିମ୍ବା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଉକ୍ତ ରୋଗୀଙ୍କ ବୟସ ୮୦ ବର୍ଷ ପାଖାପାଖି ହେବ । ସେ ଘରେ ରହି ଚିକିତ୍ସିତ ହେଉଥିଲେ ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର୍
ଦେଶରେ ପୁଣି ଚିନ୍ତା ବଢ଼ାଇଲାଣି କରୋନା । ୩ ହଜାର ଟପିଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଶନିବାର ସୁଦ୍ଧା ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩୯୫ ରହିଛି । ଗତ ୨୪ ଘଣ୍ଟାରେ ୬୮୫ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏଯାଏଁ ସର୍ବାଧିକ ମାମଲା କେରଳରୁ ଚିହ୍ନଟ ହୋଇଛି । କେରଳରେ ସର୍ବାଧିକ ୧୩୩୬ କୋଭିଡ୍ ମାମଲା ରିପୋର୍ଟ ହୋଇଛି । ଏହା ପରେ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ମହାରାଷ୍ଟ୍ରରେ ୪୬୭, ଦିଲ୍ଲୀରେ ୩୭୫ ଗତ ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର୍ ହୋଇଛି । ୨୪ ଘଣ୍ଟା ଭିତରେ କରୋନା ଯୋଗୁଁ ୪ ଜଣଙ୍କର ଜୀବନ ଯାଇଛି ।
ଓପିଏସ୍ସିକୁ ଭର୍ତ୍ସନା କଲେ ସୁପ୍ରିମ୍କୋର୍ଟ
୨୦୨୨ ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍ ପରୀକ୍ଷାରେ ଜଣେ ବିଚାର ବିଭାଗୀୟ ସେବା ଆଶାୟୀଙ୍କ ଉତ୍ତର ଖାତା ମୂଲ୍ୟାୟନରେ ଭୁଲ୍ ସ୍ୱୀକାର କରିବାକୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ମନା କରିଥିବାରୁ ସୁପ୍ରିମ୍କୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଓପିଏସ୍ସି ଦ୍ୱାରା ଦାୟର ଆବେଦନର ଶୁଣାଣି କରିଥିଲେ। ଓଡ଼ିଶା ହାଇକୋର୍ଟ ପ୍ରଭାବିତ ପ୍ରାର୍ଥୀଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ଓପିଏସ୍ସି ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଥିଲା। ଓପିଏସ୍ସିର ପଦକ୍ଷେପକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରି ସୁପ୍ରିମ୍କୋର୍ଟ କହିଛନ୍ତି ଯେ ପରୀକ୍ଷା ମୂଲ୍ୟାୟନରେ ଏଭଳି ତ୍ରୁଟିକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ ଏବଂ ସରକାରୀ ସଂସ୍ଥାଗୁଡ଼ିକ ଏଥିପାଇଁ ଦାୟୀ ରହିବା ଉଚିତ।
ଥାଇଲାଣ୍ଡର ଓପାଲ ସୁଚତା ଚୁଆଙ୍ଗଶ୍ରୀ ହେଲେ ମିସ୍ ଓ୍ବାର୍ଲ୍ଡ
୨୦୨୫ ମସିହାର ମିସ୍ ୱାର୍ଲ୍ଡଙ୍କ ନାମ ପ୍ରକାଶ ପାଇଛି। ଥାଇଲାଣ୍ଡର ଓପାଲ ସୁଚତା ଚୁଆଙ୍ଗଶ୍ରୀ ପ୍ରାୟ ୧୧୦ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଟାଇଟଲ ଜିତିଛନ୍ତି। ହାଇଦ୍ରାବାଦରେ ଆୟୋଜିତ ଏହି ଇଭେଣ୍ଟରେ ତାଙ୍କୁ ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧାଯାଇଥିଲା।
ଏସ୍ସିବିରେ ବନ୍ଦ ହୋଇଗଲା ଅସ୍ଥିମଜ୍ଜା ପ୍ରତିରୋପଣ ବ୍ୟବସ୍ଥା
କଟକ ବଡ଼ଡାକ୍ତରଖାନା ଅସ୍ଥିମଜ୍ଜା ପ୍ରତିରୋପଣ (ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ) ଚିକିତ୍ସା ୨ ମାସ ହେଲା ବନ୍ଦ ରହିଛି। ଏଠାରେ ମାର୍ଚ୍ଚ ୨୫ ତାରିଖରେ ଶେଷଥର ପାଇଁ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଥିଲା। ଏହା ପରଠୁ ଅସ୍ଥିମଜ୍ଜା ପ୍ରତିରୋପଣ (ବିଏମ୍ଟି) ୟୁନିଟ୍ ବନ୍ଦ ରହିଛି। ମରାମତି ଆଳ ଦେଖାଇ ଏହି ୟୁନିଟ୍କୁ ବନ୍ଦ କରିଦିଆଯାଇଛି। ଏବେ ବିଶେଷଜ୍ଞ ନ ଥିବାରୁ ଆଗକୁ ଏସ୍ସିବିରେ ଅସ୍ଥିମଜ୍ଜା ପ୍ରତିରୋପଣ ନେଇ ଅନିଶ୍ଚିତତା ଦେଖାଦେଇଛି।
ରାଜଧାନୀରେ ପୁଣି ଗୁଳି ମାଡ଼
ପୁଣି ରାଜଧାନୀରେ ଅଧରାତିରେ ଫୁଟିଲା ଗୁଳି । ପିତାପଲ୍ଲୀ ଅଞ୍ଚଳରେ ଏହି ଗୁଳିକାଣ୍ଡ ହୋଇଛି । ଜଣେ ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳିମାଡ଼ କରିଥିଲେ ହେଁ ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ସମସ୍ତ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇଛି । ତେବେ ଖୋର୍ଦ୍ଧା ଓ ନୂଆପଲ୍ଲୀ ଅଞ୍ଚଳର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ କାରଣରୁ ଏହି ଘଟି ଗୁଳି ଫୁଟିଛି । ଗୁଳିମାଡ଼ରୁ ବର୍ତ୍ତିଯାଇଥିବା ଏନେଇ ଇନ୍ଫୋଭ୍ୟାଲି ଥାନାରେ ଅଭିଯୋଗ କରିଛନ୍ତି । ଯୁବକ ଜଣକ ହେଉଛନ୍ତି ଖୋର୍ଦ୍ଧାର ଚିନ୍ମୟ ବଡ଼ଜେନା । ନୂଆପଲ୍ଲୀ ଅଞ୍ଚଳର କୁଖ୍ୟାତ ରାଜେଶ ଦାସ ଗୁଳି କରିଛି ବୋଲି ଚିନ୍ମୟ ଅଭିଯୋଗ କରିଛନ୍ତି । ରାଜେଶ ଦାସ ନୟାପଲ୍ଲି ଅଞ୍ଚଳର । ପୂର୍ବରୁ ତା ନାଁ ରେ ଥାନାରେ ମାମଲା ରହିଥିବା ଜଣାଯାଇଛି ।
ବ୍ରହ୍ମ ମୂହୁର୍ତ୍ତରେ ସମ୍ପନ୍ନ ହେଲା ଶିବ-ପାର୍ବତୀଙ୍କ ବିବାହ
ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ ମହା ଆଡମ୍ବରରେ ଦେବ ଦମ୍ପତି ବିବାହ ସମ୍ପନ୍ନ ହୋଇଛି । ବ୍ରହ୍ମ ମୂହୁର୍ତ୍ତରେ ଦେବ ଦମ୍ପତି ମହାଦେବ ଓ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି । ବେଲପତ୍ର ଓ ପଦ୍ମଫୁଲରେ ହୋଇଛି ହସ୍ତବନ୍ଧନ। ଶୋଭାଯାତ୍ରାରେ ବିଭିନ୍ନ ଯାତ୍ରା କମିଟିର ମହାଦେବ ପାର୍ବତୀଙ୍କ ବାପଘରେ ପହଞ୍ଚିବା ପରେ ବିଧି ଅନୁସାରେ ସମ୍ପନ୍ନ ହୋଇଛି । ବ୍ରହ୍ମ ମୂହୁର୍ତ୍ତରେ ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ବର ବାବା, ଝାଡୁଆପଡାର ଲୋକନାଥ ବାବା, ମୋଦିପଡାର ଜାଗେଶ୍ବର ବାବାଙ୍କ ସମେତ ସବୁ କମିଟିର ବିବାହ କାର୍ଯ୍ୟ ଜାରି ରହିଛି ।
ଅରୁଣାଚଳ ପ୍ରଦେଶରେ ବର୍ଷା ବିତ୍ପାତ
ଗତ କିଛି ଦିନ ଧରି ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ବନ୍ୟା ଆସିଛି। ଏହା ସହିତ ଭୂସ୍ଖଳନ ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଶନିବାର ଦିନ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ପୋଲିସ କହିଛି ଯେ ଶୁକ୍ରବାର ବିଳମ୍ବିତ ରାତିରେ ପୂର୍ବ କାମେଙ୍ଗ ଜିଲ୍ଲାର ଜାତୀୟ ରାଜପଥ ୧୩ ର ବାନା-ସେପ୍ପା ସେକ୍ସନରେ ଭୂସ୍ଖଳନ ଯୋଗୁଁ ଏକ ଗାଡ଼ି ରାସ୍ତାରୁ ଭାସିଯିବାରୁ ଦୁଇଟି ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଛି।
ଖସିଛି ଭାରତୀୟ ଫାଇଟର ବିମାନ
ଭାରତର ପ୍ରତିରକ୍ଷା ମୁଖ୍ୟ (CDS) ଜେନେରାଲ୍ ଅନିଲ ଚୌହାନ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ସହିତ ସାମରିକ ସଂଘର୍ଷରେ ଭାରତ ଯୁଦ୍ଧ ବିମାନ ହରାଇଛି। ତଥାପି ସେ ସ୍ପଷ୍ଟ କରିନାହାଁନ୍ତି ଯେ କେତେ ବିମାନ ହରାଇଛି। ଜେନେରାଲ୍ ଚୌହାନ ପାକିସ୍ତାନର ସେହି ଦାବିକୁ "ସମ୍ପୂର୍ଣ୍ଣ ଭୁଲ" କହିଛନ୍ତି ଯେଉଁଥିରେ ସେ ଛଅଟି ଭାରତୀୟ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଥିବା କହିଥିଲା।
ଲାଲୁଙ୍କୁ ଲାଗିଲା ଝଟକା
ଦିଲ୍ଲୀ ହାଇକୋର୍ଟରୁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ବଡ଼ ଝଟକା ଲାଗିଛି। 'ଜବ ଫର୍ ଲ୍ୟାଣ୍ଡ' ଦୁର୍ନୀତି ମାମଲାରେ ଟ୍ରାଏଲ୍ କୋର୍ଟର କାର୍ଯ୍ୟଧାରା ବନ୍ଦ କରିବା ପାଇଁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। କହିରଖୁଛୁ ଯେ ନିମ୍ନ ଅଦାଲତରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦଙ୍କ ବିରୋଧରେ ଅଭିଯୋଗର ଶୁଣାଣି ଜୁନ୍ ୨ ତାରିଖରେ ହେବ।
ସୀମାବର୍ତ୍ତି ରାଜ୍ୟରେ ମକଡ୍ରିଲ
ଭାରତ ଅପରେସନ୍ ସିଲ୍ଡ ଅଧୀନରେ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକରେ ଏକ ମକ୍ ଡ୍ରିଲ୍ କରିଛି। ଏଥିପାଇଁ ପ୍ରସ୍ତୁତି ଅନେକ ଦିନ ଧରି କରାଯାଉଥିଲା। ଏହି ମକ୍ ଡ୍ରିଲ୍ ମାଧ୍ୟମରେ କେବଳ ଲୋକଙ୍କୁ ସଚେତନ କରାଯାଇନଥିଲା ବରଂ ଯୁଦ୍ଧ ସମୟରେ କିପରି ସତର୍କ ରହିବେ ସେ ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା। ରବିବାର ଦିନ ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ହରିୟାଣା ଏବଂ ଚଣ୍ଡିଗଡ଼ରେ ଅପରେସନ୍ ସିଲ୍ଡ ଅଧୀନରେ ମକ୍ ଡ୍ରିଲ୍ କରାଯାଇଛି।