Top 10 News: ଆସନ୍ତାକାଲିଠାରୁ ଚାଲିବ ଘରୋଇ ବସ୍, ୧୪ ଜୁଲାଇରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ପଢ଼ନ୍ତୁ ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2836303

Top 10 News: ଆସନ୍ତାକାଲିଠାରୁ ଚାଲିବ ଘରୋଇ ବସ୍, ୧୪ ଜୁଲାଇରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ପଢ଼ନ୍ତୁ ୧୦ ବଡ଼ ଖବର

Top 10 News Headlines: ଆସନ୍ତାକାଲିଠାରୁ ସମସ୍ତ ଘରୋଇ ବସ୍ ରାସ୍ତାରେ ଚାଲିବାକୁ ଯାଉଥିବାରୁ ଓଡ଼ିଶାର ଯାତ୍ରୀମାନେ ଶେଷରେ ଆଶ୍ୱସ୍ତି ପାଇପାରିବେ। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 11 July 2025
Top 10 News Headlines 11 July 2025

Top 10 News Headlines 11 July 2025: Private buses to resume services: ଆସନ୍ତାକାଲିଠାରୁ ସମସ୍ତ ଘରୋଇ ବସ୍ ରାସ୍ତାରେ ଚାଲିବାକୁ ଯାଉଥିବାରୁ ଓଡ଼ିଶାର ଯାତ୍ରୀମାନେ ଶେଷରେ ଆଶ୍ୱସ୍ତି ପାଇପାରିବେ। ଶୁକ୍ରବାର ଦିନ ପୁରୀରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ଘୋଷଣା କରିଛି।

CM Grievance Cell To Remain Closed On July 14: ୧୪ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ଏକ ସରକାରୀ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱରର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ୧୪ ଜୁଲାଇରେ ବନ୍ଦ ରହିବ। ପରବର୍ତ୍ତୀ ଶୁଣାଣିର ତାରିଖ ଖବରକାଗଜ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ମାଧ୍ୟମରେ ଘୋଷଣା କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Congress Samvidhan Bachao Samavesh: ଆଜି ସମ୍ବିଧାନ ବଞ୍ଚାଅ ସମାବେଶରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁ ଗାନ୍ଧି ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି। ରାଜ୍ୟ ସରକାରଙ୍କୁ ଆଦାନୀଙ୍କ ସରକାର ବୋଲି ଅଭିହିତ କରିବା ସହ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି ବୋଲି କହିଛନ୍ତି।  ସେ କହିଛନ୍ତି ରାଜ୍ୟରେ ପ୍ରତିଦିନ ୧୫ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି। 

Keonjhar GPTA Gets 3-Yr RI in DA Case: ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପୂର୍ବତନ ଗ୍ରାମ ପଞ୍ଚାୟତ ବୈଷୟିକ ସହାୟକ ମିତ୍ରଜିତ ବାରିକ। ଆୟ ବହିଃଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି। ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୧୯୮୮ ର ପିସି ଆଇନର ୧୩(୨) r/w ୧୩(୧)(e) ଅନ୍ତର୍ଗତ ଏକ ମାମଲାରେ ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ରେଡ୍ କରାଯାଇଥିଲା। ତାଙ୍କୁ କେଉଁଝର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ସହ ୩୦,୦୦୦/- ଟଙ୍କା ଜରିମାନା ଦଣ୍ଡିତ କରିଛନ୍ତି।

Eight Drivers arrested: ଓଡ଼ିଶା ଡ୍ରାଇଭର ମହାସଂଘ ଦ୍ୱାରା ଡାକରା ଦିଆଯାଇଥିବା "ଷ୍ଟିଅରିଂ ଛାଡ଼" ଆନ୍ଦୋଳନ ମଧ୍ୟରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ଉପରେ ଆକ୍ରମଣ ଆଠ ଜଣ ଡ୍ରାଇଭରଙ୍କୁ ଶୁକ୍ରବାର ଦିନ ପୋଲିସ୍ ଗିରଫ କରିଛି। ଖବର ଅନୁସାରେ ଗୁରୁବାର ଦିନ ପୁଇଁତଳା ଥାନା ଭାଲେର ଗାଁର ୨୭ ବର୍ଷୀୟ ଡ୍ରାଇଭର ମନୋଜ ବଗର୍ତ୍ତି ସୋନପୁର ଜିଲ୍ଲାର ଶରଧାପାଲି ଇଥାନଲ ପ୍ଳାଣ୍ଟରୁ ଏକ ଟ୍ରକ୍ ଚଲାଇ ବଲାଙ୍ଗୀର ଅଭିମୁଖେ ଆସୁଥିବାବେଳେ ତାଙ୍କୁ ଆନ୍ଦୋଳନରତ ଡ୍ରାଇଭରମାନେ ଆକ୍ରମଣ କରିଥିଲେ।

CM Mohan Majhi Meets Defence Minister: ନୂଆଦିଲ୍ଲୀ ଗସ୍ତରେ ଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ସାକ୍ଷାତ ସମୟରେ ଦୁଇ ନେତା ଭାରତର ପ୍ରତିରକ୍ଷା ପ୍ରସ୍ତୁତି, ଓଡ଼ିଶା ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ଏବଂ ଏହାର ଦୀର୍ଘକାଳୀନ ରଣନୈତିକ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

Cuttack–Nergundi Rail Project to Improve Railway: ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ରେଳ ମନ୍ତ୍ରଣାଳୟ କଟକ-ନିର୍ଗୁଣ୍ଡି ଚତୁର୍ଥ ରେଳ ଲାଇନ (୧୫.୯୯ କିଲୋମିଟର) ଏବଂ ନିର୍ଗୁଣ୍ଡିରେ ଏକ ରେଳ ଫ୍ଲାଏଓଭରକୁ ମଞ୍ଜୁରୀ ଦେଇଛି।

Couple Forced To Plough Like Oxen: ରାୟଗଡ଼ା ଜିଲ୍ଲାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାମାଜିକ ପରମ୍ପରା ବିରୁଦ୍ଧରେ ବିବାହ କରିବାରୁ ଗାଁ ଲୋକେ ଏକ ଯୁବ ଦମ୍ପତିଙ୍କୁ ଅମାନବୀୟ ଦଣ୍ଡ ଦେଇଛନ୍ତି। ଏହି ଘଟଣାଟି କଲ୍ୟାଣସିଂପୁର ବ୍ଲକର ସିକରପାଇ ପଞ୍ଚାୟତ ଅନ୍ତର୍ଗତ କଂଜମଯୋଡି  ଗାଁରେ ଘଟିଛି।

Earthquake In Delhi: ଭୂମିକମ୍ପ ଝଟକାରେ ପୁଣିଥରେ ଦିଲ୍ଲୀ-ଏନସିଆର ଥରି ଉଠିଛି। ଏହି ଝଟକା ଦିଲ୍ଲୀ, ଗୁଡ଼ଗାଓଁ, ନୋଏଡା ଓ ହରିୟାଣାରେ ମଧ୍ୟ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୭ ମାପ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ହରିୟାଣାର ଝଜ୍ଜରରେ ବୋଲି କୁହାଯାଉଛି।

India vs England 3rd test: ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ଖେଳାଯାଉଥିବା ତୃତୀୟ ମ୍ୟାଚ୍‌ରେ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୩୮୭ ରନ୍ କରିଛି। ଜବାବରେ ଭାରତ ଦୁଇଟି ୱିକେଟ୍ ହରାଇଛି। ଯଶସ୍ୱୀ ଜୟସ୍ୱାଲ ୮ ବଲ୍‌ରେ ୧୩ ରନ୍ କରି ଆଉଟ୍ ହୋଇଥିଲେ ଏବଂ କରୁଣ ନାୟାର ୬୨ ବଲ୍‌ରେ ୪୦ ରନ୍ କରି ଆଉଟ୍ ହୋଇଥିଲେ। କ୍ରିଜ୍‌ରେ କେଏଲ୍ ରାହୁଲ ଏବଂ ଶୁବମନ ଗିଲ୍ ଉପସ୍ଥିତ ଅଛନ୍ତି।

;