୨୪ କ୍ୟାରେଟ୍ ସୁନା ୯୯.୯ ପ୍ରତିଶତ ଶୁଦ୍ଧ ଏବଂ ୨୨ କ୍ୟାରେଟ୍ ପ୍ରାୟ ୯୧ ପ୍ରତିଶତ ଶୁଦ୍ଧ ଅଟେ। ୨୨ କ୍ୟାରେଟ୍ ସୁନାରେ ତମ୍ବା, ରୂପା, ଜିଙ୍କ ପରି ୯ ପ୍ରତିଶତ ଅନ୍ୟ ଧାତୁ ମିଶ୍ରଣ କରି ଅଳଙ୍କାର ପ୍ରସ୍ତୁତ ହୋଇଥାଏ। ୧୪ କ୍ୟାରେଟ ସୁନା ଅତ୍ୟନ୍ତ ନମନୀୟ ହୋଇଥିବାବେଳେ ଏହାକୁ ଅଳଙ୍କାରରେ ତିଆରି କରାଯାଇପାରିବ ନାହିଁ। ସେଥିପାଇଁ ଅଧିକାଂଶ ଦୋକାନୀମାନେ ୨୨ କ୍ୟାରେଟରେ ସୁନା ବିକ୍ରି କରନ୍ତି।
Gold And Silver Price Today: ମଇ ମାସରେ ସୁନା ମୂଲ୍ୟରେ ଅସ୍ଥିରତା ଦେଖିବାକୁ ମିଳିଛି। ତେବେ ମାସ ଶେଷ ସପ୍ତାହ ଆମ୍ଭରୁ ସୁନାଦରକୁ ନେଇ ଖୁସି ଖବର ମିଳିଛି। ସପ୍ତାହ ଆରମ୍ଭରୁ ସୁନାଦର ଭରିପିଛା ମୂଲ୍ୟରେ ବୃହତ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି। ଆଜି ୨୬ ମଇ ୨୦୨୫ ସୋମବାର ଉଭୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟରେ ଦରରେ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି। ସେପଟେ ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ ସୁନା ଭରି ପିଛା ମୂଲ୍ୟ ୬୦ ହଜାର ଡେଇଁଛି।
ବୁଲିଅନ ବଜାର ଶୁକ୍ରବାର ଦର ଅନୁଯାୟୀ ୧୪ କ୍ୟାରେଟ ସୁନା ଭରି ପିଛା ୬୧୫୨୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ୧୮ କ୍ୟାରେଟ ସୁନା ଭରି ପିଛା ୭୭୨୬୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଭରି ପିଛା ୯୩୦୯୦ ଟଙ୍କାରେ ବ୍ୟବସାୟ କରିଛି।
୨୦ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ଆଜି ୮୪୮୯୦ ରହିଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୯୫୩୮୦ ଟଙ୍କାରେ ସୁନା ବଜାରରେ ବ୍ୟବସାୟ କରିଥିବା ଦେଖିବାକୁ ମିଳିଥିଲା।
Gold And Silver Price Today: ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ସୋମବାର ଉଭୟ ୨୨ ଓ ୨୪ କ୍ୟାରେଟ ଭରିପିଛା ମୂଲ୍ୟରେ ହ୍ରାସ ରହିଛି।
୨୨ କ୍ୟାରେଟ ସୁନାର ଭରି ପିଛା ୪୦୦ ଟଙ୍କା ହ୍ରାସ ପାଇ ୮୯୫୦୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି।
ସେହିପରି ୨୪ କ୍ୟାରେଟ ସୁନା ଭରିପିଛା ୪୪୦ ଟଙ୍କା ହ୍ରାସ ପାଇ ୯୭୬୪୦୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି।
ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଭରି ପିଛା ୮୯୫୦୦ ଟଙ୍କାରେ କାରବାର କରୁଥିବା ବେଳେ ୨୪ କ୍ୟାରେଟ ଭରି ପିଛା ସୁନା ୯୭୬୪୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ତେବେ ସୁନା କିଣିବା ପୂର୍ବରୁ ମୂଲ୍ୟ ଯାଞ୍ଚ କରି ଆପଣ ସୁନା କିଣିପାରିବେ।
ट्रेन्डिंग फोटोज़