Viral Video: ନୂଆ ନୂଆ ଗୀତରେ ଅନେକ ସମୟରେ ରିଲ୍ ବନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି ଅଭିନେତ୍ରୀ ଜ୍ୟୋତି ମହାନ୍ତି । ନିଜର ନିଆରା ଅନ୍ଦାଜ ନୃତ୍ୟ କାରଣରୁ ଜ୍ୟୋତିଙ୍କ ରିଲ୍ ଖୁବ୍ ଭାଇରାଲ୍ ହୋଇଥାଏ । ଧିରେ ଧିରେ ଜ୍ୟୋତିଙ୍କ ଫଲୋଅର୍ସଙ୍କ ସଂଖ୍ୟା ବଢିବାରେ ଲାଗିଛି । ୩୦ରୁ ଅଧିକ ମ୍ୟୁଜିକ୍ ଭିଡିଓରେ ମଧ୍ୟ ଜ୍ୟୋତି କାମ କରିସାରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଜ୍ୟୋତି ୨୦୧୭ ମସିହାରେ ମିସ୍ ରାଉରକେଲା ବିଜୟ ମୁକୁଟ ପିନ୍ଧିବାରେ ସଫଳ ହୋଇଥିଲେ । ପିଲାଟି ଦିନରୁ ନୃତ୍ୟ ପ୍ରତି ତାଙ୍କର ବିଶେଷ ଆକର୍ଷଣ ରହିଛି ।