Viral Video: ସଙ୍ଗୀତପ୍ରେମୀଙ୍କ ନିକଟରେ ଅତି ପରିଚିତ କଣ୍ଠଶିଳ୍ପୀ ହେଉଛନ୍ତି ସ୍ୱୟମ ପାଢୀ ଏବଂ ଅନ୍ତରା ଚକ୍ରବର୍ତ୍ତୀ । ଉଭୟଙ୍କ ଅନେକ ଗୀତ ହିଟ୍ ହୋଇଛି । ପ୍ରଶଂସକମାନେ ମଧ୍ୟ ଏହି ଯୋଡିଙ୍କୁ ଖୁବ ପ୍ରଶଂସା କରିଥାନ୍ତି । ତେବେ ନିକଟରେ ପାଟେଣି ଖାସି ପରେ ଆଉ ଏକ ଗୀତ 'ପ୍ରେମର ଇସାରା' ଟ୍ରେଣ୍ଡିଂରେ ଆସିଛି । ଗୀତଟିର ନିର୍ଦ୍ଦେଶନା ଦେଇଛନ୍ତି ବିରଜା ପ୍ରସାଦ । ଶୋଭା ମ୍ୟୁଜିକ୍ ଓଡ଼ିଆ ୟୁଟୁବ ଚ୍ୟାନେଲରେ ଗୀତଟି ରିଲିଜ୍ ହୋଇଛି । ତେବେ ଖୁସିର କଥା ଏହା ଯେ, ଗୀତ ସୋସିଆଲ ମିଡିଆରେ ରିଲିଜ୍ ହେବାର କିଛି ସମୟ ମଧ୍ୟରେ ଅନେକ ଗୁଡିଏ ରିଲ୍ସ ପ୍ରସ୍ତୁତ ହୋଇଛି । ଗୀତଟି ଲୋକଙ୍କ ହୃଦୟକୁ ଛୁଇଁଥିବାରୁ ଏହା ଏକ ବଡ଼଼ ହିଟ୍ ହେବ ବୋଲି ଆଶା କରାଯାଉଛି । ସ୍ୱୟମ ଏବଂ ଅନ୍ତରା ଗୀତଟିରେ କରିଥିବା ରିଲ୍ସ ଖୁବ ଭାଇରାଲ୍ ହେବାରେ ଲାଗିଛି ।