Viral Video: ଓଡ଼ିଆ ଧାରାବାହିକ ଦୁନିଆରେ ସୁମନଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ନିଜ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅତିଆର କରିଛନ୍ତି । ଅଭିନୟ ବ୍ୟତୀତ ସୁମନ ଅନେକ ସମୟରେ ସୋସିଆଲ ମିଡିଆରେ ରିଲ୍ସ ମଧ୍ୟ ବନାନ୍ତି । ନିକଟରେ ଶ୍ରାବଣୀ ନାୟକଙ୍କ ସହ ସୁମନ ଏହି ରିଲ୍ସଟି ସୁଟ୍ କରିଥିଲେ । ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି ।