Viral Video: କେବଳ ଟିଭି କିମ୍ୱା ସିନେମା ପରଦା ନୁହେଁ ବରଂ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି ଅଭିନେତା ଶ୍ରୀତମ ଦାସ । ନିଜ ଫ୍ୟାନ୍ସଙ୍କ ଏବଂ ସହକଳାକାରଙ୍କ ବ୍ୟତୀତ ଶ୍ରୀତମ ପରିବାର ସଦସ୍ୟଙ୍କ ସହ ମଧ୍ୟ ରିଲ୍ ବନାନ୍ତି । ନିଜ ଝିଅ ଏବଂ ପତ୍ନୀଙ୍କ ସହ ସୋସିଆଲ ମିଡିଆରେ ଅନେକ ଭିଡିଓ ରହିଛି । ନିକଟରେ ପତ୍ନୀଙ୍କ ସହ ସୁଟ୍ କରିଥିବା ଏହି ରିଲ୍ ଖୁବ ଭାଇରାଲ୍ ହେବାରେ ଲାଗିଛି ।