CCTV Video Viral: ସିସିଟିଭିରେ କଏଦ ହେଲା ସ୍କୁଟି ଚୋରିର ଦୃଶ୍ୟ। ବ୍ୟାଙ୍କ ପରିସର ମଧ୍ୟରୁ ସ୍କୁଟି ଚୋରୀ। ସିସିଟିଭି ରେ କଏଦ ହୋଇଛି ଏହି ଚୋରୀର ଦୃଶ୍ୟ। ସୂଚନାନୁଯାୟୀ ପାରାଦୀପ ବ୍ୟାଙ୍କ ଲାଇନ୍ ରେ ଥିବା ୟୁନିୟନ୍ ବ୍ୟାଙ୍କ ପରିସର ମଧ୍ୟରୁ ବ୍ୟାଙ୍କ କର୍ମଚାରୀ ଙ୍କ ସ୍କୁଟି ଚୋରୀ ହୋଇଥିବା ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ସ୍କୁଟି ଚୋରୀ କରୁଥିବା ଦୁର୍ବୁତ ଜଣଙ୍କ ବ୍ୟାଙ୍କ ନିକଟରେ କିଛି ସମୟ ଚଳପ୍ରଚଳ ହେବା ସହିତ ଗାଡି ର ଡିକି ଖୋଲି ଦେଖୁଛି ଓ ପରେ ସ୍କୁଟି ଗାଡିଟି କୁ ଆରାମ ରେ ନେଇ ସେଠାରୁ ଫେରାର ହୋଇଯାଉଛି। ଯାହାକି ଏହି ଦୃଶ୍ୟ ସିସିଟିଭି ରେ କଏଦ ହୋଇଥିବା ବେଳେ ଦୁର୍ବୁତ ଜଣଙ୍କ ଚୋରୀ କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି।