Delhi Viral CCTV Video: ଦିଲ୍ଲୀ ପୋଲିସର ଏକ କନଷ୍ଟେବଳ ନାଙ୍ଗଲୋଇ ଅଞ୍ଚଳରେ ଏକ କାର ଦ୍ୱାରା ଚାପି ମାରି ଦିଆଯାଇଛି। ରବିବାର ଦିନ ସକାଳେ ଏହି ଘଟଣା ଘଟିଥିଲା ଓ ପୀଡିତା ଜଣକ ନାଙ୍ଗଲୋଇ ପୋଲିସ ଷ୍ଟେସନରେ ପୋଷ୍ଟ ହୋଇଥିବା ସନ୍ଦୀପ ବୋଲି ଜଣାପଡିଛି। ସନ୍ଦୀପ ସାଦା ପୋଷାକରେ ଏହି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ଘଟଣାର ଏକ ଭୟଙ୍କର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ତାଙ୍କୁ କାର ଦ୍ୱାରା କିଛି ଦୂରରେ ଟାଣି ନିଆଯାଇଥିବା ଦେଖିବାକୁ ମଧ୍ୟ ମିଳିଛି।