Odisha Rain Updates: ଭୁବନେଶ୍ବର: ଜୁଲାଇ ୬ରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଛତିଶଗଡ଼ରେ ବର୍ଷା ବଢ଼ିବ । ସମ୍ଭାବ୍ୟ ଲଘୁଚାପ ଯୋଗୁଁ ମହାନଦୀ ଓ ବ୍ରାହ୍ମଣୀ ବେସିନରେ ବର୍ଷା ହେବ। ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ହେଲେ ମହାନଦୀ ଫୁଲିବାର ସମ୍ଭାବନା ଅଛି ।
Odisha Rain Updates: ଭୁବନେଶ୍ବର: ଜୁଲାଇ ୬ରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଛତିଶଗଡ଼ରେ ବର୍ଷା ବଢ଼ିବ । ସମ୍ଭାବ୍ୟ ଲଘୁଚାପ ଯୋଗୁଁ ମହାନଦୀ ଓ ବ୍ରାହ୍ମଣୀ ବେସିନରେ ବର୍ଷା ହେବ। ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ହେଲେ ମହାନଦୀ ଫୁଲିବାର ସମ୍ଭାବନା ଅଛି । ହୀରାକୁଦରେ ଏବେ ୬୦୦ ଫୁଟ୍ ପାଖାପାଖି ପାଣି ରହିଛି । ତେଣୁ ଛତିଶଗଡ଼ ପାଣି ଛାଡ଼ିଲେ ହୀରାକୁଦ ଦେଇ ତଳମୁଣ୍ଡରେ ଜଳସ୍ତର ବଢ଼ିବା ସହ ବନ୍ୟା ଆସିବାର ଆଶଙ୍କା ରହିଛି । ଏହାସହିତ ବ୍ରାହ୍ମଣୀ ନଦୀରେ ମଧ୍ୟ ବନ୍ୟା ହେବାର ଆଶଙ୍କା କରାଯାଉଛି ।
ସେପଟେ ସକ୍ରିୟ ରହିଥିବା ଲଘୁଚାପ ଏବେ ଝାଡ଼ଖଣ୍ଡ ମୁହାଁ ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲି ସକାଳ ଯାଏ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ଏହାପରେ ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତା ସହିତ ସମୁଦ୍ର ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।
ସୂଚନାଯୋଗ୍ୟ ଯେ, ୩ ଜୁଲାଇରୁ ବର୍ଷା କମିବ । ଜୁନରେ ରାଜ୍ୟରେ ୧୭ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ ହୋଇଛି । ୧୨ ଜିଲ୍ଲାରେ ସ୍ଵାଭାବିକଠାରୁ ଅଧିକ ବର୍ଷା ହୋଇଛି । ତେବେ ଆଉ ଏକ ଲଘୁଚାପ ଆସିଲେ ଓ ମହାନଦୀରେ ବନ୍ୟା ହେଲେ ଏହାର ମୁକାବିଲା କରିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।
ବନ୍ୟା ନିୟନ୍ତ୍ରଣ କକ୍ଷର ସନ୍ଧ୍ୟା ୬ଟାବେଳର ତଥ୍ୟ ଅନୁସାରେ ସୁବର୍ଣ୍ଣରେଖା ଜଳସ୍ତର ଜାମଶୋଳାରେ ୪୯.୬୦ ମିଟର ଥିଲା । ଏହା ବିପଦ ସଙ୍କେତ (୪୯.୧୬ ମିଟର) ଠାରୁ ଉପରେ ଥିଲେ ମଧ୍ୟ ଜଳସ୍ତର ଖସୁଛି ।
ରାଜଘାଟରେ ଜଳସ୍ତର ୧୦.୪୦ ମିଟର ଥିଲା । ଏହା ବିପଦ ସଙ୍କେତ ୧୦.୩୬ ମିଟରଠାରୁ ସାମାନ୍ୟ ଅଧିକ ଥିଲେ ମଧ୍ୟ ଜଳସ୍ତର କମିବାରେ ଲାଗିଛି ।
ଜଳକା ଜଳସ୍ତର ବିପଦ ସଙ୍କେତରୁ ଖସି ୬.୪୭ ମିଟରରେ ପହଞ୍ଚିଥିବାବେଳେ କ୍ରମଶଃ ହ୍ରାସ ପାଉଛି । ବ୍ରାହ୍ମଣୀ ଜେନାପୁରରେ ୧୯.୨୨ ମିଟରରେ ପ୍ରବାହିତ ହେଉଥିବାବେଳେ ଜଳସ୍ତର ସାମାନ୍ୟ ବଢ଼ିଛି । ବୈତରଣୀ ଆଖୁଆପଦାରେ ୧୮.୧୧ ମିଟରରେ ପ୍ରବାହିତ ହେଉଥିବାବେଳେ ଜଳସ୍ତର ହ୍ରାସ ପାଉଛି ।
ट्रेन्डिंग फोटोज़