Weather Updates: କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି
Advertisement
Article Detail0/zeeodisha/odisha2691847

Weather Updates: କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ବଢିବ ତାତି। ମଙ୍ଗଳବାର ଠାରୁ ତାପମାତ୍ରାରେ ବୃଦ୍ଧି ଘଟିବ। ସୋମବାର ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।  ସେପଟେ ରବିବାର କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଛତ୍ରପୁରରେ ସର୍ବାଧିକ ୭୧ ମିମି ବର୍ଷା ହୋଇଛି। କେବ

Weather Updates: କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି

Weather Updates: ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ବଢିବ ତାତି। ମଙ୍ଗଳବାର ଠାରୁ ତାପମାତ୍ରାରେ ବୃଦ୍ଧି ଘଟିବ। ସୋମବାର ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।  ସେପଟେ ରବିବାର କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଛତ୍ରପୁରରେ ସର୍ବାଧିକ ୭୧ ମିମି ବର୍ଷା ହୋଇଛି। କେବଳ ମାଲକାନଗିରିକୁ ଛାଡିଦେଲେ ବାକି ସବୁ ଅଞ୍ଚଳରେ ବର୍ଷା ହୋଇଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। 

ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ବି ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍‌ସିଂହପୁରରେ ବର୍ଷା ହୋଇପାରେ। ଆସନ୍ତା ମଙ୍ଗଳବାରଠାରୁ ତାତି କ୍ରମଶଃ ଉପରମୁହାଁ ହେବ। ୪ରୁ ୫ ଦିନରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରାତି ତାପମାତ୍ରା ବି ୨ରୁ ୩ ଡିଗ୍ରୀ ବଢ଼ିଯିବ।

ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ୭୧.୨ ମିମି ବର୍ଷା ହୋଇଛି। ନୟାଗଡ଼ରେ ୨୮.୨, କଟକରେ ୨୮, ଭଦ୍ରକରେ ୨୩, ଗୋପାଳପୁରରେ ୧୬.୫, ଚାନ୍ଦବାଲିରେ ୧୬.୬, କେନ୍ଦ୍ରାପଡ଼ାରେ ୧୬.୪, ବୌଦ୍ଧରେ ୧୬, ଭୁବନେଶ୍ୱରରେ ୧୨.୨, ତାଳଚେରରେ ୧୨, ଖୋର୍ଦ୍ଧାରେ ୧୧ ଓ ଦେବଗଡ଼ରେ ୧୦.୨ମିମି ବର୍ଷା ରେକର୍ଡ ହୋଇଛି। ଆଜି ସକାଳରୁ ସନ୍ଧ୍ୟା ଭିତରେ ଅନୁଗୁଳ ଓ ତାଳଚେରରେ କାଁ ଭାଁ ବର୍ଷା ହୋଇଛି।

ରବିବାର ମାଲକାନଗିରିରେ ଦିନ ତାପମାତ୍ରା ସବୁଠୁ ଅଧିକ ୩୭.୩ ଡିଗ୍ରୀ ଥିଲା । ଗତକାଲି ତୁଳନାରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ସାମାନ୍ୟ ବଢ଼ିଛି। ନବରଙ୍ଗପୁରରେ ୩୫.୫ ଭବାନୀପାଟଣାରେ ୩୫, କୋରାପୁଟରେ ୩୪.୮, ବଲାଙ୍ଗୀର ଓ ଝାରସୁଗୁଡ଼ାରେ ୩୪ ଏବଂ ଖୋର୍ଦ୍ଧାରେ ୩୩ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ଆଗକୁ ତାତି ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

;