June Grah Gochar 2025: ଶୁକ୍ର ଏବଂ ଚନ୍ଦ୍ରଙ୍କ ଚଳନ ୪ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଚନ୍ଦ୍ର ତୁଳା ରାଶିରେ ଚଳନ କରିବେ ଯାହାର ଆରାଧ୍ୟ ହେଉଛନ୍ତି ଶୁକ୍ର। ଏହି ଚଳନର ବିଶେଷ ସଂଯୋଗରୁ ବୃଷ, ତୁଳା, ମିଥୁନ ଏବଂ କନ୍ୟା ରାଶିର ଲୋକ କିପରି ଲାଭଦାୟକ ପ୍ରମାଣିତ ହେବ ଆସନ୍ତୁ ଜାଣିବା ।
ଶୁକ୍ର ଏବଂ ଚନ୍ଦ୍ରଙ୍କ ପ୍ରଭାବରୁ କେଉଁ ୪ଟି ରାଶିର ବ୍ୟକ୍ତିବିଶେଷଙ୍କୁ କେଉଁ କ୍ଷେତ୍ରରେ ଶୁଭଫଳ ମିଳିବ ତାହା ନିମ୍ନରେ ଦିଆଯାଇଛି
ବୃଷ ରାଶି
ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ତୁଳା ରାଶିରେ ଚନ୍ଦ୍ରଙ୍କ ଚଳନ ଆପଣଙ୍କୁ ସକାରାତ୍ମକ ଫଳାଫଳ ଦେବ। ଆପଣ ଆର୍ଥିକ ଲାଭ ସହ କ୍ୟାରିୟରରେ ସଫଳତା ହାସଲ କରିବେ । ପାରିବାରିକ ସମ୍ପର୍କରେ ଉନ୍ନତି ହେବ ।
ତୁଳା ରାଶି
ଆପଣଙ୍କ ପାଇଁ ଏହି ସମୟ ମାନସିକ ଶାନ୍ତି ଆଣିଦେବ । ନିଜ ମଧ୍ୟରେ ସନ୍ତୁଳନ ବଜାୟ ରଖିବାରେ ସଫଳ ହେବେ । ଆପଣଙ୍କ ରାଶିରେ ଚନ୍ଦ୍ରଙ୍କ ଚଳନ ଶୁଭ ସଙ୍କେତ। ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ସନ୍ତୁଳନ ବଜାୟ ରଖିପାରିବେ। ପ୍ରେମ ସମ୍ପର୍କରେ ଉନ୍ନତି ହେବ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ।
ମିଥୁନ ରାଶି
ଆପଣଙ୍କ ପାଇଁ ଏହି ସମୟ ନୂଆ ସମ୍ଭାବନା ଆଣିବ । ତୁଳା ରାଶିରେ ଚନ୍ଦ୍ରଙ୍କ ଚଳନ ଆପଣଙ୍କ ପାଇଁ ଶୁଭ ହେବ । ଶିକ୍ଷା ଏବଂ ଭ୍ରମଣ କ୍ଷେତ୍ରରେ ବେଶି ଲାଭ ମିଳିବ । ସାମାଜିକ ସମ୍ପର୍କ ଭଲ ହେବାକୁ ଲାଗିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।
କନ୍ୟା ରାଶି
ଆପଣଙ୍କ ପାଇଁ ଏହି ସମୟ ଆତ୍ମନିରୀକ୍ଷଣର । ବ୍ୟକ୍ତିଗତ ଅଭିବୃଦ୍ଧି ହେବ । ନିଜ ଅନ୍ତର୍ନିହିତ ଚିନ୍ତାଧାରା ଏବଂ ଭାବନାକୁ ବୁଝିପାରିବେ। ମାନସିକ ଶାନ୍ତି ପାଇବେ । ନିଜ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़