ଭୁବନେଶ୍ୱରରେ ଜଣେ ବିଲ୍ଡରଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ; ତଦନ୍ତ ଆରମ୍ଭ
Advertisement
Article Detail0/zeeodisha/odisha2714112

ଭୁବନେଶ୍ୱରରେ ଜଣେ ବିଲ୍ଡରଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ; ତଦନ୍ତ ଆରମ୍ଭ

Bhubaneswar Builder Murder Case: ରାଜଧାନୀ ଭୁବନେଶ୍ୱରରେ ଜମି ବିବାଦକୁ ନେଇ ଜଣେ ବିଲଡରଙ୍କୁ ଦୁର୍ବୃତ୍ତମାନେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏୟାରପୋର୍ଟ ପୋଲିସ ସୀମା ଅନ୍ତର୍ଗତ ପ୍ରଧାନ ସାହିରୁ ବିଲଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

 

Bhubaneswar Builder Murder Case
Bhubaneswar Builder Murder Case

Bhubaneswar News: ଶୁକ୍ରବାର ଦିନ ରାଜ୍ୟ ରାଜଧାନୀରେ ଜଣେ ବିଲଡରଙ୍କୁ ଦୁର୍ବୃତ୍ତମାନେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ସସ୍ମିତ ବିଶ୍ୱାଳ (୪୮) ବୋଲି ଚିହ୍ନଟ କରାଯାଇଛି। ସେ ଏୟାରପୋର୍ଟ ପୋଲିସ ଥାନା ଅନ୍ତର୍ଗତ ଭୀମପୁର ଅଞ୍ଚଳର ବାସିନ୍ଦା।

ରାଜଧାନୀର ପ୍ରଧାନ ସାହିରୁ ସସ୍ମିତଙ୍କ ମୃତଦେହ ମିଳିଛି। ଜମି ବିବାଦକୁ ନେଇ ସସ୍ମିତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ପରେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ମୃତଦେହର ପୋଷ୍ଟମର୍ଟମ କରାଯିବ। ଖବର ଅନୁସାରେ ସସ୍ମିତ କିଛି ଦିନ ପୂର୍ବରୁ ପ୍ରଧାନ ସାହିର ଜାମୁକୋଳି ଅଞ୍ଚଳରେ ଏକ ଜମି କିଣିଥିଲେ। କିନ୍ତୁ କିଛି ସ୍ଥାନୀୟ ଲୋକ ସସ୍ମିତଙ୍କୁ ଜମି ଦଖଲ କରିବାକୁ ଦେଇ ନଥିଲେ। ଗତ କିଛି ଦିନ ଧରି ଏହି ପ୍ରସଙ୍ଗକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିଲା।

ମୃତକଙ୍କ ଭାଇ ଲିଙ୍ଗରାଜ କହିଛନ୍ତି, "ମୋ ଭାଇ ଆଜି ଜାମୁକୋଳିରେ ତାଙ୍କ ଜମିବାଡ଼ି ଯାଞ୍ଚ କରୁଥିବା ସମୟରେ ସ୍ଥାନୀୟ ଲୋକମାନେ ତାଙ୍କ ସହ ଝଗଡ଼ା କରିଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶାନ୍ତି ସ୍ଥାପନ କରିଥିଲା। କିନ୍ତୁ କିଛି ସ୍ଥାନୀୟ ଲୋକ ପରେ ମୋ ଭାଇକୁ ଆକ୍ରମଣ କରି ହତ୍ୟା କରି ଘଟଣାସ୍ଥଳରୁ ଖସି ପଳାଇଥିଲେ।"

;