Grammy Awards 2024: ୬୬ତମ ଗ୍ରାମୀ ଆୱାର୍ଡ଼ ୨୦୨୪ରେ ଭାରତର ଜଲୱା
Advertisement
Article Detail0/zeeodisha/odisha2095635

Grammy Awards 2024: ୬୬ତମ ଗ୍ରାମୀ ଆୱାର୍ଡ଼ ୨୦୨୪ରେ ଭାରତର ଜଲୱା

66th Grammy Awards 2024: ରବିବାର ଲସ୍ ଏଞ୍ଜେଲସରେ ୬୬ତମ ଗ୍ରାମୀ ଆୱାର୍ଡ଼ ଆୟୋଜିତ ହୋଇଯାଇଛି । ଏହି ଅନ୍ତର୍ଜାତୀୟ ମ୍ୟୁଜିକ୍ ଆୱାର୍ଡରେ ବହୁ ମହାନ ଜାତୀୟ ଓ ଆନ୍ତର୍ଜାତୀୟ ସଙ୍ଗୀତଜ୍ଞ ଓ ଗାୟକମାନଙ୍କ ଜଲୱା ଦେଖିବାକୁ ମିଳିଥିଲା । ତେବେ ଏହି ଉତ୍ସବରେ ଭାରତୀୟ କଳାକାରମାନେ ଅଧିକାଂଶ ପୁରସ୍କାର ଜିତିଛନ୍ତି ।  

ସୌଜନ୍ୟ-ସୋସିଆଲ ମିଡିଆ

ସୂଚନା ଅନୁଯାୟୀ, ତବଲା ବାଦକ ଜାକିର ହୁସେନ୍ , ଗାୟକ ଶଙ୍କର ମହାଦେବନ, ଭି. ସେଲଭାଗାନେଶ ଓ ବୀଣାକାର ଗଣେଶ ରାଜଗୋପାଲନ୍ ମିଳିତ ପ୍ରଯୋଜନାରେ ନିର୍ମିତ ‘ଶକ୍ତି ଦିସ୍ ମୁମେଣ୍ଟ’  ଶ୍ରେଷ୍ଠ ଗ୍ଲୋବାଲ ମ୍ୟୁଜିକ ଆଲବମ୍ କ୍ୟାଟାଗୋରୀ ପାଇଁ ଗ୍ରାମୀ ଆୱାର୍ଡ଼ ଜିତିଛି । ଭାରତର ତିନୋଟି ପୁରସ୍କାର ବିଜେତା ଗ୍ରାମୀ ବିଜେତା ରିକି କେଜ୍ ଏକ୍ସରେ ପୋଷ୍ଟ କରି ଭାରତକୁ ଅଭିନନ୍ଦନ ଜଣାଇଛନ୍ତି । ଏନେଇ ସେ ପୋଷ୍ଟରେ ଲେଖିଛନ୍ତି, ‘ଶକ୍ତି #Grammy # Grammy ୨୦୨୪ ଜିତିଛନ୍ତି  !!! ୪ଟି ଉଜ୍ଜଳ ଭାରତୀୟ ସଙ୍ଗୀତଜ୍ଞ ଏହି ଆଲବମ୍ ମାଧ୍ୟମରେ ଗ୍ରାମୀ ପୁରସ୍କାର ଜିତିଥିଲେ !!! ଭାରତ ପ୍ରତ୍ୟେକ ଦିଗରେ ଉଜ୍ଜଳ । ଶଙ୍କର ମହାଦେବନ୍, ଭି. ସେଲଭାଗାନେଶ, ଗଣେଶ ରାଜଗୋପାଲନ୍ ଓ ଉସ୍ତାଦ ଜାକିର ହୁସେନ୍ । ଉଲ୍ଲେଖନୀୟ ବଂଶୀ ଖେଳାଳି ରାକେଶ ଚୌରାସିଆଙ୍କ ସହ ଉସ୍ତାଦ ଜାକିର ହୁସେନ୍ ଦ୍ବିତୀୟ ଗ୍ରାମୀ ପୁରସ୍କାର ଜିତିଥିଲେ । ଚତ୍ମକାର !!! #ଇଣ୍ତିଆ ୱିନ୍ସ ଗ୍ରାମ୍ମ୍ସିସ୍ । ସଙ୍ଗୀତ ଦୁନିଆର ସବୁଠାରୁ ବଡ ପୁରସ୍କାର ହେଉଛି  ଗ୍ରାମୀ ଆୱାର୍ଡ଼ । ସଙ୍ଗୀତ ସହିତ ଜଡିତ ପ୍ରତ୍ୟେକ କଳାକାର ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଥାଆନ୍ତି । ଏଥର ଗ୍ରାମୀ ଆୱାର୍ଡ଼ରେ ଭାରତର ଜଲୱା ଦେଖିବାକୁ ମିଳିଛି । ୨୦୨୨ରେ ମଧ୍ୟ ଭାରତ ଗ୍ରାମୀ ଆୱାର୍ଡ଼ ପ୍ରାଧାନ୍ୟ ବିସ୍ତାର କରିଥିଲା।

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

;